ସାବଧାନ ହୋଇ ଯାଆନ୍ତୁ, କେହି ମୁଣ୍ଡଳିକୁ ଯାଆନ୍ତୁ ନାହିଁ, ଏବେ ହୀରାକୁଦ ଖୋଲିଲା ଗେଟ ।

ହୋଇ ଯାଆନ୍ତୁ ସାବଧାନ । ମୁଣ୍ଡଳି ପାଖକୁ କେହି ଯାଆନ୍ତୁ ନାହିଁ । କାରଣ ଖୋଲିଲା ହୀରାକୁଦ ଏବେ ମୁଣ୍ଡଳି ରେ ପାଣି ଭରିଯିବ । ବନ୍ୟା ଜଳରେ ଟଳମଳ ହେବ ମୁଣ୍ଡାଳ । ହଁ ଦର୍ଶକ ବନ୍ଧୁ ମୁଣ୍ଡଳି ଏମିତି ଏକ ସ୍ଥାନ ଯେଉଁ ଠାରେ ବନ୍ୟା ଆସିଲେ ବିପଦ ମାଡି ଆସେ । ଅନେକ ଲୋକଙ୍କର ଜୀବନ ନେଇଛି ମୁଣ୍ଡଳି ବ୍ରିଜ । ଅକାତ କାତ ପାଣି ସହ ସୁଅ ମୃତ୍ୟୁ ର କାରଣ ପାଲଟେ । କେତେବେଳେ ହାତୀ ର ଜୀବନ ଚାଲି ଯାଇଛି ର ଆଉ କେବେ ମୁଣ୍ଡଳି ରେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଙ୍କର ମୃତ୍ୟୁ ହୋଇଛି ।

ସେଥିପାଇଁ ବନ୍ୟା ଜଳ ଆସିବା ପୂର୍ବରୁ କରା ଯାଇଛି ସାବଧାନ । ମୁଣ୍ଡଳି ପାଖକୁ କେହି ଯାଅ ନାହିଁ । ହିରାକୁଦରେ ଛଡା ଯାଇଛି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । 5ଟି ଗେଟ ରୁ ବାହାରି ଆସୁଛି 75 ହଜାର କ୍ୟୁସେକ ପାଣି । ଯାହା ମୁଣ୍ଡଳି ରେ ପହଞ୍ଚିବା ପାଇଁ ଲାଗିବ ମାତ୍ର 2 ଦିନ । ସୁରକ୍ଷା ବ୍ୟବସ୍ଥାକୁ ମୁଣ୍ଡଳି ଅଞ୍ଚଳରେ କଡାକଡି କରାଯାଇଛି । ଯେମିତି କୌଣସି କ୍ଷତି କାହାର ନ ହୁଏ ସେଥିପ୍ରତି ଦୃଢ ପଦକ୍ଷେପ ନିଆ ଯାଇଛି ।

ବ୍ରିଜ ତଳକୁ ଓଲହାଇ ବା ବ୍ରିଜ ରେ ସେଲଫି ନେବାକୁ ବାରଣ କରା ଯାଇଛି । ପାଣି ପାଖକୁ ନ ଯିବା ପାଇଁ ମଶ୍ଚ୍ୟଜୀବୀ ମାନଙ୍କୁ ବାରଣ କରାଯିବ । ତେବେ ବନ୍ୟା ଜଳ ଦେଖିବା ପାଇଁ ମୁଣ୍ଡଳୀର ଓଭର ବ୍ରିଜ ଉପରେ ଶହ ସହ ଲୋକଙ୍କର ଭିଡ ଜମିପାରେ । ଆଉ ସେହି ଗହଳି କୁ ଆୟତ୍ତ କରିବା ପାଇଁ ପୋଲିସ ଏବେ ଠାରୁ ସତର୍କ ରହିଛି । ସେଥିପାଇଁ ପୋଲିସ ଲୋକଙ୍କୁ ଆୟତ୍ତ କରିବା ସହ ଯେମିତି ଦୋକାନ ବଜାର ନ ଖୋଲିବ ସେଥି ପ୍ରତି ଧ୍ୟାନ ଦେଉଛି ।

ତେବେ ମଶ୍ଚ୍ୟ ଜୀବୀ ମାନେ ମୁଣ୍ଡଳି ରୁ ମାଛ ଧରି ଆଣି ବିକ୍ରି ପାରିବେ ନାହିଁ । କାରଣ ମାଛ ବିକିବା ମାତ୍ରେ ଗହଳି ଜମି ଥାଏ ତେଣୁ ଏଥିପ୍ରତି ଧ୍ୟାନ ଦିଆଯିବ । ଯଦି ଦେଖିବା 2021 ରେ ମୁଣ୍ଡଳି ବ୍ରିଜ ରେ ହାତୀ ଫସି ଯାଇଥିଲା । ଆଉ ହାତୀ କୁ ଉଧାର କରିବାକୁ ଓଡ୍ରାଫ ଟିମ ଯାଇଥିଲା । ଆଉ ସେହି ଘଟଣାକୁ କଭର କରିବା ପାଇଁ ଯାଇଥିଲେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ।

କିନ୍ତୁ ତାଙ୍କର ପାଣି ରେ ବୁଡି ମୃତ୍ୟୁ ହୋଇଥିଲା । ଆଉ ସେଥିପାଇଁ ଚଳିତ ବର୍ଷ ଏମିତି କିଛି ଅଘଟଣ ନ ହେବା ପାଇଁ ବ୍ୟବସ୍ଥା କରା ଯାଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।