୩୦ ଜୁନ ପୂର୍ବରୁ କରି ନିଅନ୍ତୁ ଏହି ୫ଟି କାମ, ନେହେଲେ ପଡି ପାରନ୍ତି ଅସୁବିଧାରେ

ଦେଶରେ କରୋନା ମହାମାରି ପରେ ଆର୍ଥିକ ବ୍ୟବସ୍ଥା ଉପରେ ବହୁତ ପ୍ରଭାବ ଦେଖିବାକୁ ମିଳିଛି । ଏହା ପରେ ଦେଶରେ ଲକଡାଉନ ଦ୍ଵାରା ଆର୍ଥିକ ଅବସ୍ଥା ଖରାପ ହୋଇ ଯାଇ ଥିଲା । ଏହା ମଧ୍ୟରେ ସରକାରଙ୍କ ତରଫରୁ ଲୋକମାନଙ୍କୁ କିଛି ଆର୍ଥିକ ମୁକ୍ତି ଦେବା ପାଇଁ କେତେକ ଘୋଷଣା ବି କରା ଯାଇଛି । ଏହା ସହିତ ଆଧାର ଓ ପ୍ୟାନକୁ ଲିଙ୍କ କରିବାର ସମୟ ସୀମାକୁ ବି ବଢାଇ ଦିଆ ଗଲା ।

ଏମିତି ହିଁ ବିଭିନ୍ନ ପ୍ରକାରରେ ସରକାର କେତେକ ନିୟମରେ ପରିବର୍ତ୍ତନ କରି ଛାଡ ଦେଇ ଥିଲେ । କିନ୍ତୁ କରୋନା ମହାମାରୀ ପରେ ଲାଗୁ ଲକଡାଉନକୁ ନଜରରେ ITR ସମୟ ସୀମାରେ ପରିବର୍ତ୍ତନ କରା ଯାଇଛି । କିନ୍ତୁ ଜୁନ ମାସ ବର୍ତ୍ତମାନ ଶେଷ ହେବାକୁ ଯାଉଛି । ଏମିତିରେ ୩୦ ଜୁନ ପୂର୍ବରୁ ଆପଣଙ୍କୁ କିଛି ମହତ୍ଵପୂର୍ଣ କାମ କରି ନେବା ଉଚିତ । ନଚେତ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ପ୍ୟାନ କାର୍ଡ ଓ ଆଧାର କାର୍ଡ ଲିଙ୍କ କରିବା

ଆପଣଙ୍କ ପାଖରେ ଯଦି ପ୍ୟାନ କାର୍ଡ ଅଛି ତେବେ ଆପଣ ୩୦ ଜୁନ ପୂର୍ବରୁ ଆଧାର ସହ ପ୍ୟାନ କାର୍ଡ ଲିଙ୍କ କରି ନିଅନ୍ତୁ । ଏମିତିରେ ଯଦି ଆପଣ ୩୦ ଜୁନ ପର୍ଯ୍ୟନ୍ତ ଏହା କରି ନାହାନ୍ତି ତେବେ ଆପଣଙ୍କ ପ୍ୟାନ କାର୍ଡ ବନ୍ଦ କରି ଦିଆଯିବ । ୩୦ ଜୁନ ପର୍ଯ୍ୟନ୍ତ ସରକାର ଦ୍ଵାରା ବଢାଯାଇଥିବା ସମୟ ସୀମା ଅଟେ ।

ଟାକ୍ସରେ ମୁକ୍ତି ପାଇବା ପାଇଁ କରନ୍ତୁ ନିବେଶ

ଆର୍ଥିକ ବର୍ଷ ୨୦୧୯ – ୨୦ ପାଇଁ ITR ଫାଇଲ କରିବାର ତାରିଖକୁ ୩୧ ଜୁଲାଇରୁ ବଢାଇ ୩୯ ନଭେମ୍ବର ପର୍ଯ୍ୟନ୍ତ କରି ଦିଆ ଯାଇଛି । ଅନ୍ୟ ପଟେ ଟାକ୍ସର ସେଭିଙ୍ଗ ପାଇଁ ଆୟକର ନିୟମ ଧାରା ଅନୁସାରେ ନିବେଶ କରିବାର ସମୟ ସୀମା ବଢାଇ ଦିଆ ଯାଇଛି ।

