ହିନ୍ଦୁ ଧର୍ମରେ ଗରୁଡଙ୍କୁ ଭଗବାନ ବିଷ୍ଣୁଙ୍କର ବାହନ ବୋଲି କୁହା ଯାଇଛି । ତାଙ୍କର ପିତାଙ୍କର ନାମ କଶ୍ୟପ ଋଷି ଅଟେ ଏବଂ ମାଙ୍କର ନାମ ବୀନତା ଅଟେ । ହିନ୍ଦୁ ଧର୍ମରେ ଗରୁଡଙ୍କୁ ପକ୍ଷୀ ମାନଙ୍କର ରାଜା ବୋଲି କୁହା ଯାଇଛି ଯିଏକି ସବୁ ପକ୍ଷୀ ମାନଙ୍କ ଠାରୁ ଅଧିକ ବେଗରେ ଉଡିଥାନ୍ତି । ଆମ ଶାସ୍ତ୍ରରେ ଗରୁଡ ପୁରାଣ ଅଛି ଏବଂ ପୁରାଣରେ ଏହିଭଳି କିଛି ଉପାୟ ବିଷୟରେ ଲେଖା ହୋଇଛି କି ଯାହାକୁ କରିବା ଦ୍ଵାରା ଆପଣ ଜୀବନରେ ସଫଳତା ହାସଲ କରି ପାରିବେ ।
କଣ ଲେଖା ହୋଇଛି ଗରୁଡ ପୁରାଣରେ
ଗରୁଡ ପୁରାଣରେ ଲେଖା ଯାଇଥିବା ଏକ ଶ୍ଳୋକ ଅନୁସାରେ ଯେଉଁ ବ୍ୟକ୍ତି ତଳେ କୁହାଯାଇଥିବା ଏହି ୬ଟି ଜିନିଷର ପୂଜା କରିଥାଏ ତେବେ ତାହାକୁ ଜୀବନରେ ସଫଳତା ଏବଂ ଶାନ୍ତି ନିଶ୍ଚିତ ମିଳିଥାଏ ।
ଗରୁଡ ପୁରାଣରେ ଲେଖା ହୋଇଥିବା ଶ୍ଳୋକ –
ବିଷ୍ଣୁରେକାଦଶୀ ଗଙ୍ଗା ତୁଳସୀବିପ୍ରଧେବନ: ।
ଅସାରେ ଦୁର୍ଗସଂସାରେ ଷଟ୍ପଦୀ ମୁକ୍ତିଦାୟିନୀ ॥
ଭଗବାନ ବିଷ୍ଣୁ
ଲୋକମାନେ ଭଗବାନ ବିଷ୍ଣୁଙ୍କର ବିଭିନ୍ନ ଅବତାରକୁ ପୂଜା କରିଥାନ୍ତି । ବିଷ୍ଣୁ ଭଗବାନଙ୍କର ସକାଳେ ଏବଂ ସନ୍ଧ୍ୟା ସମୟରେ ପୂଜା କରନ୍ତୁ । ସବୁବେଳେ ବିଷ୍ଣୁଙ୍କର ନାମ ନେବା ଦ୍ଵାରା ଜୀବନର ସବୁ ଦୁଖ ଦୂର ହୋଇଯାଏ ଏବଂ ଆପଣଙ୍କୁ ନିଜ ଜୀବନରେ କେବଳ ସଫଳତା ହିଁ ହାତରେ ଲାଗିବ ।
ଗାଈ
ଗାଈକୁ ପୂଜା କରିବାର ଅର୍ଥ ଆପଣ ଏକା ସହିତ ସମସ୍ତ ଦେବା ଦେବୀଙ୍କୁ ପୂଜା କରୁଛନ୍ତି । ଯେଉଁ ବ୍ୟକ୍ତିମାନେ ଗାଈଙ୍କର ସେବା କରନ୍ତି ସେମାନେ ନିଜର ସମସ୍ତ ପାପରୁ ମୁକ୍ତି ପାଇ ଯାଆନ୍ତି ।
ଏକାଦଶୀ ବ୍ରତ
ସବୁ ବର୍ଷ କେତେକ ପ୍ରକାର ଏକାଦଶୀ ଆସିଥାଏ । ସବୁ ଏକାଦଶୀରେ ବ୍ରତ ରଖିବା ବହୁତ ଉତ୍ତମ ଅଟେ । ଏକାଦଶୀ ବ୍ରତ କରିବା ଦ୍ଵାରା ଜୀବନରେ ଆସୁଥିବା ସମସ୍ତ ଅସୁବିଧା ସହଜରେ ଦୂର ହୋଇଯାଏ ।
ତୁଳସୀ
ତୁଳସୀ ଗଛ ବହୁତ ଶୁଭ ହୋଇଥାଏ । ତୁଳସୀ ଗଛକୁ ଘରର ଅଗଣାରେ ରଖିବା ଦ୍ଵାରା ଘର ପବିତ୍ର ରହିଥାଏ ଏବଂ ଏହି ଗଛକୁ ସବୁଦିନ ପୂଜା କରିବା ଉଚିତ ।
ପଣ୍ଡିତ
ପଣ୍ଡିତଙ୍କର ସେବା କରିବା ଏବଂ ତାଙ୍କୁ ଭୋଜନ ସେବନ କରାଇବା ବହୁତ ପୂଣ୍ୟର କାମ ଅଟେ । ପଣ୍ଡିତଙ୍କର ସେବା କରିବା ଦ୍ଵାରା ତାଙ୍କର ଆଶୀର୍ବାଦ ମିଳିଥାଏ ।
ଗଙ୍ଗା ନଦୀ
ସବୁ ବର୍ଷ କୋଟି କୋଟି ଲୋକମାନେ ଗଙ୍ଗା ନଦୀରେ ବୁଡ ପକାଇ ନିଜର ପାପକୁ ଧୋଇ ଦିଅନ୍ତି । ଏହି ନଦୀ ସବୁଠୁ ପବିତ୍ର ଅଟେ । କୁହାଯାଏ ଗଙ୍ଗା ନଦୀର ପୂଜା କରିବା ଦ୍ଵାରା ମଣିଷକୁ ଜୀବନରେ ସଫଳତା ମିଳିଥାଏ ।
ଆଶକରୁଛୁ ଆମ ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ନୂଆ ନୂଆ ଲେଖା ପାଇଁ ପେଜକୁ ଲାଇକ କରନ୍ତୁ ।