ଆଜି ଠାରୁ ଆରମ୍ଭ ହୋଇଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ଆଉ ଏହାକୁ ନେଇ ସବୁ ପ୍ରସ୍ତୁତି ହୋଇଛି ବୋଲି ଶୁଣିବାକୁ ମିଳୁଛି । ପୁରୀରେ ଅନୁଷ୍ଠିତ ହେଉଥିବା ମହାପ୍ରଭୁଙ୍କ ରଥଯାତ୍ରା ଏକ ବିଶ୍ଵସ୍ତରୀୟ ଯାତ୍ରା ଅଟେ । ତେବେ ଚାଲନ୍ତୁ ଟିକେ ନଜର ପକେଇବା ଏହାକୁ ନେଇ କରା ଯାଇଥିବା ବିଶ୍ଵସ୍ତରୀୟ ବ୍ୟବସ୍ଥା ଉପରେ । ଆମେ ଆପଣଙ୍କୁ ପୁରୀ ବଡ ମେଡିକାଲର ଦୃଶ୍ୟ ଦେଖାଇବୁ । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ସକାଳୁ ସକାଳୁ ପୁରୀ ବଡ ମେଡିକାଲର ଆଉଟଡୋରରେ ଲମ୍ବା ଲାଇନ ଲାଗିଛି ।
ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରର ଆଉଟଡୋର ପଞ୍ଜୀକରଣ କେନ୍ଦ୍ର ବାହାରେ ଲମ୍ବା ଧାଡି କରି ଠିଆ ହୋଇ ରହିଛନ୍ତି ଉଭୟ ରୋଗୀ ଓ ତାଙ୍କ ସମ୍ପର୍କୀୟ । ଏହା ତ ବାହାରର ଦୃଶ୍ୟ ଥିଲା, କିନ୍ତୁ ମେଡିକାଲ ଭିତରର ଦୃଢୀ ଉପରେ ବି ଟିକେ ନଜର ପକାନ୍ତୁ । ଅନେକ ଟିକେଟ କାଉଣ୍ଟର ସବୁ ରହିଛି କିନ୍ତୁ ସେ ଗୁଡିକରେ କେହି ନାହାନ୍ତି ଟିକେଟ କାଟିବା ପାଇଁ । ମାତ୍ର ଗୋଟିଏ କାଉଣ୍ଟରରେ ଜଣେ କର୍ମଚାରୀ ରହିଛନ୍ତି ଟିକେଟ କାଟିବାକୁ । ପାଖରେ ଥିବା କାଉଣ୍ଟର ଗୁଡିକରେ କେବଳ ପଡି ରହିଛି ଖାଲି ଚୌକି ।
ଏହି ସବୁ ଚୌକି ଗୁଡିକ ଭୁତ ବସିବା ପାଇଁ ରଖାଯାଇଛି ବୋଲି କହୁଛନ୍ତି ଲୋକେ । ଏଥିରୁ ଆପଣ ଅନୁମାନ କରି ପାରୁଥିବେ କି ରଥଯାତ୍ରା ପ୍ରସ୍ତୁତିରେ କିଭଳି ଅବହେଳା ଚାଲିଛି । ଏହି ବାବଦରେ ପଚାରିବାରୁ ଉପସ୍ଥିତ ଥିବା ସମ୍ପୃକ୍ତ କର୍ମଚାରୀ କହିଥିଲେ କି ଦୁଇ ଜଣ ଷ୍ଟାଫ ରହିବା ଦରକାର । କିନ୍ତୁ ଅନ୍ୟମାନେ ଆଜି ଛୁଟିରେ ଅଛନ୍ତି । କିନ୍ତୁ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ବି ରଖା ଯାଇନାହିଁ ।
ଏ ସମ୍ପର୍କରେ ଅଧିକ ପଚାରିବାରୁ କର୍ମଚାରୀ ଜଣକ କହିଥିଲେ ମୋତେ କିଛି ପଚାରନ୍ତୁନି, ଲୋକ ଅଧିକ ଅଛନ୍ତି ମୋତେ ମୋ କାମ କରିବାକୁ ଦିଅନ୍ତୁ । ଏଥର ପ୍ରଭୁ ଜଗନ୍ନାଥଙ୍କ ବିଶ୍ଵସ୍ତରୀୟ ରଥଯାତ୍ରାରେ ସବୁ ଭକ୍ତଙ୍କୁ ପୁରୀ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁମତି ରହିଛି । ଦୁଇ ବର୍ଷ ପରେ ଭକ୍ତଙ୍କୁ ନେଇ ରଥଯାତ୍ରା ହେବାର ସୁଯୋଗ ମିଳିଥିବାର ଏଥର ପ୍ରବଳ ଭକ୍ତଙ୍କ ସମାଗମ ନେଇ ନିଜେ ସୂଚନା ଦେଇଛି ପ୍ରଶାସନ । ହେଲେ ସେନେଇ କଣ ପ୍ରସ୍ତୁତି ହୋଇଛି ବଡ ମେଡିକାଲରେ ଦେଖିବାକୁ ମିଳୁଛି ।
କେବଳ କିଛି ସ୍ଥାନୀୟ ଲୋକଙ୍କ ସମାଗମରେ ପୁରୀର ମେଡିକାଲ ଅବସ୍ଥା ଏଭଳି ହୋଇଯାଇଛି । ଲକ୍ଷ ଲକ୍ଷ ଭକ୍ତ ଆସିଲେ କେଉଁ ସ୍ଥିତି ଉପୁଜିବ ତାହା ଆପଣ ନିଜେ ବୁଝି ପାରୁଥିବେ । ଏହା କଣ ବିଶ୍ଵସ୍ତରୀୟ ରଥଯାତ୍ରାର ବିଶ୍ଵସ୍ତରୀୟ ବ୍ୟବସ୍ଥା ? ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।