Rajeswari ଯିବା ପରେ ଖାଁ ଖାଁ ଲାଗୁଛି ଘର, ଘରେ ସଜା ହୋଇଥିବା ତାଙ୍କ ପୁରସ୍କାର ସବୁ ବି ସତେ ଯେମିତି ତାଙ୍କୁ ହିଁ ଖୋଜୁଛନ୍ତି…ଦେଖନ୍ତୁ Video

ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାୟ ମହାପାତ୍ରଙ୍କ ଅକାଳ ମୃତ୍ୟୁରେ ସମଗ୍ର ଟେଲିଜଗତ ଏକ ପ୍ରକାର ଶ୍ରବ୍ଧ ହୋଇଯାଇଛି । ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲି ଯାଇଛନ୍ତି ପ୍ରତିଭାଶାଳୀ ଅଭିନେତ୍ରୀ ରାଜେଶ୍ଵରୀ । ତାଙ୍କ ଅଭିନୟ ଯେମିତି ନିଖୁଣ ଥିଲା ସେ ସେମିତି ସ୍ବଚ୍ଛ ଓ ସରଳ ହୃଦୟର ମଣିଷଟିଏ ବି ଥିଲେ । ରାଜେଶ୍ଵରୀ ଅଭିନୟ କରିବା ଗରୁ ପ୍ରଥମେ ଆଙ୍କରିଂ କରୁଥିଲେ । ତା’ପରେ ଧାରାବାହିକ ବସୁନ୍ଧରା ଜରିଆରେ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ ।

ଏହାପରେ ସଂସ୍କାର, ଦେବୀ, କୁମକୁମ ଆଦି ଅନେକ ଧାରାବାହିକରେ ସେ କାମ କରିଥିଲେ । ଧାରାବାହିକ ଉଆଁସୀ କନ୍ୟାରେ ସେ ଅଭିନୟ କରିଥିବା ଖଳନାୟିକା ଅଳକା ଚରିତ୍ର ହିଁ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା । ସେବେ ଠାରୁ ସେ ଦର୍ଶକଙ୍କ ନଜରକୁ ଆସିଥିଲେ ଓ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ନିଜ ପରିଚୟ ସୃଷ୍ଟି କରି ପାରିଥିଲେ । ଧାରାବାହିକ ବ୍ଯତୀତ ସେ ଓଡିଆ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସତ୍ଯମେବ ଜୟତେ, ଆ ରେ ସାଥି ଆ ଓ ବ୍ଲାକମେଲ ଭଳି ଓଡିଆ ଫିଲ୍ମରେ ସେ କାମ କରି ଦର୍ଶକଙ୍କ ମନ ଜିଣି ପଡ଼ିଥିଲେ ।

ସେ ଖଳନାୟିକା ଭୂମିକାରେ ସିନା ଅବିନୟ କରନ୍ତି ହେଲେ ଅସଲ ଜୀବନରେ ବହୁତ ମିଶାଣିଆ ଏବଂ ଶାନ୍ତ ସରଳ ଝିଅଟିଏ । ଘରଠୁ ନେଇ ଶୁଟିଙ୍ଗ ସେଟ ପର୍ଯ୍ୟନ୍ତ ତାଙ୍କୁ ସମସ୍ତେ ଖୁବ ଭଲପାଆନ୍ତି । ତେବେ ୨୦୧୮ ମସିହାରେ ରାଜେଶ୍ଵରୀଙ୍କୁ କ୍ୟାନ୍ସର ଥିବା ଜଣା ପଡିଥିଲା । ତାଙ୍କ କ୍ୟାନ୍ସର ଲଙ୍ଗସ୍ ରୁ ଆରମ୍ଭ ହୋଇ ବ୍ରେନକୁ ସ୍ପ୍ରେଡ କରି ଯାଇଥିଲା । ଯାହାଫଳରେ ଡାକ୍ତର ତାଙ୍କୁ ମାତ୍ର ୬ ମାସ ସମୟ ଦେଇଥିଲେ ।

ହେଲେ ରାଜେଶ୍ଵରୀ ବଞ୍ଚିବାର ଆଶା ଛାଡି ନଥିଲେ । କ୍ୟାନ୍ସର ସହ ଲଢେଇ କରି ଧୀରେ ଧୀରେ ସୁସ୍ଥ ମଧ୍ୟ ହୋଇ ଆସୁଥିଲେ । କିନ୍ତୁ ଗତକାଲି ସେ ତାଙ୍କ ବାପଘରେ ବାଲେଶ୍ଵରରେ ଥିବାବେଳେ ହଠାତ ଦେହ ଖରାପ ହେବା ପରେ ତାଙ୍କୁ ମେଡିକାଲ ନିଆ ଯାଇଥିଲା । ସେଠାରୁ ତାଙ୍କୁ ଭୁବନେଶ୍ବର ଅଣା ଯାଉଥିଲା ଚିକିତ୍ସା ପାଇଁ । ହେଲେ ଏଠି ପହଞ୍ଚିବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଦେଇଥିଲେ । ଯାହାପରେ ତାଙ୍କ ପରିବାର ପ୍ରିୟଜନ, ଅଭିନୟ ଦୁନିଆ ଓ ତାଙ୍କ ପ୍ରଶଂସକ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ସେ ଚାଲିଯିବା ପରେ ତାଙ୍କ ଘର ଏକଦମ ଖାଁ ଖାଁ ଲାଗୁଛି । ଘରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ମିଳିଥିବା ସମ୍ମାନଜନକ ପୁରସ୍କାର ସବୁ ମଧ୍ୟ ଯେମିତି ତାଙ୍କୁ ଝୁରି ହେଉଛନ୍ତି । ହେଲା ରାଜେଶ୍ଵରୀ ଅଫେରା ରାଇଜର ରାଜକୁମାରୀ ହୋଇ ସାରିଛନ୍ତି । ସେ ଆଉ କେବେବି ଫେରି ଆସିବେ ନାହିଁ । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।