ସତରେ କଣ ଓଡିଶାକୁ ଆସୁଛି ମହାବିପଦ… ଏ ଶିବ ଲିଙ୍ଗ କାହିଁକି ପୁରୀ ବେଳାଭୂମିକୁ ଆସିଥିଲା !

ସତ ହୋଇଯିବ କି ମାଳିକା ବଚନ ? ଆସୁଛି କି ବଡ ବିପଦ ? ଏ କଣ ବିନାଶର ପୂର୍ବ ସୂଚନା କି ? ହଁ ଦର୍ଶକ ବନ୍ଧୁ ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି ଓଡିଶା ବାସୀ ଙ୍କ ମନରେ । କାରଣ ଗୋଟେ ପରେ ଗୋଟେ ମାଳିକା ବଚନ ଧୀରେ ଧୀରେ ସତ ହେବାରେ ଲାଗିଛି । ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକା ରେ ଲେଖିଥିଲେ ସୃଷ୍ଟି ଧ୍ଵଂସ ହେବା ପୂର୍ବରୁ ସୂଚନା ମିଳିବ । ବାଇଶି ପାହାଚରେ ପାଣି ଚାଲିବ ଆଉ ପୁରୀ ଧାମ ବୁଡିଯିବ ।

ଯାହା ଏବେ ଅକ୍ଷରେ ଅକ୍ଷରେ ସତ ହେବାରେ ଲାଗିଛି । କାରଣ ଦୁଇ ଦିନ ପୂର୍ବରୁ ପୁରୀ ବେଳାଭୂମି ରେ ଭାସୁଥିଲା ଶିବଲିଙ୍ଗ । ଲାଇଟ ହାଉସ ନିକଟରେ ଏଇ ଶିବଲିଙ୍ଗ ଦେଖିବାକୁ ମିଳିଥିଲା । ହଠାତ କିଛି କଳା ରଙ୍ଗ ଦେଖାଯିବାରୁ ଲୋକେ ବାଲି ଖୋଳିବାରୁ ଶିବଲିଙ୍ଗ ମିଳିଥିଲା । ସମୁଦ୍ରରେ ଶିବଲିଙ୍ଗ ଟି ଭାସି ଆସୁଥିବାର ଅନୁମାନ କରା ଯାଉଛି ।

ଅନ୍ୟ କୌଣସି ମନ୍ଦିରରେ ପୂଜା ପାଉଥିବା ଏବଂ ସମୁଦ୍ରରେ ଭାସି ଯାଇଥିବା କୁହା ଯାଇଛି । ସତରେ କଣ ଏହି ଶିବଲିଙ୍ଗ କୈଳାସ ପର୍ବତରୁ ଆସିଛି ? କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଗୋଟେ ଶିବଲିଙ୍ଗ ସମୁଦ୍ର ରେ ଭାସି ଆସିଛି ଯାହାର ଓଜନ ବି କେହି କହି ପାରିବେ ନାହିଁ । ଯଦି ଆନୁମାନିକ କହିବା ଶିବଲିଙ୍ଗର ଓଜନ ପ୍ରାୟ 40 ରୁ 50 କିଲୋ ହେବ ।

ହୋଇପାରେ ଶିବଲିଙ୍ଗ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ଆସିପାରେ । ଏ କଥା ମାଳିକା ରେ କିନ୍ତୁ ଲେଖା ନାହିଁ । ଚଳିତ ବର୍ଷ ରଥଯାତ୍ରା ସମୟରେ କେତେ କେଉଁଠି ଦୁର୍ଘଟଣା ଘଟି ଯାଇଛି ଯାହା ପୂର୍ବରୁ କେବେ ବି ହୋଇ ନ ଥିଲା । କେଉଁଠି ରଥ ଟାଣିବା ବେଳେ କରେଣ୍ଟ ଲାଗି ଜୀବନ ଚଳାଇଗଲା । ମାଳିକା ସହ ଆଉ ଗୋଟେ କଥା ମଧ୍ୟ କୁହା ଯାଉଛି ଯାହା ମହାପୁରୁଷ ଅଚ୍ୟୁତାନନ୍ଦ ଲେଖି ଯାଇଛନ୍ତି ଯେ ଓଡିଶାରେ ଦିନେ ନା ଦିନେ ବରଫ ବର୍ଷା ହେବ । ଯେଉଁ କାରଣରୁ ମହାପ୍ରଭୁଙ୍କ କବାଟ 14 ଦିନ ଯାଏଁ ଖୋଲା ରହିବ ନାହିଁ ।

ଏ କଥା ଆଗକୁ ସତ ମଧ୍ୟ ହୋଇପାରେ । ଯାହାକୁ ମାଳିକା ରେ କୁହା ଯାଇଛି । ଘରେ ଘରେ ପଡିଯିବ ତାଟି କବାଟ ବଇଦ ରୋଗ ଚିହ୍ନି ପାରିବ ନାହିଁ ଯାହା ଲେଖା ଅଛି ମାଳିକା ରେ । ଏଠାରେ ସ୍ତ୍ରୀ କାନ୍ଦୁଥିବ ଯେବେ ପିତାର ସବ କୁ ପୁତ୍ର ନ ଛୁଇଁବ । ଯାହା ଆଗକୁ ଯାଇ ସତ ହୋଇପାରେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।