ନମସ୍କାର ବନ୍ଧୁଗଣ । ଗତ କାଲି ଥିଲା ପବିତ୍ର ରଥଯାତ୍ରା ବା ଘୋଷ ଯାତ୍ରା । ଆଉ ଗତ କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ ଙ୍କର ରଥଯାତ୍ରା ଦେଖିବାକୁ ମିଳିଥିଲା । ଅନେକ ସ୍ଥାନରେ ରଥଯାତ୍ରା ଦେଖିବାକୁ ଲୋକ ମାନଙ୍କର ଭିଡ ଜମି ଥିଲା । ଆଉ ଏହାରି ଭିତରେ ଘଟି ଯାଇଛି ବଡ ଅଘଟଣ । ରଥ ଟାଣୁ ଟାଣୁ ଚାଲିଗଲା ଜୀବନ । ହଁ ଦର୍ଶକ ବନ୍ଧୁ ପବିତ୍ର ରଥଯାତ୍ରା ଦେଖିବାକୁ, ରଥ ଦଉଡି ଧରି ଜଗତର ନାଥ କାଳିଆ କୁ ଡାକିବାକୁ ଅନେକ ଆଗ୍ରହ ଥିଲା ମନରେ ।
ଆଉ ସେଥିପାଇଁ ବ୍ୟକ୍ତି ଜଣକ କାଲି କେତେ ଯେ ଆଶା ନେଇ ଆସିଥିଲେ ରଥଯାତ୍ରା ଦେଖିବାକୁ । କେମିତି ରଥ ଦଉଡି ଟିକେ ଟାଣିବେ ବୋଲି ବ୍ୟକ୍ତି ଜଣକ ଆଶା ବାନ୍ଧି ଥିଲେ । କିନ୍ତୁ ସେହି କାଳିଆ ର ରଥ ଆଗରେ ତାଙ୍କର ଜୀବନ ଚାଲିଗଲା । ତେବେ ଏ ଘଟଣା ହେଉଛି ଢେଙ୍କାନାଳ ଅଞ୍ଚଳର । ଗତ କାଲି ଢେଙ୍କାନାଳ ରଥଯାତ୍ରା ସମୟରେ ଏଭଳି ଅଘଟଣ ଘଟି ଯାଇଛି ।
ତେବେ କାହିଁକି ବ୍ୟକ୍ତି ଜଣକ ହଠାତ ବସି ପଡିଲେ । ସମସ୍ତଙ୍କ ନଜର ଯାଇ ଥିଲା । ଆଉ ଦେଖୁ ଦେଖୁ ଜାଗା ଆଖି ଆଗରେ ଚାଲିଗଲା ଜୀବନ । ତେବେ ସୂଚନା ଅନୁଯାୟୀ ଖରା ଓ ଅଂଶୁଘାତ କାରଣରୁ ବ୍ୟକ୍ତିଙ୍କର ଜୀବନ ଚାଲି ଯାଇଛି । ଆଉ ବ୍ୟକ୍ତି ଜଣକ ନାମ ହେଛି ମୁକ୍ତାଦେଇପୁର ଶାସନର କ୍ଷୀରୋଦ କୁମାର ରଥ । ତାଙ୍କର ବୟସ ପାଖା ପାଖି 70 ବର୍ଷ ହେବ ବୋଲି ଜଣା ପଡିଛି ।
ନିଜ ସ୍ତ୍ରୀ ଙ୍କ ସହ ରଥ ଦେଖିବାକୁ ଆସିଥିଲେ । ଅତ୍ୟଧିକ ଖରା କାରଣରୁ ସେ ହଠାତ ଅଚେତ ହୋଇ ପଡିଥିଲେ । ସ୍ଥାନୀୟ ଲୋକେ ଉଧାର କରି ବାଇକ ଯୋଗେନ ତାଙ୍କୁ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଏବେ ସ୍ତ୍ରୀ ଙ୍କ ଆଖି ରୁ ଯେମିତି ଲୁହ ସୁଖୁ ନାହିଁ । ଖୁସି ର ମୂହୁର୍ତ୍ତ କୁ ବିତାଇବାକୁ ଆସିଥିଲେ ।
କାଳିଆ କୁ ଦର୍ଶନ କରି ରଥ ଟାଣିବାକୁ ସ୍ଵାମୀ ସ୍ତ୍ରୀ ଦୁହେଁ ମିଶି ଆସିଥିଲେ । ଆଉ କଥା ହୋଇଥିଲେ ଘରକୁ ଯିବା ବେଳେ ପ୍ରସାଦ ଧରିକି ଯିବେ । ହେଲେ ଘରକୁ ଆଉ ଫେରିଲେ ନାହିଁ । ସବୁ ଦିନ ପାଇଁ ଚାଲି ଗଲେ ଆରପାରି କୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।