ନିଜକୁ ନିଜେ ଗୁଳି କରୁଛନ୍ତି ଋଷ ସେନା । ଯୁଦ୍ଧ କ୍ଷେତ୍ର ଛାଡିଲେ ହତ୍ୟା କରୁଛି ଡେଥ୍ ସ୍କ୍ବାର୍ଡ । ଋଷ ଓ ୟୁକ୍ରେନ ମଧ୍ୟରେ ଗତ ୨୬ ଦିନ ଧରି ଯୁଦ୍ଧ ଥମିବାର ନାଁ ନେଉନି । ଏହି ଯୁଦ୍ଧରେ ଏବେ ପର୍ଯ୍ୟନ୍ତ ଅନେକ ଧନ ଜୀବନ କ୍ଷୟକ୍ଷତି ହେଲାଣି । କିନ୍ତୁ ଫେନୃୟାରୀ ୨୪ ତାରିଖରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିବା ଋଷ ଯାହା ଭାବିଥିଲା ଏବେ ଯାଏଁ ତାହା ହାସଲ କରିବାରେ ସଫଳ ହୋଇପାରି ନାହିଁ । ଋଷ ଭାବିଥିଲା ଖୁବ କମ୍ ଦିନରେ ୟୁକ୍ରେନ ଉପରେ କବଜା କରିନେବ ।

କିନ୍ତୁ ଏଯାଏଁ ୟୁକ୍ରେନ ଉପରେ କବଜା କରିବା ଋଷସେନା ପାଖରେ ସମ୍ଭବ ହୋଇପାରି ନାହିଁ । ୟୁକ୍ରେନ ସେନା ସହ ଦୀର୍ଘ ଦିନ ଧରି ଲଢେଇ କରି କରି ଥକି ପଡିଲେଣି ଋଷସେନା । ଏବେ ଆଉ ଯୁଦ୍ଧ ନୁହେଁ ବରଂ ଘରକୁ ଫେରିବା ପାଇଁ ଚାହୁଁଛନ୍ତି ଋଷସେନା । ଯେଉଁଥି ପାଇଁ ନିଜକୁ ନିଜେ ଗୁଳି ଲରିବାକୁ ବି ପଛାଉ ନାହାନ୍ତି ଯବାନ । ଇଣ୍ଟରସେପ୍ଟେଡ ଋଷି ଫୋନ କଲ୍ ରୁ ଜଣାପଡିଛି ଯେ, ଋଷି ସୈନିକ ଏବେ ୟୁକ୍ରେନ ସେନାଙ୍କ ଗୋଲାବାରୁଦ ଖୋଜିବାରେ ଲାଗିଛନ୍ତି ।
କାହିଁକି ନା ନିଜକୁ ନିଜେ ଗୁଳି କରି ଆହତ ହୋଇ ଘରକୁ ଫେରିବାର ରାସ୍ତା ଖୋଜୁଛନ୍ତି ଋଷ ସେନାମାନେ । ଯୁଦ୍ଧରେ ୟୁକ୍ରେନ ସେନାର ଗୁଳିରେ ଆହତ ହୋଇଥିବା ଦର୍ଶାଇ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି । ଜଣେ ଯବାନ ତାଙ୍କ ମାଆଙ୍କୁ ଫୋନ କରି ଏପରି କିଛି କହିଥିବା ସମୟର କଲ୍ ରେକର୍ଡ ସାମ୍ନାକୁ ଆସିଛି । ଫୋନରେ ଯବାନ ଜଣକ କହିଛନ୍ତି ଯେ ପୂର୍ବରୁ ଅନେକ ଯବାନ ଏପରି କରି ସାରିଛନ୍ତି ।

ୟୁକ୍ରେନ ସେନାର ବନ୍ଧୁକରୁ ପରସ୍ପରକୁ ଗୁଳି କରି ଚିକିତ୍ସା ପାଇଁ ମେଡିକାଲ ଯାଇଛନ୍ତି । ପାଖାପାଖି ୧୨୦ ଜଣ ଯବାନ ପୂର୍ବରୁ ଏପରି କରି ସାରିଛନ୍ତି । ୩୫୦ ରୁ ଅଧିକ ସୈନିକ ତାବୁତରୁ ଋଷ ଫେରି ଯାଇଛନ୍ତି । ସେପଟେ ଋଷର ଆଉ ଏକ ସତ ସାମ୍ନାକୁ ଆସିଛି । ଋଷର କମାଣ୍ଡର ଯୁଦ୍ଧରେ ସାମିଲ ହେବାକୁ ଚାହୁଁ ନଥିବା ଯବାନଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଉଛି । ଯେଉଁମାନେ ଯୁଦ୍ଧରେ ସାମିଲ କରିବାକୁ ମନା କରୁଛନ୍ତି ସେମାନଙ୍କୁ ୮ ବର୍ଷ ପାଇଁ ଜେଲ୍ ଦଣ୍ଡ ଶୁଣାଯାଉଛି ।
ଏହାସହ ପୁଟିନ ଡେଥ୍ ସ୍କ୍ବାର୍ଡ ନାମକ ଏକ ଟିମ୍ ଗଠନ କରିଛନ୍ତି । ଯେଉଁମାନେ ଯୁଦ୍ଧରେ ସାମିଲ ହେବାକୁ ମନା କରୁଛନ୍ତି କିମ୍ବା ଯୁଦ୍ଧ କ୍ଷେତ୍ର ଛାଡି ପଳାୟନ କରୁଛନ୍ତି ସେମାନଙ୍କୁ ଡେଥ୍ ସ୍କ୍ବାର୍ଡ ଖୋଜି ଖୋଜି ହତ୍ୟା କରୁଛି । ଯାହାର ଖୁଲାସା କରିଛନ୍ତି ୟୁକ୍ରେନ ହାତରେ ଧରା ପଡିଥିବା ଜଣେ ଋଷ ସୈନିକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।