କେତେ ବା ଆଉ ସହିବୁ । କେତେ ଦିନ ବା ଚୁପ ବସିବା । ପିଲାଙ୍କୁ ପାଠ ପଢାଇବୁ ଆଉ ଧମକ ବି ପାଇବି । ଚାକିରି କରିଛୁ ବୋଲି କଣ ମୁଣ୍ଡ ବିକ୍ରି କରି ଦେଇଛୁ ନା ସବୁ କଥା ମୁଣ୍ଡ ପାତି ସହିବୁ । ଆଉ ନୁହେଁ ଏଥର ମୁହଁ ଖୋଲିବାକୁ ହେବ । ଆମ ସହ ଯାହା ଘଟିଛି ପୋଲିସର ସାହାର୍ଯ୍ୟ ନେବାକୁ ହେବ । ଶେଷରେ ଆଇନ ଯାହା ନ୍ୟାୟ କରିବ । ହଁ ଦର୍ଶକ ବନ୍ଧୁ ଏଭଳି କିଛି ଭାବି 4 ଜଣ ଅଧ୍ୟାପିକା ଥାନା ର ଦ୍ଵାରସ୍ଥ ହୋଇଛନ୍ତି ।
ମଙ୍ଗଳବାର ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ମହା ବିଦ୍ୟାଳୟର ଦୁଇ ଅଧ୍ୟାପିକା ଓ ପୂର୍ବତନ ଦୁଇ ଅଧ୍ୟାପିକା କଲେଜ ପ୍ରିନ୍ସିପାଲ ଙ୍କ ନାଁ ରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଅଧ୍ୟାପିକାଙ୍କ କହିବା ଅନୁଯାୟୀ ପ୍ରିନ୍ସିପାଲ ତାଙ୍କ ସହ ଖରାପ ବ୍ୟବହାର କରନ୍ତି । ଜାତିଆଣ ଆକ୍ଷେପ କରନ୍ତି । ଏମିତିକି ମନ୍ଦ ଉଦେଶ୍ୟ ରଖିକି ରାତିରେ ମ୍ଯାସେଜ ଓ କଲ ମଧ୍ୟ କରନ୍ତି । ଶେଷରେ ଅଧ୍ୟକ୍ଷ ଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଥାନା ର ଦ୍ଵାରସ୍ଥ ହେଳୁ” ।
ଏହି ଘଟଣାକୁ ନେଇ କଲେଜ ର ଅଧ୍ୟକ୍ଷ କହିଛନ୍ତି ଯେ “ଅଭିଯୋଗ ଆଣିଥିବା ଅଧ୍ୟାପିକା ମାନେ କଲେଜ ରେ କୌଣସି କାର୍ଯ୍ୟ ଠିକ ଭାବେ ତୁଲାଉ ନ ଥିବାରୁ ସେମାନଙ୍କ ପର୍ଫୋମାଂସ ରିପୋର୍ଟ ଖରାପ ଆସିଥିଲା । ଏଭଳି ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ଦିଆ ଯିବାରୁ ଅଧ୍ୟାପିକା ମାନେ ମିଛ ଅଭିଯୋଗ କରିଥିବା ଅଧ୍ୟକ୍ଷ ନିଜର ପ୍ରତିକ୍ରିୟା ରେ କହିଛନ୍ତି । ଏ ନେଇ ଅଧ୍ୟାପିକା ମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ଗଣମାଧ୍ୟମରେ ରଖିଛନ୍ତି ।
ଜଣେ ଅଧ୍ୟାପିକା କହିଛନ୍ତି କି ପ୍ରିନ୍ସିପାଲ ରାତି ଅଧ ରେ ଫୋନ ଓ ମ୍ଯାସେଜ କରନ୍ତି । ସେ କୁହନ୍ତି ମୁଁ ପ୍ରିନ୍ସିପାଲ ମୁଁ ଚାହିଁଲେ ତୁମର CCR ଖରାପ କରି ଦେବି ଆଉ ଚାହିଁଲେ ତୁମେ ଉପରକୁ ଉଠି ପାରିବ । ତୁମେ ପ୍ରମୋଶନ ମଧ୍ୟ ପାଇବ ନାହିଁ । ଯେହେତୁ ସେ ଜଣେ ପ୍ରିନ୍ସିପାଲ ଆମେ ତାଙ୍କ ଅଣ୍ଡର ରେ କାମ କରୁଛୁ ନିଶ୍ଚୟ ଆମ ମନରେ ଭୟ ଆସିବ । ଅତିଷ୍ଠ ହେବା ପରେ ଆମେ ଥାନାକୁ ଆସିଛୁ” ।
ଆଉ ଜଣେ ଅଧ୍ୟାପିକା କହିଛନ୍ତି କି “ଅଧ୍ୟକ୍ଷ ମୋତେ କୁହନ୍ତି ତୁମେ ST ପିଲା ହୋଇ ଜେନେରାଲ କାଷ୍ଟ ର ଲୋକଙ୍କୁ ବାହା ହୋଇକି ଏତେ ଖୁସି ରେ ଅଛି । ଏହି ଟାଇପ ର ଷ୍ଟେଟମେଣ୍ଟ ଦିଅନ୍ତୁ ପ୍ରିନ୍ସିପାଲ । ଆହୁରି ମଧ୍ୟ କୁହନ୍ତି କି ମହିଳା ମାନେ କୌଣସି କାମ କରିବା ପାଇଁ ଯୋଗ୍ୟ ନୁହନ୍ତି । ଯଦି ମୁଁ ତାଙ୍କର ସଠିକ ଭାବେ କାମ କରୁ ନ ଥିଲି ତେବେ ସେ ମୋତେ ଏତେ ବଡ ପୋଜିସନ ରେ କାହିଁକି ରଖିଥିଲେ ଗତ 6 ମାସ ହେବ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।