ଟାଇଟାନିକ ଦେଖିବାକୁ ଯାଇ ନିଖୋଜ, ବାକି ଅଛି 26 ଘଣ୍ଟାର ଅକ୍ସିଜେନ

ବନ୍ଧୁଗଣ ଟାଇଟେନିକ ଦେଖିବାକୁ ଯାଇ 4 ଦିନ ହେଲା ନିଖୋଜ । ଗଭୀର ସମୁଦ୍ରରେ ନିଖୋଜ ହୋଇ ଯାଇଛନ୍ତି 5 ଜଣ ବରିଷ୍ଠ ବ୍ୟକ୍ତି । ଆଉ ସେମାନେ ସମରାଇନ ରେ ଯାଉଥିଲେ । ଯେଉଁଥିରେ ରହିଥିଲେ 3 ଦେଶର 5 ଜଣ ବରିଷ୍ଠ ବ୍ୟକ୍ତି । ଆମେରିକାର ରିପୋର୍ଟ ମୁତାବକ ସେମାନଙ୍କ ପାଖରେ ପହଞ୍ଚିବାକୁ ଆଉ ମାତ୍ର 20ରୁ 24 ଘଣ୍ଟାର ଅକ୍ସିଜେନ ବଳକା ଥିବ । ଜୁନ 22 ସୁଧା ସମରାଇନ ଅକ୍ସିଜେନ ସରିଯିବ ବୋଲି କହିଛନ୍ତି ଆମେରିକାର ପୋଷ୍ଟ ଗ୍ରାଣ୍ଡ ।

ତେବେ ଏହାରି ଭିତରେ ଆସିଛି ଆଉ ଏକ ରୋଚକ ତଥ୍ୟ । ସର୍ଚ୍ଚ ଅପରେସନରେ ସାମିଲ ଥିବା କାନାଡାର ଏକ ଏୟାରକ୍ରାଫ୍ଟ ଦେଇଛି ଏଭଳି ସୂଚନା । ଟାଇଟେନିକ ଜାହାଜ ନିକଟବର୍ତ୍ତୀ ଅଞ୍ଚଳର ଏକ ବିପଦଜନକ ଶବ୍ଦ ଶୁଣିବାକୁ ମିଳିଥିଲା । ଯେଉଁଥି ଟାଇଟେନିକ ହୋଇଥିଲା । ଆଉ ସର୍ଚ ଅପରେସରନରେ ନିଯୁକ୍ତ ଥିବା ଅଧିକାରୀ ଦେଇଛନ୍ତି ଏମିତି କିଛି ସୂଚନା ଦେଇଛନ୍ତି ।

ଗଣମାଧ୍ୟମ ସଂସ୍ଥା CNN ର ରିପୋର୍ଟ ଅନୁଯାୟୀ କାନାଡା ପକ୍ଷରୁ ସର୍ଚ ଅପରେସନରେ ନିଯୁକ୍ତି ଥିବା ଏୟାରକ୍ରାଫ୍ଟ ସୋନାରବାଏ ସମୁଦ୍ର ଭିତରେ ଭୟଙ୍କର ଶବ୍ଦ ଶୁଣିବାକୁ ପାଇଥିଲା । ଯେଉଁଠି ଟାଇଟେନିକ ଜାହାଜର ଭଗ୍ନା ବଶେଷ ପଡି ରହିଛି । ଶବ୍ଦ ପ୍ରାୟ 30 ମିନିଟ ପରେ ରେକର୍ଡ କରାଯାଇଥିଲା । ପୂର୍ନବାର 4 ଘଣ୍ଟା ପରେ ପୁଣି କିଛି ଶବ୍ଦ ରେକର୍ଡ କରିଥିଲେ ସର୍ଚ୍ଚ ଅପରେସନ ଅଧିକାରୀ ।

କାନାଡା ଓ ଆମେରିକା ପକ୍ଷରୁ 3ଟି ହରକ୍ୟୁଲେସ ଏୟାରକ୍ରାଫ୍ଟ ସନ୍ଧାନ କରୁଛନ୍ତି । ସେହିପରି ଅଣ୍ଡର ୱାଟର ରୋବଟ ମଧ୍ୟ ପାଣିରେ ଖୋଜୁଛନ୍ତି କିନ୍ତୁ ସେମାନଙ୍କର ସନ୍ଧାନ ମିଳୁ ନାହିଁ । ଏହାରି ଭିତରେ ସବୁଠାରୁ ବଡ କଥା ହେଉଛି ଏହି ସମରାଇନ ଯୋଗେ ଯେ କୌଣସି ଲୋକ ଟାଇଟେନିକର ଅଂଶବିଶେଷ ଦେଖିବାକୁ ଯାଇଥାନ୍ତି ସେମାନଙ୍କୁ ସମଡ଼ାଇନ ଟାଇଟେନିକ ଦେଖାଇଥାଏ ।

3800 ମିଟର ଗଭୀରତାରେ ଥିବା ଟାଇଟେନିକ ଜାହାଜର ଖଣ୍ଡ ବିଖଣ୍ଡ ପାର୍ଟ ଦେଖିବାକୁ ଗଲେ ଜଣ ପିଛା 2 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଠିକ ସେମିତି ଟାଇଟେନିକ ଦେଖିବାକୁ ବାହରିଥିଲେ ବ୍ରିଟିଶ ଆରବପତି, ଥାମିଷ, ହାର୍ଡିନ, କୋଷ ମ୍ୟାଗନେଟ କମ୍ପାନୀ CEO ଷ୍ଟଟନ ରସ୍କ, ସମରାଇନ ଡ୍ରାଇଭର ପଲ ହେନାରୀଙ୍କ ସହ ପାକିସ୍ତାନୀ ଉଦ୍ୟୋଗପତି ଶାହଜାହାନ ଦାଉଦ ଓ ସୁଲେମାନ । ଷ୍ଟଟନ ରସ୍କ ହେଉଛନ୍ତି ନିଖୋଜ ସମରାଇନ ର ମାଲିକ ।

ଜୁନ 18ରେ ଟୁରିଷ୍ଟ ସମରାଇନ ବାହାରିଥିଲା ଟ୍ରାଟିକା ସାଗର ର ଟାଇଟେନିକ ଦୁର୍ଘଟଣା ସ୍ଥଳକୁ । ଯେଉଁଠିରେ ଡ୍ରାଇଭର ସହ 4 ଜଣ ବ୍ୟକ୍ତି ଉପସ୍ଥିତ ରହିଥିଲେ । କିନ୍ତୁ ଯାତ୍ରା ଆରମ୍ଭ କରିବା ପ୍ରାୟ 1 ଘଣ୍ଟା 45 ମିନିଟ ପରେ ରାଡ଼ାର ଗାଏବ ହୋଇଥିଲା ଓ ସମରାଇନର କିଛି ସିଗନାଲ ଆସି ନ ଥିଲା ।

ସମରାଇନରେ 96 ଘଣ୍ଟାରେ ଲାଇଫ ସପୋର୍ଟ ଥିବା ବେଳେ ନିଖୋଜକୁ ବୀତିଗଲାଣି 70 ଘଣ୍ଟା ରୁ ଅଧିକ ସମୟ । ସମରାଇନ ଆଣ୍ଟାର୍ଟିକ ତଟ ରୁ କୁଳ ଛାଡିଥିଲା । କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ସମରାଇନ କୁଆଡେ ନିଖୋଜ ହୋଇ ଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର ଓ କମେଣ୍ଟ କରନ୍ତୁ, ଧନ୍ୟବାଦ ।