ଗ୍ରାହକଙ୍କୁ ସତର୍କ କରାଇଲା ଭାରତୀୟ ଷ୍ଟେଟ ବ୍ଯାଙ୍କ । କ୍ୟୁଆର କୋର୍ଡ ସ୍କାନ କରୁଥିଲେ ସାବଧାନ ହେବାକୁ କହିଲା । କେବେବି ଅଜଣା କ୍ୟୁଆର କୋର୍ଡ ସ୍କାନ କରନ୍ତୁ ନାହିଁ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆସିବା ପରେ ଦେଶରେ ବ୍ଯାଙ୍କ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି ଯୋଜନାର ଚାରିବର୍ଷ ପରେ ଏବେ ୮୦ ପ୍ରତିଧତ ନାଗରିକଙ୍କ ପାଖରେ ବ୍ଯାଙ୍କ ଆକାଉଣ୍ଟ ରହିଛି । ସେପଟେ ବୁମୁଦ୍ରିକରଣ ଓ କରୋନା ପାଇଁ ଲକଡାଉନ କାରଣରୁ ଦେଶରେ ଡିଜିଟାଲ କାରବାର ବୃଦ୍ଧି ପାଇଛି ।
ଡିଜିଟାଲ କାରବାର ଯେତେ ବୃଦ୍ଧି ପାଉଛି ବ୍ଯାଙ୍କ ଠକେଇ ମଧ୍ୟ ସେତେ ପରିମାଣରେ ବୃଦ୍ଧି ପାଉଛି । ତେଣୁ ଏନେଇ ଭାରତର ସବୁଠୁ ବଡ ବ୍ୟାଙ୍କିଂ ନେଟୱାର୍କ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ତରଫରୁ ଗ୍ରାହକ ମାନଙ୍କୁ ସତର୍କ କରାଯାଇଛି । ଏନେଇ ଷ୍ଟେଟ ବ୍ୟାଙ୍କ ତରଫରୁ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନେ ସଚେତନ ହେବା ପାଇଁ କିପରି ପଦକ୍ଷେପ ନିଆଯାଇ ପାରିବ ତାହା ଉପରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି ।
ଏହି କ୍ରମରେ ଷ୍ଟେଟ ବ୍ଯାଙ୍କ କହିଛି ଯେ ଆପଣଙ୍କ ପାଖକୁ ଏମିତି କିଛି ମେସେଜ ଆସିପାରେ ଯେଉଁଥିରେ ଲେଖାଥିବ କି କ୍ୟୁଆର ସ୍କାନ କରନ୍ତୁ ଓ ପୁରସ୍କାର ପାଆନ୍ତୁ । ଏସବୁ ଠାରୁ ଦୂରେଇ ରହିବାକୁ ବ୍ଯାଙ୍କ ସତର୍କ କରିଛି । ଅର୍ଥାତ ନନ୍ ଭେରିଫାଏଡ କ୍ୟୁଆର କୋର୍ଡକୁ ସ୍କାନ କରନ୍ତୁ ନାହିଁ । ଏହାସହ ଅନ୍ୟ ଏକ ଟ୍ବିଟରେ ଏସବିଆଇ କହିଛି କି, “ଆପଣଙ୍କ ସୁରକ୍ଷା ଆମର ଅଗ୍ରାଧିକାର ।
ସାଇବର ଠକାମିର ଶିକାର ହେଲେ http://www.cybercrime.gov.in ରେ ଲଗ ଇନ କରିବାକୁ ଏସବିଆଇ କହିଛି ।” ଏହାସହ କେୱାଇସି ଅପଡେଟ ଆଳରେ ହେଉଥିବା ଠକେଇ ଠାରୁ ବଞ୍ଚି ରହିବାକୁ ମଧ୍ୟ ବ୍ଯାଙ୍କ କହିଛି । ବ୍ଯାଙ୍କ ଆହୁରି ମଧ୍ୟ କହିଛି କି ଡିଜିଟାଲ ପାସୱାର୍ଡ ଦେବା ବେଳେ ମଜବୁତ ପାସୱାର୍ଡ ଦିଅନ୍ତୁ ଓ ଏହାକୁ ସମୟ ଅନ୍ତରାଳରେ ପରିବର୍ତ୍ତନ ମଧ୍ୟ କରନ୍ତୁ । ଏହାସହ କଣ୍ଟାକ୍ଟ ଡିଟେଲ୍ସ ପାଇଁ ଏସବିଆଇ ର ଅଫିସିଆଲ ୱେବସାଇଟ ବ୍ୟବହାର କରିବାକୁ ବ୍ଯାଙ୍କ ପକ୍ଷରୁ ଗ୍ରାହକ ମାନଙ୍କୁ କୁହାଯାଇଛି ।
ଏହାସହ ବ୍ଯାଙ୍କ ଜଡିତ କିଛିବି ସୂଚନା ଅନୟମାନଙ୍କ ସହ ଶେୟାର କରନ୍ତୁ ନାହିଁ, ସହଜରେ ଅନୁମାନ କରିହେବା ଭଳି ପାସୱାର୍ଡ ରଖନ୍ତୁ ନାହିଁ, ଏଟିଏମ ସହ ଜଡିତ କିଛି ବି ସୂଚନା ଏମକ୍ତି ସ୍ଥାନରେ ରଖନ୍ତୁ ନାହିଁ ଯାହାକୁ ସାଇବର ଠକ ମାନେ ଆକ୍ସେସ କରିପାରିବେ । କିମ୍ବା ସୋସିଆଲ ମିଡିଆରେ ବ୍ଯାଙ୍କ ସମ୍ବନ୍ଧିତ କୌଣସି ସୂଚନା ପୋସ୍ତ କରନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।