PPF ଔର ସୁକନ୍ୟା ସମୃଦ୍ଧି ଯୋଜନା

କଣ ଆପଣଙ୍କ PPF ଓ ସୁକନ୍ୟା ସମୃଦ୍ଧି ଯୋଜନା ୩୧ ମାର୍ଚ ୨୦୨୦ ପର୍ଯ୍ୟନ୍ତ ମେଚ୍ୟୋର ହୋଇ ଯାଇଛି । କଣ ଆପଣ ବର୍ତ୍ତମାନ ବି ଏହାକୁ ଆଗକୁ ଜାରି ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ୩୦ ଜୁନ ପର୍ଯ୍ୟନ୍ତ ସମୟ ଅଛି । ଏହା ବିଷୟରେ ଜାଣିବା ପାଇଁ ଆପଣଙ୍କୁ ଡାକ ବିଭାଗ ଦ୍ଵାରା ୧୧ ଏପ୍ରିଲକୁ ଜାରି କରାଯାଇଥିବା ସର୍କୁଲର ପଢିବା ଉଚିତ । ଏହି ନୋଟିଫିକେଶନ ଅନୁସାରେ ପୀପୀଏଫ ଓ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟକୁ ଆଗକୁ ଜାରି ରଖିବାର ତାରିଖ ଓ ଏଥିପାଇଁ ଫର୍ମ ଜମା କରିବାର ତାରିଖ ୩୦ ଜୁନ ପର୍ଯ୍ୟନ୍ତ ଅଛି ।

ଫର୍ମ ୧୬ ସହ ଜଡିତ କାମ

ଟାକ୍ସ ପେୟର୍ସଙ୍କୁ ଏହି କଥା ଜଣା ଥାଏ କି ଫର୍ମ ନମ୍ବର ୧୬ କଣ ହୋଇଥାଏ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ଫର୍ମ ୧୬ ଗୋଟିଏ ପ୍ରକାରର TDS ସର୍ଟିଫିକେଟ ହୋଇଥାଏ । ଏହା ଆପଣଙ୍କୁ ଟାକ୍ସ ରିଟର୍ନ କରିବା ସମୟରେ ଦରକାର ହୋଇଥାଏ । ଫର୍ମ ୧୬ କର୍ମଚାରୀମାନଙ୍କୁ କମ୍ପାନୀ ତରଫରୁ ମେ ମାସରେ ହିଁ ମିଳିଯାଏ । କିନ୍ତୁ ସରକାର ଦ୍ଵାରା ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରା ଯାଇଛି । ବର୍ତ୍ତମାନ ଫର୍ମ ୧୬ ଓ ୧୫ ଜୁନରୁ ୩୦ ଜୁନ ପର୍ଯ୍ୟନ୍ତ ଜାରି କରା ଯାଇଛି ।

ବ୍ୟାଙ୍କ ଆକାଉଣ୍ଟରେ ମିନିମମ ବାଲାନ୍ସ

ଲକଡାଉନ ଓ ଦେଶର ଆର୍ଥିକ ଅବସ୍ଥା ଖରାପ ହେବା ପରେ ସରକାରକଙ୍କ ତରଫରୁ ବ୍ୟାଙ୍କ ଆକାଉଣ୍ଟରେ ମିନିମମ ବାଲାନ୍ସ ରଖିବାରେ ୩୦ ଜୁନ ପର୍ଯ୍ୟନ୍ତ ଛାଡ ଦିଆ ଯାଇ ଥିଲା । କିନ୍ତୁ ଜୁନ ପରେ ଯଦି ଆପଣଙ୍କ ସେଭିଙ୍ଗ ଆକାଉଣ୍ଟ ମିନିମମ ବାଲାନ୍ସ ନ ଥିବ ତେବେ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ହେବ । ସେଥିପାଇଁ ବର୍ତ୍ତମାନ ଆପଣ ସେ ସେଭିଙ୍ଗ ଆକାଉଣ୍ଟକୁ ଆପଣ ମେଣ୍ଟନ କରିବା ଆରମ୍ଭ କରି ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।