ରବିବାର ପୁଣି ଥରେ କ୍ରିକେଟ୍ ମୈଦାନରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ

ପୁଣି ମୁହାଁ ମୁହିଁ ହେଲେ ଭାରତ ପାକିସ୍ତାନ । କ୍ରିକେଟ ମଇଦାନ ରେ ରବିବାର ହେବ କଡା ଟକ୍କର । ଆସନ୍ତା କାଲି ଲଢିବେ ଦୁଇ ଚିର ପ୍ରତିଦ୍ଵନ୍ଦୀ । ହଁ ଦର୍ଶକ ବନ୍ଧୁ 2023 ବିଶ୍ଵକପ ପରେ ପୁଣି ଥରେ ମୁହାଁ ମୁହିଁ ହେବାକୁ ଯାଉଛନ୍ତି ଭାରତ ପାକିସ୍ତାନ । କ୍ରିକେଟ ମଇଦାନରେ ଉଭୟ ଦଳର ମୁକାବିଲା କଥା ଶୁଣିବା ପରେ ସବୁ ଥର ଭଳି ଏଠାରେ ମଧ୍ୟ ଦର୍ଶକ ଖୁବ ଉଶ୍ଚାହିତ ହୋଇ ପଡିଛନ୍ତି । ନିକଟରେ ଶେଷ ହୋଇଥିବା ICC ବିଶ୍ଵକପରେ ଅକ୍ଟୋବର 14 ରେ ଶେଷ ଥର ପାଇଁ ମୁହାଁ ମୁହିଁ ହୋଇଥିଲେ ଉଭୟ ଦଳ ।

ଅହମଦାବାଦ ର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ଯାଚକୁ କ୍ରିକେଟ ପ୍ରେମୀ ଭରପୁର ଉପୋଭୋଗ କରିଥିଲେ । ବିଶ୍ଵକପର ଗ୍ରୁପ ପର୍ଯ୍ୟାୟରେ ଖେଳ ଯାଇଥିବା ଏହି ମ୍ଯାଚକୁ ଟିମ ଇଣ୍ଡିଆ ଭାବେ ଜିତି ନେଇଥିଲା । ଅଧିନାୟକ ରୋହିତ ଶର୍ମା ଟସ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ । କ୍ୟାପଟେନଙ୍କ ନିଷ୍ପତିକୁ ସଠିକ ସାବ୍ୟସ୍ତ କରି ଭାରତୀୟ ବୋଲୋର ମାନେ ଚମତ୍କାର ବୋଲିନ କରିବା ସହ ପାକିସ୍ତାନ ବ୍ୟାଟରଙ୍କ ୱିକେଟ ନେଇଥିଲେ ।

42 ଓଭୋର 5ଟି ବଲ ଖେଳି ଅଲ ଆଉଟ ହୋଇଥିବା ପାକିସ୍ତାନ ମାତ୍ର 191 ରନ କରିଥିଲା । 192 ରନ ର ଟାର୍ଗେଟକୁ ସହଜରେ ହାସଲ କରିଥିଲା ଭାରତ । 3ଟି ୱିକେଟ ହରାଇ 30 ଓଭୋର 3ଟି ବଲ ଖେଳି ବିଜୟ ପକ୍ଷରେ ପହଞ୍ଚିଥିଲା ଭାରତୀୟ ଦଳ । ଆଉ ମାତ୍ର 7 ରନ ରେ ହାରିଥିଲା ପାକିସ୍ତାନ । ଏହି ପରାଜୟ ପାଇଁ ନିଜ ଦେଶରେ ପାକିସ୍ତାନ ଟିମ କୁ କଡା ସମାଲୋଚନା କରାଯାଇଥିଲା ।

ତେବେ ଏହାର 56 ଦିନ ପରେ ଉଭୟ ଦେଶ ପୁଣି ଥରେ ମୁହାଁ ମୁହିଁ ହେବାକୁ ଯାଉଛନ୍ତି । ଆସନ୍ତା କାଲି ଉଭୟ ଦଳ ମଧ୍ୟରେ ଖେଳାଯିବ ମ୍ଯାଚ । ଗତ କାଲି ଠାରୁ ଆରମ୍ଭ ହୋଇଯାଇଛି ପୁରୁଷ ଅଣ୍ଡର-19 ଏସିଆ କପ । ଯେଉଁଥିରେ ଆସନ୍ତା କାଲି ହରତା ଓ ପାକିସ୍ତାନ ମଧ୍ୟରେ ମ୍ଯାଚ ହେବ । ଦୁବାଇର ICC ଏକାଡେମି ଅଭୋଲବଲ ରେ ଏହି ମ୍ଯାଚ ଖେଳାଯିବ ।

8ଟି ଟିମକୁ ନେଇ ଖେଳ ଯାଉଥିବା ଏସିଆ କପରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଙ୍ଗାଲଦେଶ ଓ ଆଫଗାନିସ୍ତାନ ସହ ନେପାଳ, ଜାପାନ ଓ ୟୁଆଇ ଦଳ ଭାଗ ନେଇଛନ୍ତି । ଏହି 8ଟି ଟିମକୁ ଗ୍ରୁପ-a ଓ b ରେ ଭାଗ କରାଯାଇଛି । ଗ୍ରୁପ-a ରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଓ ନେପାଳ ରହିଥିବା ବେଳେ ଗ୍ରୁପ-b ରେ ଶ୍ରୀଲଙ୍କା, ବାଙ୍ଗାଲଦେଶ, ଜାପାନ ଓ ୟୁଆଇ କୁ ରଖାଯାଇଛି ।

ଏହି ମ୍ଯାଚରେ ଭାରତୀୟ ଦଳର ଉଦୟ ସହରାନ ନେତୃତ୍ଵ ନେଉଛନ୍ତି । ଗତ କାଲି ଅଣ୍ଡର-19 ଏସିଆ କପ ର ଉଦଘାଟିନୀ ମ୍ଯାଚ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ଯାଚରେ 7 ୱିକେଟ ହରାଇଛି ଭାରତ । 173 ରନରେ ଆଫଗାନିସ୍ତାନକୁ ଅଲ ଆଉଟ କରିବା ପରେ ଭାରତ 3ଟି ବଲ ଖେଳି ଜିତିଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।