ସମ୍ବଲପୁରରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲାଗିଲା କର୍ଫ୍ଯୁ ! ଘରୁ ବାହାରି ପାରିବେନି ଲୋକ, ଦେଖନ୍ତୁ ଦୃଶ୍ୟ…

ସମ୍ବଲପୁରରେ ଲାଗୁ ହୋଇଛି କର୍ଫ୍ଯୁ । କାଲୀ ରାତି 12ଟାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କର୍ଫ୍ଯୁ ବଳବତ୍ତର ରହିବ ବୋଲି ସୂଚନା ରହିଛି । ଏହି କର୍ଫ୍ଯୁ ସମ୍ବଲପୁର ସହରର ପ୍ରାୟ 6ଟି ଥାନା ଅଞ୍ଚଳରେ ଲାଗୁ କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ସମ୍ବଲପୁର ଉପଜିଲ୍ଲାପାଳ । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୁହାଯାଇଛି । ସେଥିପାଇଁ ଲୋକମାନଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି ।

ହେଲେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ନିର୍ଦ୍ଦିଷ୍ଟ ସମୟ ରଖାଯାଇଛି । ସକାଳ 8ଟାରୁ 10ଟା ଏବଂ ଅପରାହ୍ନ 3ଟା 30 ମିନିଟରୁ 5ଟା 30ମିନିଟ ମଧ୍ୟରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବାହାରକୁ ଆସିପାରିବେ । କୌଣସି ମେଡିକାଲ ଏମରଜେନ୍ସି ପାଇଁ ଏକ ହେଲପଲାଇନ ନମ୍ବର ଜାରି ରଖାଯାଇଛି । ହେଲପଲାଇନ ନମ୍ବରଟି ହେଉଛି 7655800760 । କୌଣସି ମେଡିକାଲ ଏମରଜେନ୍ସି ଦେଖା ଦେଲେ ଲୋକମାନେ ଏହି ନମ୍ବରରେ କଲ୍ କରି ସହାୟତା ଲୋଡି ପାରିବେ ।

କାଲି ରାତିରେ ଡାକବାଜି ଜନ୍ତ୍ର ଜରିଆରେ ଉକ୍ତ ଅଞ୍ଚଳ ମାନଙ୍କରେ କର୍ଫ୍ଯୁ ଲାଗିବା ନେଇ ଘୋଷଣା କରା ଯାଇଥିଲା । ତେଣୁ ସକାଳେ ପୋଲିସ ଉକ୍ତ ଅଞ୍ଚଳରେ ଆକ୍ସନ ନେବା ଆରମ୍ଭ କରିସାରିଛି । ବଜାର ଉପରେ ଥିବା ବସ୍ ଗୁଡିକୁ ପୋଲିସ ହଟାଉଥିବାର ଏବଂ ତୁରନ୍ତ ସେହି ସ୍ଥାନ ଛାଡି ଚାଲିଯିବା ପାଇଁ ଲୋକଙ୍କୁ କହୁଥିବାର ଦେଖିବାକୁ ମିଳିଛି । କୌଣସି ଜରୁରୀ କାମ ନଥିଲେ କେହି ଲୋକ ବାହାରକୁ ଆସିପାରିବେ ନାହିଁ ବୋଲି ସ୍ପଷ୍ଟ କୁହାଯାଇଛି ।

ବୁର୍ଲା ଏବଂ ହୀରାକୁଦକୁ ବାଦ୍ ଦିଆଯାଇ କେବଳ ସମ୍ବଲପୁରର 6ଟି ଥାନା ଅର୍ଥାତ ଟାଉନଥାନା, ଧନୁପା ଥାନା, କ୍ଷେତ୍ରାସପୁରଥାନା, ଅଇଁଠାପା ଥାନା, ବରେଇପାଲି ଥାନା ଓ ସଦରଥାନା ଅଞ୍ଚଳରେ ଆସୁଥିବା ଅଞ୍ଚଳ ଗୁଡିକ କର୍ଫ୍ଯୁ ଲାଗୁ କରାଯାଇଛି । ଏପରିକି ସେହି ଅଞ୍ଚଳରେ ଯାତ୍ରୀବାହୀ ବସ୍ ଚଳାଚଳ ମଧ୍ୟ ବନ୍ଦ ରଖାଯାଇଛି । ଦୂରଗାମୀ ଗାଡିଗୁଡିକ ଜାତୀୟ ରାଜପଥ ପାଖରେ ଯାତ୍ରୀମାନଙ୍କୁ ଛାଡିବେ ଓ ତା’ପରେ ସେମାନଙ୍କୁ ଭିତରକୁ ଅନୁମତି ଦିଆଯିବ ।

ସେହିଭଳି ସମସ୍ତ ଶିକ୍ଷାନୁଷ୍ଠାନ, ବ୍ଯବସାୟିକ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ । କୌଣସି ସ୍କୁଲ କଲେଜ ମଧ୍ୟ ଖୋଲାଯିବ ନାହିଁ । ନିହାତି ଆବଶ୍ୟକ ଥିଲେ ନିର୍ଦ୍ଧାରିତ ସମୟରେ ବଜାରକୁ ଯାଇ ଜିନିଷପତ୍ର କିଣିପାରିବେ ବୋଲି ସୂଚନା ଦିଆଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।