ବାହୁଡା ଯାତ୍ରାର କଣ ମହତ୍ଵ ରହିଛି ? ଏହି ଦିନ ଘରକୁ ନେଇ ଆସନ୍ତୁ ଏହି 3 ଟି ଫୁଲ, ସ୍ଵୟଂ ମା’ ଲକ୍ଷ୍ମୀ ଆସନ୍ତି ଘରକୁ

ଜଗତର ନାଥ ଜଗନ୍ନାଥଙ୍କ ପ୍ରତ୍ଯେକ ଯାତ୍ରା ପଛରେ ଅନେକ ରହସ୍ୟ ଥାଏ । ରଥଯାତ୍ରା ହେଉଛି ମହାପ୍ରଭୁଙ୍କର ସବୁଠୁ ପ୍ରମୁଖ ଯାତ୍ରା । ଆଉ ଏହି ଯାତ୍ରାର ଏକ ଅଂଶ ହେଉଛି ହେରା ପଞ୍ଚମୀ । ହେରା ବା ହେରିବାର ଅର୍ଥ ହେଉଛି ତ୍ରାହିବା । ଏହି ନୀତି ରଥଯାତ୍ରାର ପଞ୍ଚମ ଦିନରେ ତଥା ଆଷାଢ ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥିରେ ପାଳିତ ହୁଏ । ଏହିଦିନ ମା ଲକ୍ଷ୍ମୀ ଯାତ୍ରା କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗୁଣ୍ଡିମା ମନ୍ଦିରରେ ଦେଖିବାକୁ ଯାଆନ୍ତି । ତା’ର ତିନିଦିନ ପରେ ତିନି ଠାକୁର ବଡ ଦେଉଳକୁ ଫେରି ଆସନ୍ତି, ଯାହାକୁ ବାହୁଡା ଯାତ୍ରା କୁହାଯାଏ ।

ଗୁଣ୍ଡିଚାଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଯାତ୍ରା ଆରମ୍ଭ କଲେ କିନ୍ତୁ କୌଣସି କାରଣରୁ ମା ଲକ୍ଷ୍ମୀ ଶ୍ରୀମନ୍ଦିରରେ ରହିଗଲେ । ଜଗନ୍ନାଥଙ୍କ ସହ ଯାତ୍ରା ନ କରିପାରୁ ମା ଲକ୍ଷ୍ମୀ ଅଭିମାନ କରି ଶ୍ରୀମନ୍ଦିରରେ ରହିଯାନ୍ତି । ଏହିପରି ଚାରିଦିନ କଟିଯାଏ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥ ଯାତରାରୁ ଫେରି ନଥାନ୍ତି । ସ୍ଵାମୀ କୁଆଡେ ଗଲେ ଓ କଣ କରୁଥିବେ ଭାବି ମା ଲକ୍ଷ୍ମୀଙ୍କ ଅଭିମାନ ଦିନକୁ ଦିନ ବଢିବାକୁ ଲାଗେ ।

ଶେଷରେ ତାଙ୍କ ଅଭିମାନର ଅନ୍ତ ହୁଏ ଓ ବିମଳା ଦେବୀଙ୍କ ପାଖରେ ନିଜ ମନର ବ୍ୟଥା ବର୍ଣ୍ଣନା କରନ୍ତି ମା ଲକ୍ଷ୍ମୀ । ଯାହାପରେ ବର୍ଣ୍ଣକ ଲାଗି ପାଟ ଅଳଙ୍କାର ଲାଗି ହୁଏ ଓ ମା ଲକ୍ଷ୍ମୀ ବେଶଭୂଶା ହୋଇ ବଟ ବୃକ୍ଷ ମୂଳେ ଥିବା ବିମାନରେ ବିଜେ ହୁଅନ୍ତି । ମା ଲକ୍ଷ୍ମୀ ବିମାନରେ ବସି ଘଣ୍ଟା, କାହାଳୀ, ବାଜା, ଛତାର ଛତ୍ର ସହ ସିଂହଦ୍ଵାର ଦେଇ ବଡଦାଣ୍ଡରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଶ୍ରୀଜଗନ୍ନାଥଙ୍କ ରଥ ସାମ୍ନାରେ ଠିଆ ହୁଅନ୍ତି ।

