ସବୁବେଳେ ବିଜ୍ଞାପନର ସମୟ ୧୦ : ୧୦ ହିଁ କାହିଁକି ହୋଇଥାଏ, କାରଣ ଆପଙ୍କୁ ଆଶ୍ଚର୍ଯ୍ୟ କରିଦେବ

କହିବାକୁ ଗଲେ ସମୟ ଆମ ସମସ୍ତଙ୍କ ପାଇଁ ମହତ୍ଵପୂର୍ଣ ଅଟେ । ସମୟ କାହା ପାଇଁ ବି ରହି ଯାଏ ନାହିଁ ସେଥିପାଇଁ ଆମ ସମସ୍ତଙ୍କୁ ସମୟ ସହ ପାଦ ଦେଇ ଚାଲିବାର ଅଛି । ତେବେ ଯାଇ ଆପଣ ଉନ୍ନତିର ମାର୍ଗରେ ବଢିବେ । କହିବାକୁ ଗଲେ ପ୍ରାୟତଃ ଆପଣମାନେ ସବୁ ସ୍ଥାନରେ ଦେଖିଥିବେ କି ଘଣ୍ଟାର ସମୟ ୧୦ : ୧୦ ହିଁ ବାଜିଥାଏ । ସବୁ ବିଜ୍ଞାପନ ଓ ସବୁ ଦୋକାନରେ ବି ଏହି ସମୟ ହିଁ ଦେଖା ଯାଇ ଥାଏ ।

କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ସବୁବେଳେ କାହିଁକି ଏହିଭଳି ସମୟ ରହିଥାଏ । କଣ ପାଇଁ ଏହି ସମୟ ଦେଖା ଯାଇଥାଏ ଏହାର କାରଣ କଣ ହେଇଥାଏ । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା ଅସଲ କାରଣ ବିଷୟରେ କହିବୁ ।

ଆସନ୍ତୁ ଜାଣିବା ଏହାର କିଛି ଖାସ କାରଣ

ଯେଉଁ ସମୟରେ ‘ଆବ୍ରାହମ ଲିଂକନ’ଙ୍କ ମୃତ୍ୟୁ ହୋଇଥିଲା ତେବେ ସେହି ସମୟରେ ସବୁ ଲୋକମାନଙ୍କ ମନେରେ କିଛି ଭ୍ରାନ୍ତ ଧାରଣା ବି ରହୁଥିଲା । ଏହି କ୍ରମରେ ଯେତେବେଳେ ‘ଆବ୍ରାହମ ଲିଂକନ’ଙ୍କ ମୃତ୍ୟୁ ହୋଇଥିଲା ସେହି ସମୟରେ ଘଣ୍ଟାରେ ପ୍ରାୟ ରାତି ୧୦ :୧୦ ବାଜିଥିଲା ।

ଏହି ସମୟରେ ଘଣ୍ଟାର କଣ୍ଟା ଏକ ସନ୍ତୁଳିତ ଆକାରର ହେଉଥିଲା ଓ ମନୋବିଜ୍ଞାନଙ୍କ ଅନୁସାରେ ‘ଆମେ symmetrical ଜିନିଷକୁ ଦେଖିବାକୁ ପ୍ରାୟତଃ ପସନ୍ଦ କରୁ ।

ଯେତେବେଳେ ଏହି ସମୟକୁ ଘଣ୍ଟାରେ ଦେଖିବେ, ତେବେ ଆପଣଙ୍କୁ ଲାଗିବ ଯେ ଘଣ୍ଟାଟି ହସୁଛି, ଆପଣଙ୍କୁ ବି ସ୍ମାଇଲ ଚିହ୍ନ ନିଶ୍ଚିତ ନଜର ଆସିଥିବ । ସେହି ସମୟରେ ଘଣ୍ଟାଟି ବିଲକୁଲ ଏହିଭଳି ହିଁ ପ୍ରତୀତ ହୋଇଥାଏ ।

ଘଣ୍ଟାରେ ଯେତେବେଳେ ୧୦ : ୧୦ ବାଜି ଥାଏ ସେତେବେଳେ ଗୋଟିଏ ସଂକେତ ନଜର ଆସିଥାଏ ଯାହାକି ‘v’ ଅଟେ । ଏହି ସଂକେତ ବିଜୟ ହାସଲ କରିବାର ପ୍ରତୀକ ଭଳି ଲାଗେ |

ଏହି ସମୟରେ ଘଣ୍ଟାରେ ଥିବା ଅନ୍ୟ ସବୁ ଜିନିଷ ଯେପରି କି ବ୍ରାଣ୍ଡର ନାମ, କମ୍ପାନୀର ଲୋଗୋ ପୁରା ପରିଷ୍କାର ଦେଖାଯାଏ । ସେଥିପାଇଁ ଏହା ଏକ କାରଣ ହେଇପାରେ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।