ରାଷ୍ଟ୍ରପତି କହିଲେ ସୁର ଭାଇଙ୍କୁ ଧରିଆଣ ! ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଗତ 26 ତାରିଖରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତ ରେ ଆସିଥିଲେ ।  ଏଥିପାଇଁ ତାଙ୍କର ସୁରକ୍ଷା ବ୍ୟବସ୍ଥା ସଠିକ ରୂପେ କରା ଯାଇଥିଲା । ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଓଡିଶାର ପ୍ରଥମ ଆଦିବାସୀ ମହିଳା ଯିଏ କି ଭାରତର ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କୁ ସାକ୍ଷାତ କରିବା ପାଇଁ ଅନେକ ବଡ ବଡ ନେତା ମାନେ ଆସିଥିଲେ । ଆଉ ଏହାରି ଭିତରେ ସୁର ରାଉତରାୟ ମଧ୍ୟ ମୁର୍ମୁ ଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ଆଉ ସାକ୍ଷାତ କରି ଆଲୋଚନା ମଧ୍ୟ କରିଛନ୍ତି ।

ତେବେ ଦ୍ରୌପଦୀ ମୁର୍ମୁ ଙ୍କ ସହ ସୁର ଭାଇ ଯେଉଁ ଆଲୋଚନା କରିଛନ୍ତି ତାହାକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି । ସୁର ରାଉତରାୟ କହିଛନ୍ତି ଯେ “ଆଉ ଜଣେ ସିକ୍ଯୁରିଟି ଯେବେ ମୋତେ ଧରିବାକୁ ଆସିଲେ ଆଉ ଜଣେ କହିଲେ ରାଷ୍ଟ୍ରପତି ସୁର ଭାଇ ଙ୍କୁ ଡାକିଛନ୍ତି । ତାଙ୍କୁ ଛାଡି ଦିଅ । ଆପଣ ମାନେ ଶୁଣିଲେ ଖୁସି ହେବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାତ୍ରପଡା ଯାଇଥିଲେ ଓମ ଶାନ୍ତି ପ୍ରୋଗ୍ରାମ କରିବା ପାଇଁ ।

ପ୍ରୋଗ୍ରାମ ସରିବା ପରେ ସେ ମୋତେ ଗଭର୍ଣ୍ଣର ହାଉସ ରେ 4ଟା ସମୟରେ ଦେଖା କରିବାକୁ ସମୟ ଦେଇଥିଲେ । କିନ୍ତୁ ସେ ମଞ୍ଚ ଉପରେ ଭାଷଣ ଦେବା ସମୟରେ ମୋତେ ଦେଖି ପାରିଲେ । ଯେମିତି ମଞ୍ଚ ରେ ଭାଷଣ ସାରିଲା ତଳକୁ ଆସିଛନ୍ତି ରେଷ୍ଟ ରୁମକୁ । ସେହି ସମୟରେ ତାଙ୍କର ସିକ୍ଯୁରିଟି ଯିଏ ଅଛନ୍ତି ତାଙ୍କୁ ପଠାଇଲେ ସୁର ଭାଇ ଙ୍କୁ ଧରି ଆଣ । ମୁଁ ଯେବେ ଫୁଲ ତୋଡା ଧରି ଗଲି ଜଣେ ସିକ୍ଯୁରିଟି କହିଲେ ଚେକିଙ୍ଗ ହୋଇନି ।

ସେହି ସମୟରେ ଆଉ ଜଣେ ସିକ୍ଯୁରିଟି ଦୌଡିକି ଯାଇ କହିଲେ ରାଷ୍ଟ୍ରପତି ସୁର ଭାଇ ଙ୍କୁ ଡାକିଛନ୍ତି ଛାଡି ଦିଅ । ତାପରେ ମୁଁ ଫୁଲ ତୋଡା ନେଇକି ଗଲି । ଆଦରରେ ମୋ ଫୁଲ ତୋଡା କୁ ଗ୍ରହଣ କରିଲେ । ମୁଁ ରାଷ୍ଟ୍ରପତି ଙ୍କୁ ଗୋଟେ ଦାବି ପତ୍ର ଦେଇଛି ଆମର 4ଟି ଜିଲ୍ଲା ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ ସହର ହୋଇ ଯାଇଛି ଶବର ଜାଗାରେ । 30 ବର୍ଷ ହେଲାଣି ଆମେ ସଂଘର୍ଷ କରୁଛୁ ।

କୋର୍ଟ କଚେରୀ ଆନ୍ଦୋଳନ ଚାଲିଛି । ମୁଁ ଯେବେ ଦାବି ପତ୍ର ଦେଲି ଏହି 4ଟି ଜିଲ୍ଲା ରେ ଯେଉଁ ଆଦିବାସୀ ମାନେ ଅଛନ୍ତି ସେମାନେ ହେଲେ ପ୍ରକୃତ ଆଦିବାସୀ । ତାଙ୍କର ସାଜ୍ଞା ହେଉଛି ସହର ନୁହେଁ ଶାବର । ଏହି ଆଦିବାସୀ ମାନଙ୍କର ପିଲା ମାନେ ପାଠ ପଢି ପାରୁ ନାହାନ୍ତି ସାର୍ଟିଫିକେଟ ମିଳୁନି । ଡିମାଣ୍ଡ କରିଛୁ ସହର ଉଠାଇ ତୁରନ୍ତ ଶବର କର ।

ଏହାକୁ ଶୁଣିବା ପରେ ରାଷ୍ଟ୍ରପତି ଅତ୍ୟନ୍ତ ଖୁସି ହେଲେ ଓ କହିଲେ ଯାହା ହେଉ ଆପଣ ଆଦିବାସୀ ଭାଇ ଭଉଣୀ ମାନଙ୍କ ପାଇଁ ଆସି ଦାବି କରିଲେ ମୁଁ ଧନ୍ୟବାଦ ଦେଉଛି । ତୁରନ୍ତ ସହର କୁ ଉଠାଇ ଶବର କରି ଦିଆଯିବ । ଆଦିବାସୀ ହରିଜନ ଭାଇ ମାନେ ଯେଉଁ ସୁଯୋଗ ପାଇବା ଦରକାର ତାହା ପାଇବେ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।