Chanakya Niti- ସକାଳୁ ଉଠିବା ମାତ୍ରେ କରି ନିଅନ୍ତୁ ଏହି 1 କାମ, ଚମକି ଉଠିବ ଭାଗ୍ୟ, ସବୁ କାର୍ଯ୍ୟରେ ମିଳିବ ସଫଳତା

ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରହିକ୍ତ ଏକ ନୀତି ଗ୍ରନ୍ଥ ଅଟେ । ଏଥିରେ ଜୀବନକୁ ସୁଖମୟ ଓ ଆନନ୍ଦମୟ କରିବା ପାଇଁ ସଠିକ ପରାମର୍ଶ ଦିଆ ଯାଇଛି । ଏହି ଗ୍ରନ୍ଥର ମୁଖ୍ୟ ବିଷୟ ହେଉଛି ମାନବ ସମାଜକୁ ସଠିକ ମାର୍ଗ ଦର୍ଶନ କରାଇବା । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ତାଙ୍କର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତ ମୋର୍ଜ୍ୟଙ୍କୁ ରାଜଗାଦିରେ ବସାଇଥିଲେ । ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତି ଅନୁସାରେ ସକାଳୁ ଉଠିବା ପରେ କେଉଁ କାମ କରିଲେ ଭାଗ୍ୟ ଉଦୟ ହୋଇଯାଏ ସେହି ବିଷୟରେ କହିବାକୁ ଯାଉଛି ।

ବାସ୍ତୁ ଅନୁସାରେ ସକାଳୁ ଉଠିବା ପରେ ଏମିତି କିଛି କାମ କରିବା ଉଚିତ ଯାହା ଦ୍ଵାରା ଆମ ଦିନ ତମାମ ଭଲ ରହିବ । ବଡ ଗୁରୁଜନ ମାନେ ଆମକୁ କିଛି ନା କିଛି ଶିକ୍ଷା ଦେଇଥାନ୍ତି । ଆମ ସମାଜରେ ଏହି ସବୁ କଥାର ବିଶ୍ଵାସ ମହତ୍ଵ ମଧ୍ୟ ରହିଛି । ଏହା ଆମ ଭଲ ପାଇଁ ହେବା ସହ ଜୀବନରେ ଉନ୍ନତି ମଧ୍ୟ ଆଣିଥାଏ ।

୧ – ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ପରେ ନିଜର ହାତ ପାପୁଲିର ଦର୍ଶନ କରିବା ଉଚିତ । ତଳେ ପାଦ ଦେବା ପୂର୍ବରୁ ପୃଥିବୀ ମାତାଙ୍କୁ କ୍ଷମା ଯାଚନା କରିବା ଉଚିତ । ଶାସ୍ତ୍ର ରେ ପୃଥିବୀ କୁ ଆମର ମା ସମାନ ମାନ୍ୟତା ଦିଆ ଯାଇଛି । ଯିଏ ଆମର ବୋଝ ଉଠାଇଥାଏ । ଏମିତି କରିବା ଦ୍ଵାରା ମଣିଷ ଜୀବନରେ ସବୁ ଦୋଷ ଦୂର ହୋଇଥାଏ ।

୨- ସକାଳୁ ଉଠିବା ପରେ ସ୍ନାନ କରିବା ସମୟରେ ସବୁ ତୀର୍ଥ ଜଳ ଓ ସ୍ଥାନ ଗୁଡିକର ନାମ ସ୍ମରଣ କରିବା ଉଚିତ ବୋଲି ଶାସ୍ତ୍ର ରେ କୁହା ଅଯାଇଛି । ଏମିତି କରିବା ଦ୍ଵାରା ସବୁ ତୀର୍ଥ ର ପୂଣ୍ୟ ଲାଭ ହୋଇଥାଏ ।

୩- ସ୍ନାନ କରିବା ପରେ ତମ୍ବା ପାତ୍ର ରେ ଜଳ ଭାରି ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରିବା ଉଚିତ । ଏମିତି କରିବା ଦ୍ଵାରା ଦିନ ଭଲ ରହିଥାଏ । ଏହା ସହ କୁଣ୍ଡଳୀରେ ଥିବା ସୂର୍ଯ୍ୟ ଗ୍ରହର ସ୍ଥିତି ଭଲ ରହିଥାଏ । ଏହାର ପ୍ରଭାବ ଆମ ବୁଦ୍ଧି ଉପରେ ପଡିଥାଏ । ଏହା ବ୍ଯତୀତ ମାନ ସମାନ ସମାନ ଆର୍ଥିକ ବୃଦ୍ଧି ହୋଇଥାଏ ।

୪- ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅରପଣ କରିବା ପରେ ତୁଳସୀ ଗଛରେ ଜଳ ଚଢାଇବା ଉଚିତ । ଏହା ସହ ଘରର ଠାକୁର ଘରେ ପୂଜା କରିବା ଉଚିତ ।

୫- ଯଦି ସମ୍ଭବ ହୁଏ ତେବେ ସକାଳୁ ଗାଈ କୁ ରୋଟି ଖାଇବାକୁ ଦେବା ଉଚିତ । ଏମିତି କରିବା ଦ୍ଵାରା ପୂଣ୍ୟ ପ୍ରାପ୍ତ ହୋଇଥାଏ । ଏହା ସହ ଘରେ ଧନଧାନ୍ୟରେ ଭରିଯିବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

୬- ଆପଣ ଘରୁ ଯାତ୍ରା କରିବା ସମୟରେ ମାତା ପିତାଙ୍କ ଆଶୀର୍ବାଦ ନେବା ସହ ଦେବିଦେବତାଙ୍କୁ ପ୍ରଣାମ କରିବା ଉଚିତ । ଘରୁ ବାହାରିବା ସମୟରେ ନାସିକାରେ ଯେଉଁ ସ୍ଵର ରହିଥିବ ସେହି ପାଦ ଆଗ ବାହାର କରିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।