ଗତ ଜୁଲାଇ ୨ ତାରିଖ ଦିନ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଖୋଜ ଥିବା ଘଟଣା ସାମ୍ନାକୁ ଆସିଥିଲା । ଏନେଇ ଉକ୍ତ ଛାତ୍ରୀଙ୍କ ଘରଲୋକଙ୍କ ସମେତ କଲେଜ କତ୍ତୃପକ୍ଷ ସମସ୍ତେ ଚିନ୍ତିତ ଥିଲେ । ଝିଅକୁ ଠାବ କରାଯାଉ ବୋଲି ଘରଲୋକ ଅନୁରୋଧ କରିଥିଲେ ଓ ତାଙ୍କ ବାପା ମଧ୍ୟ ଝିଅ ମୋ ଜୀବନ କହି କାନ୍ଦି ପକାଇଥିଲେ । ତେବେ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଏବେ ସାମ୍ନାକୁ ଆସିଛନ୍ତି ନିଖୋଜ ଛାତ୍ରୀ ସୁବାସିନୀ ମଲ୍ଲିକ ।

ସେ ଏକ ଭିଡିଓ ଜାରି କରିଛନ୍ତି ନିଜ ବାପା ଓ କଲେଜ କତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ । ଭିଡିଓରେ ଛାତ୍ରୀଜଣକ କହିଛନ୍ତି କି, “ମୁଁ ସୁବାସିନୀ ମଲ୍ଲିକ କହୁଛି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ଓ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀନିବାସରେ ହିଁ ରହୁଥିଲି । ଜୁଲାଇ ୨ ତାରିଖରେ ମୁଁ ସ୍ବଇଚ୍ଛାରେ ହଷ୍ଟେଲରୁ ପଳେଇ ଆସିଥିଲି । ଏବେ ମୁଁ କୁଆଡେ ଗାଳି କଣ କରୁଛି ବୋଲି ସମସ୍ତେ ବହୁତ ଦ୍ଵନ୍ଦରେ ଅଛନ୍ତି ଓ ସୋସିଆଲ ମିଡିଆରେ ଏହାକୁ ନେଇ ବହୁତ କିଛି ଖେଳିଯାଇଛି ।
ମୁଁ ସମସ୍ତଙ୍କ ଦ୍ଵନ୍ଦ ଦୂର କରିବା ପାଇଁ ଏହି ଭିଡିଓଟି ବନେଇଛି । ମୁଁ ଦେଖିଲେ ମୋ କଲେଜ ଓ ଅଧ୍ୟକ୍ଷ ସମସ୍ତେ ମୋ ପାଇଁ ବହୁତ କଷ୍ଟ ପାଇଲେଣି । ମୁଁ ଚାହେଁନି ମୋ ପାଇଁ କିଏ ହଇରାଣ ହେଉ । ସେଥିପାଇଁ ମୁଁ ପଳେଇ ଆସିବାର କାରଣ ଟା ଜଣେଇ ଦେବାକୁ ଚାହୁଁଛି ଆଉ ବାଧ୍ୟ ହୋଇ ଏହି ଭିଡିଓଟି ବନାଉଛି । ମୁଁ ପଳେଇ ଆସିବାର କାରଣ ହେଉଛି ଯେ ମୁଁ ଗୋଟେ ପୁଅକୁ ଭଲ ପାଉଥିଲି ର୍ବଙ୍ଗ ମୁଁ ତାଙ୍କ ସହ ହିଁ ଆସିଛି । ଆମେ ଦୁହେଁ ବହୁତ ଦିନରୁ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲୁ ଓ ଆମ ଘରେ ମଧ୍ୟ ଏକଥା ଜାଣିଥିଲେ ।

କିନ୍ତୁ ଆମ ପାଇଁ କେହି ରାଜି ନଥିଲେ । ଏମିତି ଦ୍ଵନ୍ଦ ଭିତରେ ଆସନ୍ତା ଜୁଲାଇ ୭ ତାରିଖ ଦିନ ତାଙ୍କ ମ୍ୟାରେଜ ଫିକ୍ସ ହୋଇ ଯାଇଥିଲା । ଯେଉଁଥି ପାଇଁ ମୁଁ ଅପେକ୍ଷା କରି ପାରିଲିନି କାରଣ ମୁଁ ବହୁତ ଅଧୈର୍ଯ୍ୟ ହୋଇ ଯାଇଥିଲି । ତେଣୁ ମୁଁ ହିଁ ତାଙ୍କୁ ଫୋର୍ସ କଲି ଯେ ମୁଁ ତୁମ ବିନା ବଞ୍ଚି ପାରିବିନି ତୁମେ ମୋତେ ଆସିକି ନେଇଯାଅ । ତେଣୁ ଏଥିରେ କାହାର ବି ଭୁଲ ନାହିଁ । ମୁଁ ମୋ ଇଚ୍ଛାରେ ଆସିଛି ଓ ଏଠି ବହୁତ ଖୁସିରେ ଅଛି । ଆଉ ମୋତେ ନେଇ ଯେଉଁ ଦ୍ଵନ୍ଦ ଖେଳିଛି, ପ୍ଳିଜ ସେଗୁଡାକ କିଛି ବି ଆଲୋଚନା କରନ୍ତୁ ନାହିଁ ।
କଲେଜର ଅଧ୍ୟକ୍ଷ ଓ ସମସ୍ତଙ୍କୁ ମୁଁ କ୍ଷମା ମାଗିବାକୁ ଚାହୁଁଛି କି ମୋ ଯୋଗୁଁ ଏତେ ସବୁ ହୋଇଗଲା । ଆଉ ବାବା ପ୍ଳିଜ ଆଉ ସେମିତି କିଛିବି କରନି । ମୁଁ ମୋ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହୋଇ ରହିବାକୁ ଚାହୁଁଛି ।” ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।