ପୁରୀ ଶ୍ରୀ ମନ୍ଦିର ରେ ପଶିଲା ମାଂସ, ରାଗିଗଲେ ପୁରୀ ସେବାୟତ, ଆଉ ତା ପରେ ଯାହା ଘଟିଲା…

ପୁରୀ ଶ୍ରୀ ମନ୍ଦିର ଭିତରେ ପଶିଲା ମାଂସ । ଶ୍ରୀ ମନ୍ଦିର ଭିତରକୁ ମାଂସ ନେଇ ପୂଜା କରିବାକୁ ଯାଇଥିଲା ଭକ୍ତ । ପଣ୍ଡା ମାନେ ଦେଖିବା ପରେ ମାଂସ ହୋଇଗଲା ପଣସ । ଆସନ୍ତୁ ଜାଣିବା ଭକତ ଓ ଭଗବାଙ୍କ ଅଲୌକିକ କାହାଣୀ ବିଷୟରେ କିଛି ଗୁପ୍ତ କଥା । ଭକ୍ତ ଜଣକ ସେଦିନ ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ମାନସ ରୋଷେଇ କରି ନେଇଥିଲେ । ଆଉ ତା ପରେ ଘଟିଥିଲା ଏମିତି କିଛି ଚମତ୍କାର । ଯାହା ଜାଣିଲେ ଆପଣଙ୍କର ବି ହୋସ ଉଡିଯିବ ।

କଥାରେ ଅଛି ଭକ୍ତ ଟି ଭଗବାନଙ୍କୁ ଯାହା ବି ହସି ହସି ଦିଏ ଭଗବାନ ତାହାକୁ ଗ୍ରହଣ କରି ନିଅନ୍ତି । ଥରେ ଜଣେ ଭକ୍ତ ଶ୍ରୀ ମନ୍ଦିର କୁ ଆସିଥିଲେ । ଭକ୍ତଙ୍କଏର ନାଁ କୁରୁମି । ସେ ପ୍ରଥମ ଥର ପାଇଁ ପ୍ରଭୁଙ୍କୁ ରସନା କରିବା ଲାଗି ପୁରୀ ଆସିଥିଲେ । ପ୍ରଥମ ଦର୍ଶନରେ କୁରୁମି କାଳିଆ ସାଆନ୍ତ ଙ୍କ ପାଖରେ ନିଜକୁ ସମର୍ପଣ କରି ଦେଇଥିଲା । ଆଉ ସେତେବେଳେ ହଠାତ କୁରୁମିର ନଜର ପଡିଥିଲା ମହାପ୍ରଭୁଙ୍କର ମହା ପ୍ରସାଦ ଉପରେ ।

ସେ ଆମିଷ ଓ ମସାଲା ଜାତୀୟ ଖାଦ୍ୟ ଖାଇବା ପାଇଁ ପସନ୍ଦ କରୁଥିଲେ । ସେ ମନ୍ଦିରରେ ଦେଖିଥିଲା ମହାପ୍ରଭୁଙ୍କର କେବଳ ମହାପ୍ରସାଦ ଯାହା କେବଳ ମିଠା ଖାଦ୍ୟ ଥିଲା । ଏଣୁ କୁରୁମି ଚିନ୍ତା କରିଲା ଅଧିକ ମିଠା ଖାଇଲେ ମହାପ୍ରଭୁଙ୍କ ପାଟି ର ସ୍ଵାଦ ଖରାପ ହୋଇଯିବ । ତେଣୁ ମହାପ୍ରଭୁ ଙ୍କୁ ଆମିଷ ଓ ମସାଲା ଜାତୀୟ ଖାଦ୍ଯ ଖୁଆଇବ ଆ ପାଇଁ ସ୍ଥିର କରିଲା । କୁରୁମି ତାର ଭକ୍ତି କାରଣରୁ କଣ ଠିକ କଣ ଭୁଲ ତାହା ଜାଣି ପାରିଲା ନାହିଁ ।

ଆଉ ମହାପ୍ରଭୁଙ୍କ ପାଇଁ ମାଂସ ରୋଷେଇ କରିଲା । ଏହା ପରେ କଦଳୀ ପତ୍ରରେ ପରସ୍ତ ପରସ୍ତ କରି ଶ୍ରୀ ମନ୍ଦିରକୁ ନେଇଗଲା କୁରୁମି । ଶ୍ରୀ ମନ୍ଦିରର ଦ୍ଵାରା ପାଖରେ ପହଞ୍ଚିବା ପରେ ଆମିଷର ବାସ୍ନା ଚାରିଆଡେ ବ୍ୟାପି ଯାଇଥିଲା । ତେବେ ପୁରୀର ସେବାୟତ ମାନେ କୁରୁମିକୁ ପ୍ରଶ୍ନ କରିଲେ ସେ କଣ ଖାଇବା ଆଣିଛି । ଠିକ ସେହି ସମୟରେ କୁରୁମି ହାତରୁ ଖାଦ୍ଯ ଟି ତଳେ ପଡି ଯାଇଥିଲା ।

ଶ୍ରୀ ମନ୍ଦିରକୁ ଆମିଷ କଣ ପିଆଜ ରସୁଣ ନିଷେଧ ବୋଲି କୁରୁମି ଜାଣି ନ ଥିଲା । ତଳେ ପଡି ଯାଇଥିବା କଦଳୀ ପତ୍ରକୁ କଣ ବାହାରିଥିଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସେଇ କଦଳୀ ପତ୍ରରୁ ମାସ ନୁହେଁ ପଣସ ବାହାରି ଥିଲା । ଆଉ ଏହା ଥିଲା ମହାପ୍ରଭୁ ଜଗନ୍ନାଥଙ୍କର ଚମତ୍କାର ଓ ଅପୂର୍ବ ଲୀଳା । ମାଂସ ବଦଳରେ ପଣସ ଦେଖି ସେବାୟତ ମାନେ କୁରୁମି କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦେଇଥିଲେ ।

ତେବେ ପ୍ରଭୁଙ୍କ ଚମତ୍କାରିତା ଦେଖିବା ପରେ କୁରୁମି ସଂପୂର୍ଣ୍ଣ ରୂପେ ମିଶା ଛାଡି ଦେଇଥିଲା । ଓ ନିଜକୁ ସଂପୂର୍ଣ୍ଣ ରୂପେ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ସମର୍ପଣ କରି ଦେଇଥିଲା । ଆଉ ସେହି ଦିନ ଠାରୁ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇବା ଆରମ୍ଭ କରିଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।