ରାସ୍ତା ଉପରେ ଯୁବକଙ୍କୁ ଅଭଦ୍ର ଭାଷାରେ ଗାଳି କରିବା ସହ ନିର୍ଦ୍ଧୁମ ଛେଚିଲେ ଯୁବତୀ, ଦେଖନ୍ତୁ ଏହି Viral Video

ରାଜଧାନୀ ରାଜରାସ୍ତାରେ ହାଇ ଡ୍ରାମା କଲେ ଯୁବତୀ । ରାସ୍ତା ଉପରେ ହାତା-ହାତି ହେଲେ ଯୁବକ ଆଉ ଯୁବତୀ । ଭୁବନେଶ୍ବରର ଆଇଜି ପାର୍କ ନିକଟରେ ପୁଣି ଥରେ ଏମିତି ଏକ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିବ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ଜଣେ ଯୁବତୀ ରାସ୍ତା ଉପରେ ଜଣେ ଯୁବକଙ୍କୁ ଅଟକାଇ ଦେଇଛନ୍ତି । ଯୁବକଙ୍କ ଗାଡି ସାମ୍ନାରେ ଗାଡି ରଖି ତାଙ୍କୁ ରାସ୍ତାରେ ଅଟକାଇବା ସହ ତାଙ୍କ ଗାଡି ଚାବି ମଧ୍ୟ ନେଇ ଯାଇଥିବା ଜଣାପଡୁଛି ।

ଯେପରିକି ଯୁବକ ସେଠାରୁ ଖସି ଯାଇପାରିବେ ନାହିଁ । ଯୁବକ ତାଙ୍କୁ ବାରମ୍ବାର ନିଜ ଗାଡି ଚାବି ମାଗୁଥିଲେ ମଧ୍ୟ ଯୁବତୀ ଜଣକ ତାଙ୍କୁ ଗାଡି ଚାବିତି ଦେଉ ନାହାନ୍ତି । ସିଧାସଳଖ ଗାଡି ଚାବି ଦେବାକୁ ମନା କରିବା ସହ ତାଙ୍କୁ ଭୀଷଣ ଗାଳି ଦେଉଛନ୍ତି । ଯୁବତୀ ଏତେ ଅଭଦ୍ର ଭାଷାରେ ଯୁବକ ଜଣଙ୍କୁ ଗାଳି ଦେଉଛନ୍ତି ଶୁଣିବା ଲୋକକୁ ବି ଲାଜ ଲାଗିବ । ତଥାପି ଯୁବତୀ ଜଣକ ରାସ୍ତା ଘାଟ କି ଲୋକଙ୍କ ଖାତିର ନକରି ଯୁବକଙ୍କୁ କୌଣସି ବିଷୟକୁ ନେଇ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଛନ୍ତି ଓ ଖରାପ ଭାଷାରେ ମଧ୍ୟ ଗାଳି କରୁଛନ୍ତି ।

ଯୁବତୀ ଓ ଯୁବକ ଜଣକ ପରସ୍ପରକୁ ପୂର୍ବରୁ ଜାଣିଥିବା ଭଳି ସେମାନଙ୍କ ଯୁକ୍ତିତର୍କରୁ ଜଣାପଡୁଛି । ଯୁବକ ଜଣକ ଉକ୍ତ ଯୁବତୀଙ୍କ ବିଷୟରେ ଅନ୍ୟ କାହାକୁଆ କିଛି ଖରାପ କହିଥିବା ନେଇ ଯୁବତୀ ଜଣକ ରାସ୍ତା ମଝିରେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଳି କରୁଥିବା ଦେଖିବାକୁ ମିଳୁଛି । ତେବେ ଗାଳି କରୁ କରୁ ମଝିରେ ଯୁବକଙ୍କୁ ଚାପୁଡା ଉପରେ ଚାପୁଡା ମଧ୍ୟ ମାରି ପକାଇଥିଲେ ଯୁବତୀ ।

ଯୁବକ ଜଣକ ହେଲମେଟ ପିନ୍ଧି ତାଙ୍କ ଗାଡି ଉପରେ ବସି ରହିବା ସହ ଯୁବତୀଙ୍କୁ ବେଶୀ ଜବାବ ବି ଦେଉ ନଥିଲେ । ତେବେ ସେମାନଙ୍କ ଆଖପାଖରେ ଥିବା କିଛି ଲୋକ ଏହି ଘଟଣାର ଭିଡିଓ କରୁଥିବା ଦେଖିବାକୁ ମିଳିଛି । ଅନେକ ସମୟ ଧରି ଝଗଡା କରିବା ପରେ ଆଖପାଖରେ ଲୋକ ଜମା ହୋଇ ଯାଇଥିଲେ । ଜଣେ ସ୍ଵିଗୀ ବୟ ତାଙ୍କ ମଝିରେ ପଶି ଝଗଡା ବନ୍ଦ କରିବାକୁ ଚେଷ୍ଟା କରିବାକୁ ବେଳେ ଯୁବତୀ ଜଣଙ୍କ ତାଙ୍କୁ ମଧ୍ୟ ଅଭଦ୍ର ଭାଷାରେ ଗାଳି କରିଥିଲେ ।

ଶେଷରେ ସ୍ଵିଗୀ ବୟ ଓ ଉକ୍ତ ଯୁବତୀଙ୍କ ମଧ୍ୟରେ କଥା ହାତା-ହାତି ଯାଏଁ ଯାଇଥିଲା । ଲୋକମାନେ ଜମା ହୋଇ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରିଥିଲେ । ତେବେ ଯାହାବି ହେଉ ରାସ୍ତା ଉପରେ ଏପରି ବ୍ୟବହାର କରିବା କଣ ଠିକ ? ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।