ବନ୍ଧୁଗଣ ଆମ୍ଭେମାନେ ସାଧାରଣତଃ ରସୁଣକୁ ରୋଷେଇ ସମୟରେ ବ୍ୟବହାର କରିଥାଉ । ରସୁଣରେ ଆନ୍ଟିଅକ୍ସିଡେଣ୍ଟ ଓ ଆନ୍ଟିବାୟୋଟିକ ଗୁଣ ରହିଥାଏ ଯାହା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ । ବନ୍ଧୁଗଣ ରସୁଣର ସଠିକ ବ୍ୟବହାର ଦ୍ଵାରା ମୁଣ୍ଡବିନ୍ଧା ଠାରୁ ଆରମ୍ଭ କରି କ୍ୟାନ୍ସର ପରି ମାରାତ୍ମକ ରୋଗକୁ ଦୂର କରାଯାଇ ପାରିବ ।
ରସୁଣର ବ୍ୟବହାର ଯଦି ସଠିକ ରୂପରେ କରାଯିବ ତା ହେଲେ ଆପଣଙ୍କୁ କେବେହେଲେ ଡାକ୍ତର ପାଖକୁ ଯିବାକୁ ପଡିବ ନାହିଁ । ଆଜି ଆମେ ଆପଣ ମାନଙ୍କୁ ରସୁଣର ସଠିକ ଉପାୟରେ ସେବନ କରିବା ବିଷୟରେ କହିବାକୁ ଯାଉଅଛୁ ।
୧. ବନ୍ଧୁଗଣ ଯଦି ଆପଣ ନିଜର ମୋଟାପଣକୁ କମାଇବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆପଣ ରସୁଣର ବ୍ୟବହାର କରି ନିଜ ମୋଟାପଣକୁ କମାଇ ପାରିବେ । ଏଥିପାଇଁ ଆପଣ ସକାଳ ସମୟରେ ଖାଲି ପେଟରେ କେବଳ ୪ଟି ରସୁଣକୁ ଚୋବାଇ ଖାଇଦିଅନ୍ତୁ ଓ ତାହା ଉପରେ ୧ ଗ୍ଳାସ ଉଷୁମ ପାଣିର ସେବନ କରିଦିଅନ୍ତୁ । ଏହାକୁ ସବୁଦିନ ସେବନ କରିଲେ ଆପଣ କେବଳ ୧ ମାସ ମଧ୍ୟରେ ୫ କିଲୋ ଓଜନ କମାଇ ପାରିବେ ।
୨. କୋଲେଷ୍ଟ୍ରୋଲ ଆମ ଶରୀର ପାଇଁ ବହୁତ ହାନିକାରକ ଅଟେ । ଯେଉଁ ମଣିଷର କୋଲେଷ୍ଟ୍ରୋଲ ସମସ୍ଯା ଅଛି ସେମାନଙ୍କୁ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ରହିଛି । ଏହା ସହିତ ସେମାନଙ୍କ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ଭାବରେ ହୋଇନଥାଏ । ହେଲେ ଯଦି ବନ୍ଧୁଗଣ ଆପଣ ସବୁ ଦିନ ଖାଲି ପେଟରେ ୪ଟି ରସୁଣକୁ ଚୋବାଇ ଚୋବାଇ ଖାଇ ଦେଉଛନ୍ତି ଓ ତାହା ଉପରେ ୧ ଗ୍ଳାସ ଉଷୁମ ପାଣିର ସେବନ କରୁଛନ୍ତି, ତା ହେଲେ ଆପଣଙ୍କ କୋଲେଷ୍ଟ୍ରୋଲର ସମସ୍ଯା ଧୀରେ ଧୀରେ ଦୂର ହେବାକୁ ଲାଗିବ ।
୩. ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଭୁଲ ଜୀବନଶୈଳୀ ଓ ଭଲ ଖାଦ୍ୟ ପେୟର ଅଭାବ ହେତୁ ଆମକୁ ବହୁତ ଶୀଘ୍ର ଛୋଟ ଛୋଟ ରୋଗ ଯେମିତିକି ଥଣ୍ଡା, କାସ, କ୍ଳାନ୍ତପଣ, ଆଣ୍ଠୁ ଗଣ୍ଠି ବ୍ୟଥା, ଚକ୍ଷୁ ଦୁର୍ବଳତା ଓ କେସ ଜନିତ ସମସ୍ଯା ଆଦି ହୋଇଥାଏ । ଏହି ସମସ୍ତ ସମସ୍ଯା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ନିର୍ଭର କରିଥାଏ ।
ଯଦି ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ କ୍ଷମତା ଅଧିକ ଥିବ ତା ହେଲେ ଏହି ସମସ୍ତ ସମସ୍ଯା କେବେହେଲେ ହେବ ନାହିଁ । ଏଥିପାଇଁ ଆପଣ ପ୍ରତିଦିନ ସକାଳ ସମୟରେ ଖାଲି ପେଟରେ କେବଳ ୪ଟି ରସୁଣକୁ ଚୋବାଇ ଖାଇ ଦିଅନ୍ତୁ ଓ ୧ ଗ୍ଳାସ ଉଷୁମ ପାଣିର ସେବନ କରିଦିଅନ୍ତୁ । ଦେଖିବେ ଆପଣଙ୍କୁ ଆଜୀବନ ପର୍ଯ୍ୟନ୍ତ କୌଣସି ରୋଗ ହେବ ନାହିଁ ।
ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।