ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ବହୁ ପ୍ରସିଦ୍ଧ ତଥା ବହୁତ ବଡ ଯାତ୍ରା ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା ବା ରଥଯାତ୍ରା ନାମରେ ଆମେ ଯାହାକୁ ଜାଣିଥାଉ । ତେବେ ରଥ ଯାତ୍ରା ମହାପ୍ରଭୁ ଜଗନ୍ନାଥଙ୍କ ସମେତ ତାଙ୍କ ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରା ମଧ୍ୟ ତାଙ୍କ ସହ ତାଙ୍କ ମାଉସୀ ଘରକୁ ଯାଇଥାନ୍ତି ବୋଲି ଶାସ୍ତ୍ର ମାବ୍ୟତା ରହିଛି । ତେବେ ବନ୍ଧୁଗଣ ରଥଯାତ୍ରା ସମ୍ପର୍କିତ କିଛି ବିଶେଷ ପ୍ରଶ୍ନ ଚାଲନ୍ତୁ ଆଲୋଚନା କରିବା ।

୧;- ରଥଯାତ୍ରା କେବେ ପାଳନ କରାଯାଇଥାଏ ?
ଉତ୍ତର;- ରଥଯାତ୍ରା ଆଷାଢ ମାସ ଶୁକ୍ଳପକ୍ଷ ଦିତୀୟା ତିଥିରେ ପାଳନ କରାଯାଇଥାଏ ।
୨;- ରଥଯାତ୍ରାରେ ସର୍ବ ପ୍ରଥମେ କାହାର ରଥ ଆଗେ ଗଡିଥାଏ ?
ଉତ୍ତର;- ରଥଯାତ୍ରାରେ ସର୍ବ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥ ଆଗେ ଗଡିଥାଏ ।
୩;- ରଥଯାତ୍ରାର ଅନ୍ୟ ନାମ କ’ ଣ ହୋଇଥାଏ ?
ଉତ୍ତର;- ରଥଯାତ୍ରାର ଅନ୍ୟ ନାମ ହେଉଛି ଘୋଷଯାତ୍ରା ।
୪;- ରଥ ନିର୍ମାଣ ପରେ ୩ ରଥର ପ୍ରତିଷ୍ଠା କିଏ କରିଥିଲେ ?
ଉତ୍ତର;- ରଥ ନିର୍ମାଣ ପରେ ୩ ରଥର ପ୍ରତିଷ୍ଠା ନାରଦ କରିଥିଲେ ।
୫;- ମହାପ୍ରଭୁ ଜଗନ୍ନାଥଙ୍କ ରଥର ସାରଥିଙ୍କ ନାମ କଣ ଅଟେ ?
ଉତ୍ତର;- ମହାପ୍ରଭୁ ଜଗନ୍ନାଥଙ୍କ ସାରଥିଙ୍କ ନାମ ଦାରୁକ ଅଟେ ।

୬;- ମାତା ସୁଭଦ୍ରାଙ୍କ ରଥର ସାରଥିଙ୍କ ନାମ କଣ ଅଟେ ?
ଉତ୍ତର;- ମାତା ସୁଭଦ୍ରାଙ୍କ ରଥର ସାରଥିଙ୍କ ନାମ ଅର୍ଜୁନ ଅଟେ ।
୭;- ବଳଭଦ୍ର ରଥର ସାରଥିଙ୍କ ନାମ କଣ ଅଟେ ?
ଉତ୍ତର;- ବଳଭଦ୍ର ରଥର ସାରଥିଙ୍କ ନାମ ହେଉଛି ମାତାଳି ।
୮;- ପ୍ରଭୁ ଜଗନ୍ନାଥଙ୍କ ରଥର ନାମ କଣ ଅଟେ ?
ଉତ୍ତର;- ପ୍ରଭୁ ଜଗନ୍ନାଥଙ୍କ ରଥର ନାମ ନନ୍ଦୀଘୋଷ ରଥ ଅଟେ ।
୯;- ପ୍ରଭୁ ବଳଭଦ୍ରଙ୍କ ରଥର ନାମ କଣ ଅଟେ ?
ଉତ୍ତର;- ପ୍ରଭୁ ବଳଭଦ୍ର ରଥର ନାମ ତାଳଧ୍ଵଯ ରଥ ଅଟେ ।
୧୦;- ମାତା ସୁଭଦ୍ରାଙ୍କ ରଥର ନାମ କଣ ଅଟେ ?
ଉତ୍ତର;- ମାତା ସୁଭଦ୍ରାଙ୍କ ରଥର ନାମ ହେଉଛି ଦର୍ପଦଳନ ରଥ ।

୧୧;- ରଥ ଯାତ୍ରାରେ ୩ ପ୍ରଭୁ କୁଆଡେ ଯାଇଥାନ୍ତି ?
ଉତ୍ତର;- ରଥଯାତ୍ରାରେ ୩ ପ୍ରଭୁ ନିଜର ମାଉସୀ ମା’ ଘର ବୁଲିବାକୁ ଯାଇଥାନ୍ତି ।
୧୨;- ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ କାହାକୁ ସାଙ୍ଗରେ ନନେବା ହେଉ ସେ ରୋଷ ହୋଇଥାନ୍ତି ?
ଉତ୍ତର;- ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେବାରୁ ସେ ରୋଷ ହୋଇଥାନ୍ତି ।
୧୩;- ପ୍ରଭୁ ଜଗନାଥ ମାଉସୀ ମା’ ଘରୁ ଯେଉଁ ଦିନ ଫେରିଥାନ୍ତି, ସେହି ଦିନକୁ କଣ କୁହାଯାଇଥାଏ ।
ଉତ୍ତର;- ମହାପ୍ରଭୁ ମାଉସୀ ମା’ ଘରୁ ଫେରିବା ଦିନକୁ ବାହୁଡା ଯାତ୍ରା କୁହାଯାଇଥାଏ ।
୧୪;- ବାହୁଡା ଯାତ୍ରାରେ କିଏ ରଥ ଚକା ଭାଙ୍ଗିଥାନ୍ତି ?
ଉତ୍ତର;- ବାହୁଡା ଯାତ୍ରାରେ ମା’ ଲକ୍ଷ୍ମୀ ରଥର ଚକା ଭାଙ୍ଗିଥାନ୍ତି ।
୧୫;- ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ କଣ ଦେଇ ତାଙ୍କୁ ସନ୍ତୁଷ୍ଠ କରାଇଥାନ୍ତି ?
ଉତ୍ତର;- ପ୍ରଭୁ ଜଗନ୍ନାଥ ,ମାଆ’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତାଙ୍କୁ ସନ୍ତୁଷ୍ଠ କରାଯାଇଥାନ୍ତି ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