ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ଟାହିଟାପରା ସହି ପାରିଲେନି ପିଙ୍କି, ଶେଷରେ ଜୀବନ ହାରିଦେଲେ, ତାଙ୍କ ମା କାନ୍ଦି କାନ୍ଦି ଯାହା କହୁଛନ୍ତି ଶୁଣିଲେ ଆପଣ ବି କାନ୍ଦି ପକାଇବେ, ଦେଖନ୍ତୁ ଭିଡିଓ

ଝିଅଟି ଦେଖିବାକୁ ଯେମିତି ସୁନ୍ଦରୀ ଥିଲା ଗୁଣ ବି ଠିକ ସେମିତି । କିନ୍ତୁ ସେଇ ସୁନ୍ଦରୀ ଗୁଣବତୀ ଝିଅ ପିଙ୍କି ଆଉ ଫେରି ଆସିବନି । କାରଣ ଅଫେରା ରାଇଜକୁ ବାଛି ନେଇଛି ପିଙ୍କି । ଗାଁରେ ସମସ୍ତେ ପିଙ୍କିକୁ ଭଲ ପାଉଥିଲେ କାରଣ ପିଙ୍କି ସିଲେଇ ଶିଖିଥିଲା । ଗାଁ ସାରା ସମସ୍ତଙ୍କ ଘରୁ ଛୋଟ ମୋଟ ସିଲେଇ କାମ ଆଣି ସେ ଘରେ କରୁଥିଲା । ସମସ୍ତଙ୍କ ମନ ମୁତାବକ ସିଲେଇ କାମ କରି ସେଥିରୁ ସେ ନିଜ ପାରିଶ୍ରମିକ ପାଏ । ସେଥିପାଇଁ ପିଙ୍କିର ଲୋକସମ୍ପର୍କ ଖୁବ ଭଲ ।

ଗାଁ ଛକରେ ପିଙ୍କି ଗୋଟିଏ ଦୋକାନଟିଏ କରିଥିଲା । କିନ୍ତୁ ହଠାତ ସେଦିନ ପିଙ୍କି ଦୋକାନକୁ ଯିବନି ବୋଲି କହିଲା । ମା’କୁ କହିଲା ତୁ ଯା ଖାଲି ଦୋକାନରେ ପୂଜା କରିଦେଇ ଆସିବୁ । ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ଟାହିଟାପରା ଆଉ ସହି ହେଉନି ସେଥିପାଇଁ ଦୋକାନକୁ ଯିବାକୁ ଇଚ୍ଛା ନାହିଁ ବୋଲି କହିଥିଲା ପିଙ୍କି । ଆଜି ଭଲ ଲାଗୁନି ମୁଁ ଦୋକାନ ଖୋଲିବାକୁ ଯାଇ ପାରିବିନି ମା କହି ଘରେ ରହିଥିଲା ପିଙ୍କି । ଏକଥା ଶୁଣି ମା ଦୋକାନକୁ ବାହାରି ଯାଇଥିଲେ ।

କିନ୍ତୁ ଦୋକାନ ପୂଜା ସାରି ଘରକୁ ଫେରି ଦେଖନ୍ତି ତ ତାଙ୍କ ଝିଅ ଆଉ ଏ ଦୁନିଆରେ ନାହିଁ । ଝିଅ ପିଙ୍କି ନିଜ ଜୀବନ ହାରି ଦେଇଥିବା ଦେଖି ଏହାକୁ ସହଜରେ ଗ୍ରହଣ କରି ପାରୁନାହିଁ ମାଆ । ଝିଅ କଥା ଶୁଣି ୧୦ ମିନିଟ ପାଇଁ ଦୋକାନକୁ ଯାଇଥିଲେ କିନ୍ତୁ ଏପଟେ ତାଙ୍କ ଅଲିଅଳି ଝିଅକୁ ସବୁଦିନ ପାଇଁ ହରେଇ ଦେଲା ମା । ଆଉ ତା’ପରେ ପୋଲିସ ବାବୁକୁ ଫୋନ କରି କହିଛନ୍ତି ମୋ ସମସ୍ୟାର କିଛିବି ସମାଧାନ କଲନି ଆଉ ଆଜି ମୋ ଝିଅ ମରିଗଲା । ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମହୁମୁଦା ଗାଁରୁ ।

ସେହି ଗ୍ରାମର ସୁଧାଂଶୁ ଶୁଭଦର୍ଶିନୀ ସ୍ଵାଇଁ ଓରଫ ପିଙ୍କି ଏହି ଗାଁର ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ଟାହିଟାପରା ସହି ନପାରି ନିଜ ଜୀବନ ହାରି ଦେଇଛନ୍ତି । ଜୁନ ୧୭ ତାରିଖ ଦିନ ତାଙ୍କ ପରିବାର ସହ ସ୍ଥାନୀୟ ସରପଞ୍ଚଙ୍କର କିଛି କଳହ ହୋଇଥିଲା । ଏହାର ସମାଧାନ ପାଇଁ ପିଙ୍କିର ପରିବାର ଲୋକେ ଥାନାର ଦ୍ଵାରସ୍ଥ ହୋଇଥିଲେ । ପୋଲିସ ଉଭୟଙ୍କ ପରିବାରକୁ ସମାଧାନ ପାଇଁ ଡ଼ାକିଥିଲେ ହେଲେ ସରପଞ୍ଚ ଆସିଥିଲେ ।

ପିଙ୍କିର ପରିବାର ଗାଁକୁ ଫେରିବା ପରେ ସରପଞ୍ଚଙ୍କ ସମର୍ଥକମାନେ ଅନେକ ଟାହିଟାପରା କଲେ ଓ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କଲେ । ପିଙ୍କି ଦୋକାନ ଖୋଲିବାକୁ ଯିବାବେଳେ ତାଙ୍କୁ ଏଭଳି ଟାହିଟାପରାର ସାମ୍ନା କରିବାକୁ ପଡେ । ସବୁଦିନ ଏଭଳି ହେବାରୁ ପିଙ୍କିଙ୍କ ପାଇଁ ଏହା ଅସହ୍ୟ ହୋଇ ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।