ନମସ୍କାର ବନ୍ଧୁଗଣ । ଯିଏ ଦିନେ ସାହାର୍ଯ୍ୟ ର ହାତ ବଢାଇ ଥିଲେ ଆଉ ଆଜି ସଫଳତା ର ଗୋଟେ ପାହାଚ ଚଢିବା ପରେ କଣ ପାଇଁ ସେହି ସାହାର୍ଯ୍ୟକାରୀ ମଣିଷ କୁ ନିନ୍ଦା କରା ଯାଉଛି । ଆମେ ଏଠାରେ କହୁଛୁ ସାରା ଓଡିଶାରେ ଏବେ ସେନ୍ସର ପାଲଟିଥିବା ସସ୍ମିତା ଜେନା ଙ୍କ ବିଷୟରେ । ତାଙ୍କୁ ରିପୋର୍ଟର ରାହୁଲ ଲୋକଲୋଚନ କୁ ଆଣିଥିଲେ । ଆଉ ଆଜି ସସ୍ମିତା ଜଣେ ଭାଇରାଲ ସିଙ୍ଗର ହୋଇ ପାରିଛନ୍ତି କେବଳ ରାହୁଲ ଙ୍କ ପାଇଁ ।
କିନ୍ତୁ ସସ୍ମିତା ଆଜି ରାହୁଲ ଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ନିଜତ ମତ ରଖିଛନ୍ତି ରାହୁଲ ଗଣମାଧ୍ୟମରେ । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ରାହୁଲ କହିଛନ୍ତି ଯେ “ହଁ ମୁଁ ବେଇମାନ । ସସ୍ମିତାଙ୍କ ପଇସା ଖାଇଛି । କିନ୍ତୁ ମୋତେ ଠକ ଉପାଧି ଦିଆଯାଇଛି ଆଉ ସ୍ଵାର୍ଥପର କୁହା ଯାଇଛି ଏ କଥା ପୁରା ସତ କଥା କହିଛନ୍ତି ସସ୍ମିତା ।
କାହିଁକି ନା ଡିୟୁଟି ସାରିବା ପରେ ମୁଁ ଯେବେ ତାଙ୍କୁ ଦେଖିଥିଲି ଆଉ ତାଙ୍କ ମୁହଁରେ ଯେଉଁ ହସ ଥିଲା ସେ ହସ ରୁ ହିଁ କହିଥିଲି ମୁଁ ତାଙ୍କୁ ସାହାର୍ଯ୍ୟ କରିପାରିବି । ଏହାପରେ କ୍ୟାମେରା ମ୍ୟାନ ଙ୍କୁ ଡାକି ମୁଁ ରିପୋର୍ଟିଙ୍ଗ କରିଥିଲି । ମଣିଷକୁ ସାହାର୍ଯ୍ୟ କରିବ ଠିକ କିନ୍ତୁ ଜଣେ ରିପୋର୍ଟର ରିପୋର୍ଟର ଭଳି ରହିବା ଠିକ । ମୋ ମାଇଣ୍ଡରେ ଗୋଟେ କଥା ଚାଲିଥିଲା ସସ୍ମିତା ଭଉଣୀ ଯେମିତି ରାନୁ ମଣ୍ଡଳ ନ ହୁଅନ୍ତୁ ।
ସେ ଯେମିତି ଭିକ ମାଗୁଥିଲି ଯେମିତି ଆଗକୁ ସେମିତି ନ କରନ୍ତୁ । ଯଦି ମୁଁ ତାଙ୍କର ଗୋଟେ ଟଙ୍କା ବି ଖାଇଛି ମୋର ହିଁ କ୍ଷତି ହେବ । ଆପଣ ମୋତେ ଯେତେ ବି ଅଭିଶାପ ଦିଅନ୍ତୁ କିନ୍ତୁ ମୁଁ ଏତିକି ହାତ ଯୋଡି କହୁଛି ଆପଣ ବହୁତ ଆଗକୁ ଯାଆନ୍ତୁ ଉନ୍ନତି କରନ୍ତୁ । ମୁଁ ଲୋକ ମାନଙ୍କୁ ଏତିକି କହିବି ସସ୍ମିତା ଭଉଣୀ ଙ୍କୁ ରାନୁ ମଣ୍ଡଳ କୁହନ୍ତିନି । ସସ୍ମିତାଙ୍କ କ୍ଯାରିୟର କେହି ବି ବରବାତ କରନ୍ତୁ ନାହିଁ ।
ସସ୍ମିତା ଙ୍କୁ ପରିଶ୍ରମର ଉଚିତ ମୂଲ୍ୟ ମିଳୁ । କେହି ବି ତାଙ୍କର ପଇସା ଠକି କି ନିଅନ୍ତୁ ନାହିଁ । ଭାଇ ଭଉଣୀର ସମ୍ପର୍କ ଭଉଣୀ ପାଇଁ କିଛି ଅଧିକା କରି ଦେବା ଭଉଣୀ କାଳେ ରାନୁ ମଣ୍ଡଳ ହୋଇଯିବେ ଏମିତି ଅନେକ କଥା ମୋ ମାଇଣ୍ଡରେ ଷ୍ଟ୍ରାଇକ କରିଥିଲା । ଟଙ୍କା ଲୋଭ ଟା ମୁଁ ନିଜ ପାଇଁ କର ନ ଥିଲି ସସ୍ମିତା ଙ୍କ ନାଁ ରେ କରିଥିଲି ।
ତାଙ୍କ ନାଁ ରେ ଯେଉଁ ୟୁଟ୍ଯୂବ ଚ୍ୟାନେଲ ଖୋଲା ଯାଇଛି କିଛି ଦିନ ପରେ ତାଙ୍କ ନାଁ ରେ ଟଙ୍କା ଆସିଥାନ୍ତା କିନ୍ତୁ ସେ ବୁଝି ପାରିଲେନି । ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେବି ଯେହେତୁ ସସ୍ମିତା ମୋତେ ବୁଝି ପାରିଲେନି । ମୋତେ ଏତେ ସମ୍ମାନ ଦେଇଥିବାରୁ ଧନ୍ୟବାଦ” ।