ଆମ ଶରୀରରେ ଲିଭରର ପ୍ରମୁଖ ଭୂମିକା ରହିଛି । ଶରୀରର ପ୍ରତ୍ଯେକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଲିଭର୍ ଅନ୍ୟତମ । ଲିଭରକୁ ସର୍ବଦା ସୁସ୍ଥ ରଖିବା ଉଚିତ୍ । ଯଦି ଆପଣଙ୍କର ଲିଭର ଜନିତ ସମସ୍ୟା ଯଥା ଜଣ୍ଡିସ, ଫ୍ୟାଟି ଲିଭର ଥାଏ । ତେବେ ଆପଣ ଏହି ଚମତ୍କାରୀ ଜୁସ ବ୍ୟବହାର କରି ଆପଣଙ୍କ ଲିଭର ସୁସ୍ଥ ଲିଭର କରିପାରିବେ । ତେବେ ଲିଭରକୁ ସୁସ୍ଥ ରଖିବା ପାଇଁ ଡାକ୍ତର ସାଲିମ ଜଇଦି କଣ ଟିପ୍ସ ଦେଉଛନ୍ତି ସେ ସମ୍ପର୍କରେ ଜାଣିବା ।
ଶରୀରରେ କୋଲୋଷ୍ଟ୍ରୋଲ କୁ ନିୟନ୍ତ୍ରଣ, ଖାଦ୍ୟକୁ ହଜମ, ଟକ୍ସିସ ନିର୍ଗତ, ହୋରମୋନ ଓ ଏନଯାଇମକୁ ସୃଷ୍ଟି କରିବା ଏଭଳି ଅନେକ କାମ ଲିଭର କରିଥାଏ । ଆମ ଲିଭର ବହୁତ ସାରା କାମ କରିଥାଏ ତେଣୁ କରି ଆମକୁ ଏହାର ଅଧିକ ଯତ୍ନ ନେବା ମଧ୍ୟ ଦରକାର । ଆକିକାଲିର ଆଧୁନିକ ଖାଦ୍ୟ ଲିଭର କୁ ଅତ୍ୟଧିକ ଖରାପ କରିଦେଉଛି । ତେଣୁ କରି ଆମ ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରି ଲିଭର କୁ ପରିଷ୍କାର ଓ ସୁସ୍ଥ ରଖି ପାଇଁ ଚେଷ୍ଟା କରିବା ଉଚିତ୍ ।
ଆଜି ଆମେ ଆପଣଙ୍କୁ ଲିଭରକୁ ସଫା ଓ ଶକ୍ତିଯୁକ୍ତ କରିବା ଜୁସ କୁ କିପରି ପ୍ରସ୍ତୁତ କରିବେ ତାହା ବିଷୟରେ ସ୍ପଷ୍ଟ ରୂପରେ କହିବୁ । ଏହି ଜୁସ କୁ ପ୍ରସ୍ତୁତ କରିବା ପାଇଁ ଆମ କୁ ଚାରୋଟି ଜିନିଷର ଆବଶ୍ୟକତା ପଡିଥାଏ । ସେଗୁଡିକ ହେଉଛି ଗାଜର , ସେଓ , ବାତାବି ଓ ପୋଦିନା । ବାତାବି ଲିଭରକୁ ସଫା କରିବା ସହ ହଜମ କରୁଥିବା ଏନଯାଇମ କୁ ତିଆରି କରିବାରେ ସାହାଯ୍ୟ କରିଥାଏ ।
ଗାଜରରେ କ୍ୟାରୋଟିନ ପୋଷକ ତତ୍ଵ ରହିଥାଏ ଯାହା ଲିଭର ଭିତରେ ହୋଇଥିବା ନଷ୍ଟ ବା କ୍ଷତ କୁ ପୂରଣ କରିଥାଏ । ସେଓ ଲିଭର ର ଶିରକୁ ସୁରକ୍ଷିତ ରଖିଥାଏ । ଲିଭରରେ ଥିବା ବିନ୍ଧା ଓ ଫୁଲାକୁ ପୋଦିନା ଦୂର କରିଥାଏ । ତେବେ ଏହି 4 ଟି ସାମଗ୍ରୀ ଆପଣଙ୍କୁ ଅତି ସହଜରେ ଆପଣଙ୍କ ଘରେ ଅଥବା ମାର୍କେଟରୁ ନେଇ ମଧ୍ୟ କରିପାରିବେ ।
ପ୍ରତ୍ଯେକ ସାମଗ୍ରୀରୁ ଗୋଟିଏ ଲେଖାଏଁ ଆଣି ତାହାକୁ ସଫା କରି 4 ଟି ଏକାଠି ମିଶାଇ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଆପଣଙ୍କ ଲିଭରକୁ ସୁସ୍ଥ ରଖିବାର ଜୁଷ ପ୍ରସ୍ତୁତ ହୋଇଯିବ । ସବୁ ଦିନ ଜଳଖିଆ ପୂର୍ବରୁ ଏହି ଜୁସର ସେବନ କରିବା ଉଚିତ୍ । ଏହାକୁ ପିଇବାର କିଛି ସପ୍ତାହ ଭିତରେ ଆପଣ ବହୁତ ଭଲ ରେଜଲ୍ଟ ଦେଖିବାକୁ ପାଇବେ ।
ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