ରାସ୍ତା ଉପରେ ହଠାତ କାହା ଉପରେ ରାଗିଲେ Siddhanta Mahapatra, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ତ ଆମ ଓଡିଆ ସିନେ ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ନିହାତି ଜାଣିଥିବେ । ତାଙ୍କ ଅଭିନୟର ଜାଦୁ ସର୍ବଦା ଓଡିଶାର ଦର୍ଶକ ମାନଙ୍କୁ ତାଙ୍କ ସହ ବାନ୍ଧି ରଖିଛି । ତାଙ୍କୁ ସବୁବେଳେ ଆମେ ପରଦା ଉପରେ ହେଉ ବା ପରଦା ପଛରେ ହେଉ ହସୁଥିବାର ଦେଖିଛେ କିନ୍ତୁ ସିଦ୍ଧାନ୍ତ ମହାପାତ୍ର ହଠାତ ରାସ୍ତା ଉପରେ ରାଗିଯାଇ ଜଣେ ବାଇକ ଆରୋହିଙ୍କୁ ରାସ୍ତା ଉପରେ ଗାଳି କରିବାର ଏହା ଖବର ଆସି ପହଞ୍ଚିଛି । ତେବେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ।

ଖବର ଅନୁଯାୟୀ ସିଦ୍ଧାନ୍ତ ମହାପାତ୍ର ରାସ୍ତା ଉପରେ ଜଣେ ବାଇକ ଆରୋହିଙ୍କ ଉପରେ ଖୁବ ରାଗି ଯାଇଥିବାର ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ସୁପରଷ୍ଟାର ତଥା ପୁରୁଣା ସାଂସଦ ସିଦ୍ଧାର୍ଥ ମହାପାତ୍ର ସାଇକେଲ ଚଲାଇବା ପାଇଁ ବେସ ଭଲପାନ୍ତି । ତେଣୁ ସେ ସବୁଦିନ ସକାଳୁ ସାଇକେଲ ଧରି ବାହାରକୁ ବାହାରିଯାଇଥାନ୍ତି ।

ତେବେ ଆଜି ମଧ୍ୟ ସେ ନିଜ ସାଇକେଲ ଧରି ବାହାରି ପଡିଥିଲେ ହେଲେ ରାସ୍ତାରେ ଏହା ଘଟଣା ତାଙ୍କୁବ ଖୁବ ଜୋରେ ରଗାଇଦେଇଥିଲା । ଟ୍ରାଫିକ ପାଖ ରାସ୍ତାର ବାମ ପଟ ସର୍ବଦା ଖାଲି ରହିଥାଏ କୌଣସି ଜରୁରୀକାଳୀନ ଯିବା ଆସିବା ପାଇଁ ତଥା ଆମ୍ବୁଲାନ୍ସ ଯିବା ପାଇଁ । ବାଇକ ଆରୋହି ଜଣଙ୍କ ନିୟମ ଉଲଂଘନ କରି ଟ୍ରାଫିକର ବାମପଟ ରାସ୍ତାରେ ଠିଆ ହୋଇଥିଲେ ସେହି ପଟ ଦେଇ ସିଦ୍ଧାନ୍ତ ତାହା ଦେଖି ଖୁବ ରାଗି ଯାଇଥିଲେ ଏବଂ ତାଙ୍କୁ କହିଥିଲେ ବାମ ପଟରୁ ଡାହାଣ ପଟକୁ ଯିବା ପାଇଁ ଏବଂ ତାଙ୍କୁ ରାସ୍ତା ଛାଡିବା ପାଇଁ ।

ହେଲେ ବାଇକ ଆରୋହି ଜଣଙ୍କ ତାଙ୍କ କଥାକୁ ବୁଝିବାକୁ ନାରାଜ ଥିଲେ । ତେଣୁ ସିଦ୍ଧାନ୍ତଙ୍କୁ ତାଙ୍କୁ ବୁଝାଇବା ପାଇଁ ବହୁତ ସମୟ ଲାଗିଥିଲା । ଯାହା ଫଳରେ ସେ ତାଙ୍କୁ ବୁଝାଇବାକୁ ଯାଇ ରାଗି ଯାଇଥିଲେ । ସିଦ୍ଧାନ୍ତ ଏଭଳି ରାଗ କେହି କେବେ ମଧ୍ୟ ଦେଖିନଥିଲେ ।

ତେବେ ଏହି ରାଗ ପଛରେ ତାଙ୍କର ମୂଳ ଲକ୍ଷ ଥିଲା ଟ୍ରାଫିକ ନିୟମକୁ ମାନିବା ଆବଶ୍ୟକ । ଏବଂ ଟ୍ରାଫିକ ଛକରେ ରାସ୍ତାର ବାମ ପଟ ସର୍ବଦା ଆପାତକାଳୀନ ପରିସ୍ଥିତି ପାଇଁ ଫାଙ୍କା ରଖିବାର ନିୟମ ରହିଛି । ବାଇକ ଆରୋହି ଜଣଙ୍କୁ ଏହି ନିୟମ ବୁଝାଇବାକୁ ଯାଇ ସିଦ୍ଧାନ୍ତ ମହାପାତ୍ର ରାଗି ଯାଇଥିଲେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।