ଏହି ସମୟରେ ଗୁଣ୍ଡିଚା ମନ୍ଦିରରେ ତିନି ବାଡରେ ସର୍ବାଙ୍ଗ ବେଶ ହୋଇ ତିନି ଠାକୁରଙ୍କ ସନ୍ଧ୍ୟା ଧୂପ ଉଠିଥାଏ । ମା ଲକ୍ଷ୍ମୀଙ୍କ ବିମାନକୁ ଶ୍ରୀ ଗୁଣ୍ଡିଚା ମନ୍ଦିରର ଜୟବିଜୟ ଦ୍ଵାର ନିକଟକୁ ନିଆଯାଏ । ମା ଲକ୍ଷ୍ମୀ ବିମଳା ଦେବୀଙ୍କ ଠାରୁ ଆଣିଥିବା ମହଚୂର୍ଣ୍ଣ ଶ୍ରୀ ଜଗନ୍ନାଥଙ୍କ ରଥ ଉପରକୁ ନିକ୍ଷେପ କରନ୍ତି । ଏହାର ତୁରନ୍ତ ପ୍ରତିଫଳ ସ୍ୱରୂପ ମା ଲକ୍ଷ୍ମୀଙ୍କୁ ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ମିଳେ ଏବଂ ତିନିଦିନ ପରେ ସେ ନିଶ୍ଚୟ ଫେରିବେ ବୋଲି ପ୍ରତିଶ୍ରୁତି ମିଳେ ।

କିନ୍ତୁ ସନ୍ଧ୍ଯା ହୋଇଥିବାରୁ ମା ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଆଉ ଅଧିକ ସମୟ ଦର୍ଶନ କରିବାକୁ ସୁଯୋଗ ପାଆନ୍ତି ନାହିଁ । ସେଥିପାଇଁ ମା ଲକ୍ଷ୍ମୀ ରୁଷ୍ଟ ହୋଇ ନନ୍ଦିଘୋଷ ରଠାରୁ ଖଣ୍ଡିଏ କାଠ ଭାଙ୍ଗି ଦେଇ ଚାଲିଯାନ୍ତି । ସେବକଙ୍କ ମଧ୍ୟରୁ ଜଣେ ରଥକାଠ ଭାଙ୍ଗିଦେବା ପରେ ହରଗୋହିରୀ ସାହି ଦେଇ ବଡଦେଉଳଲ୍କୁ ବିଜେ କରନ୍ତି ମା ଲକ୍ଷ୍ମୀ ।

ବିଧି ଅନୁଯାୟୀ ଯିବାବେଳେ ଘଣ୍ଟା, କାହାଳୀ ଓ ବାଜା ଦେଇ ଯାଆନ୍ତି ମା ଲକ୍ଷ୍ମୀ, କିନ୍ତୁ ଫେରିବା ବେଳେ ସେ ଲୁଚି ଲୁଚି ହରଗୋହିରୀ ବାଟ ଦେଇ ଶ୍ରୀମନ୍ଦିରକୁ ଫେରନ୍ତି । ଠିକ ତିନିଦିନ ପରେ ମାତା ଲକ୍ଷ୍ମୀଙ୍କୁ ଦେଇଥିବା ଆଜ୍ଞାମାଳ ଅନୁଯାୟୀ ମହାପ୍ରଭୁ ବଡ ଦେଉଳକୁ ବାହୁଡି ଆସନ୍ତି । ମହାପ୍ରଭୁଙ୍କର ଏଭଳି ରହସ୍ୟମୟ ଲୀଳା ଲାଗିଥିବା ବେଳେ ଆପଣ ମାତା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଘରକୁ ତିନୋଟି ଅପରାଜିତା ଫୁଲ ନେଇ ଆସନ୍ତୁ । ସେହି ଫୁଲକୁ ଟଙ୍କା ରଖୁଥିବା ସ୍ଥାନ ବା ପର୍ସରେ ମଧ୍ୟ ରଖିପାରିବେ ।

ଏହି ଫୁଲ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ଅଟେ ଓ ଟଙ୍କା ମା ଲକ୍ଷ୍ମୀଙ୍କ ସ୍ୱରୂପ ଅଟେ । ତେଣୁ ଟଙ୍କା ରଖୁଥିବା ସ୍ଥାନରେ ଅପରାଜିତ ଫୁଲ ରଖିଲେ ମା ଲକ୍ଷ୍ମୀ ବହୁତ ଶୀଘ୍ର ପ୍ରସନ୍ନ ହୁଅନ୍ତି । ଯାହାଫଳରେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଥାଏ ଓ କେବେ ଆର୍ଥିକ ଅନଟନ ଦେଖାଯାଏ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।