ଋଷଭ ପନ୍ତଙ୍କୁ ନେଇ ମିତାଲି ରାଜ କହିଲେ ନିଜ ହୃଦୟର କଥା, ପନ୍ତ ବି ଲାଜରେ ହେଇଗଲେ ଲାଲ

ଆଜିର ସମୟରେ ପ୍ରାୟ ସମସ୍ତେ ରିଷଭ୍ ପନ୍ତଙ୍କ ଦିୱାନା ହେଉଥିବାର ଦେଖିବାକୁ ମିଳୁଛି । ଗତ କିଛି ମାସରୁ ପନ୍ତ ଜବରଦସ୍ତ ଫର୍ମ ରେ ରହିଛନ୍ତି । ସେଥିପାଇଁ ସମସ୍ତେ ତାଙ୍କ ବିଷୟରେ କଥା ହେବାକୁ ଚାହୁଁଛନ୍ତି ।

ପନ୍ତଙ୍କୁ ନେଇ ସୁନିଲ ଗାଭାସ୍କରଙ୍କ ଭବିଷ୍ୟବାଣୀ ପରେ, ବର୍ତ୍ତମାନ ଭାରତର ଜାତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ୍ ମଧ୍ୟ ପନ୍ତଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ମିତାଲି ରାଜ୍ । ଆଇପିଏଲ-୨୦୨୧ ରେ ରିଷଭ୍ ପନ୍ତ ଦିଲ୍ଲୀ କ୍ୟାପିଟାଲ ତରଫରୁ ଖେଳୁଥିଲେ । ମାତ୍ର ଅଧିନାୟକ ଶ୍ରେୟସ ଆୟର୍ ଆହତ ହେବା ପରେ ରିଷଭ୍ ପନ୍ତଙ୍କୁ ଦିଲ୍ଲୀ ଟିମ୍ ର ଅଧିନାୟକ ଭାବେ ଚୟନ କରା ଯାଇ ଥିଲା ।

ପନ୍ତ ନିଜ ଅଧିନାୟକତାରୁ ସ୍ପଷ୍ଟ କରି ଦେଇଥିଲେ ଯେ ଜଣେ ଅଧିନାୟକ ହେବାକୁ ତାଙ୍କର କେତେ ଦକ୍ଷତା ରହିଛି । ନିଜେ ଉତ୍ତମ ବ୍ୟାଟିଂ ପ୍ରଦର୍ଶନ କରି ଟିମ୍ ପାଇଁ ସ୍କୋର ହାସଲ କରିବା ସହ ପନ୍ତ ଅଧିନାୟକ ପଦକୁ ମଧ୍ୟ ଭଲ ଭାବେ ପରିଚାଳନା କରୁଥିଲେ । ଏହା ଛଡା ସେ ଜଣେ ଦକ୍ଷ ୱିକେଟ କିପର୍ ମଧ୍ୟ ଅଟନ୍ତି । ଟିମ୍ ପାଇଁ ସେ ୱିକେଟ କିପିଂ ମଧ୍ୟ କରନ୍ତି । ସେଥିପାଇଁ ସେ ସମସ୍ତଙ୍କ ହୃଦୟରେ ଜିତି ପାରିଛନ୍ତି ।

ପନ୍ତଙ୍କୁ ନେଇ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ୍ ବର୍ତ୍ତମାନ ନିଜ ହୃଦୟର କଥା ପ୍ରକାଶ କରିଛନ୍ତି । କିଛି ଦିନ ପୂର୍ବରୁ ଅନ୍ୟତମ ମହିଳା କ୍ରିକେଟର ସ୍ମୃତି ମନ୍ଦନା ମଧ୍ୟ ବଡ଼ ବୟାନ ଦେଇଥିଲେ । ଏଥିରୁ ଆପଣ ଜାଣି ପାରୁଥିବେ କି ମହିଳା କ୍ରିକେଟ ଟିମ୍ ରେ ମଧ୍ୟ ରିଶଭ୍ ପନ୍ତ ଙ୍କୁ ନେଇ କେତେ ଚର୍ଚ୍ଚା ହେଉଛି ଓ କେତେ ପ୍ରଶଂସା କରା ଯାଉଛି ।

କିଛି ଦିନ ପୂର୍ବରୁ ସୁନିଲ ଗାଭାସ୍କର୍ ଙ୍କ ପରି ଦିଗଜ ବ୍ୟାଟସମ୍ୟାନ୍ ମଧ୍ୟ ରିଶଭ୍ ପନ୍ତ ଙ୍କୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଥିଲେ । ସେ କହିଥିଲେ କି ରିଶଭ୍ ପନ୍ତ ଭବିଷ୍ୟତରେ ନିଶ୍ଚୟ ଟିମ୍ ଇଣ୍ଡିଆର ଅଧିନାୟକ ହେବେ । ଏଥିରୁ ଆପଣ ଅନ୍ଦାଜ ଲଗାଇ ପାରୁଥିବେ ଯେ ରିଶଭ୍ ପନ୍ତ କେତେ ଦକ୍ଷ ଖେଳାଳି ଅଟନ୍ତି । ତାଙ୍କ ଅଧିନାୟକତାରେ ଆଇପିଏଲ-୨୦୨୧ ରେ ଦିଲ୍ଲୀ କ୍ୟାପିଟାଲ ଟିମ୍ ପଏଣ୍ଟ ଟେବଲ୍ ରେ ଶୀର୍ଷରେ ପହଞ୍ଚି ଯାଇଥିଲା ।

ତେବେ କରୋନା ମହାମାରୀ ହେତୁ ଚଳିତ ବର୍ଷ ଆଇପିଏଲକୁ ସ୍ଥଗିତ ରଖିବା ପାଇଁ ବିସିସିଆଇ ନିର୍ଣ୍ଣୟ ନେଇଥିଲା । ମିତାଲି ରାଜ୍ ରିଶଭ୍ ପନ୍ତଙ୍କୁ ନେଇ ବୟାନ ଦେଇ କହିଥିଲେ ଯେ, ସେ ଏପରି ଏକ ଯୁବା ବ୍ୟାଟସମ୍ୟାନ୍ ଯାହାଙ୍କ ଠାରେ ମୋତେ ମହେନ୍ଦ୍ର ସିଂ ଧୋନିଙ୍କ ଝଲକ ଦେଖିବାକୁ ମିଳୁଛି । ପନ୍ତ ଭବିଷ୍ୟତରେ ନିଶ୍ଚୟ ଟିମ୍ ଇଣ୍ଡିଆର ଅଧିନାୟକ ହେବେ । ସମ୍ଭବପର ରିଶଭ୍ ପନ୍ତ ଟିମ୍ ଇଣ୍ଡିଆରେ ଧୋନିଙ୍କ ସ୍ଥାନ ପୁରା କରିବେ । ତେବେ ଏହି ବିଷୟରେ ଆପଣଙ୍କ ରାୟ କଣ ନିଶ୍ଚୟ କମେଣ୍ଟ କରି ଜଣାଇବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।