ସାମ୍ନାକୁ ଆସିଲା Ruchika ଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଏହି ଭୟଙ୍କର ତଥ୍ୟ ଜଣାପଡିବା ପରେ ତେଜୁଛି ବିବାଦ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ ସାମ୍ନାକୁ ଆସିଲା । ଗତ ତିନିଦିନ ତଳେ ବିଜେବି କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ବିଜେବି କରୁବାକୀ ଛାତ୍ରୀନିବାସରେ ଆତ୍ମହତ୍ୟା କରିଥିଲେ । ସେ ଅନେକ ସମୟ ଧରି କବାଟ ନ ଖୋଲିବାରୁ ସନ୍ଦେହ ବଢିଥିଲା । ପରେ ପୋଲିସ କବାଟ ଭାଙ୍ଗି ପ୍ରବେଶ କରିବା ପରେ ରୁଚିକାଙ୍କ ମୃତଦେହ ଉଦ୍ଧାର କର ଯାଇଥିଲା । ରୁଚିକାଙ୍କ ସହବାସୀ ମାନେ କହିଥିଲେ କି ରୁଚିକାଙ୍କ ହାତ ଓ ଓଠ ନୀଳ ପଡି ଯାଇଥିଲା ।

ତେବେ ତିନିଦିନ ପରେ ଆଜି ରୁଚିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ଶ୍ଵସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ବେକରେ ଫାଶୀ ହେବାରୁ ତାଙ୍କ ଶ୍ଵସରୁଦ୍ଧ ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଅଧିକ ସୂଚନା ପାଇଁ ରୁଚିକାଙ୍କ ଭିସେରା ନମୁନା ଲ୍ୟାବକୁ ଟେଷ୍ଟ ପାଇଁ ପଠାଯାଇଛି । ଅନ୍ୟପଟେ ରୁଚିକାଙ୍କୁ ନ୍ୟାୟ ଦାବିରେ ସାରା ଓଡିଶାରୁ ସ୍ଵର ଉତ୍ତୋଳନ ହୋଇଛି ।

ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଝିଅ ରୁଚିକାକୁ ନ୍ୟାୟ ଦାବିରେ ବିଜେବି କଲେଜ ଗେଟ୍ ଆମୁଖରେ ରୁଚିକାର ପରିବାର ଲୋକେ ଧାରଣାରେ ବସିଛନ୍ତି । ତାଙ୍କ ସହ ବିଭିନ୍ନ ଛତ୍ର ସଂଗଠନ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି । ଆଜି ସକାଳୁ ପୁରା ଦିନ ତମାମ ବର୍ଷା ଜାରି ରହିଛି । ତଥାପି ହାର୍ ମାନି ନାହାନ୍ତି ରୁଚିକାଙ୍କୁ ନ୍ୟାୟ ଦେବା ପାଇଁ ବିଜେବି କଲେଜ ଆଗରେ ଅଡି ବସିଥିବା ତାଙ୍କ ପରିବାର ଓ ଛାତ୍ର ଛାତ୍ରୀମାନେ ।

ରୁଚିକାଙ୍କୁ ଶୀଘ୍ର ନ୍ୟାୟ ମିଳୁ ବୋଲି ସେମାନେ ବର୍ଷାରେ ମଧ୍ୟ ନିଜ ଆନ୍ଦୋଳନ ଜାରି ରଖିଛନ୍ତି । ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ ତିନିଦିନ ବିତି ଯାଇଥିଲେ ମଧ୍ୟ ଏବେ ଯାଏଁ ସେହି ତିନିଜଣ ସିନିୟରଙ୍କୁ ଠାବ କରାଯାଇ ପାରିନାହିଁ । ତେବେ ସେହି ତିନିଜଣ ଛାତ୍ରୀ କିଏ ଏହା କଲେଜ କତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ୱାର୍ଡେନ ଓ ସୁପରିଟେଡେଣ୍ଟଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣିଥିଲେ ସୁଦ୍ଧା କେହି ମୁହଁ ଖୋଲୁ ନାହାନ୍ତି ବୋଲି ସମସ୍ତେ ଅଭିଯୋଗ ଆଣୁଛନ୍ତି ।

ଏହି କେସ୍ କୁ ଚାପିଦେବା ପାଇଁ ସେମାନେ ଏଭଳି କରୁଛନ୍ତି । କିନ୍ତୁ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଏହି କେସ୍ କୁ ଦବେଇ ପାରିବେ ନାହିଁ ବୋଲି କହିଛନ୍ତି ଛାତ୍ର ନେତା । ଅଭିଯୁକ୍ତମାନେ ଜେଲ୍ ନଯିବା ଯାଏଁ ଏହି ଅନଶନ ଧାରଣା ଜାରି ରହିବ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।