ପୁଣି ଚର୍ଚ୍ଚାରେ ବାହାନଗା ରେଳ ଷ୍ଟେସନ, ଟ୍ରେନ ବଗି କାଟୁଥିବା ଶ୍ରମିକଙ୍କୁ ନେଇଗଲା ବାହାନଗା ଭୂତ !

ନମସ୍କାର ବନ୍ଧୁଗଣ । ଏବେ ପୁଣି ଚର୍ଚ୍ଚାରେ ବାହାନଗା ରେଳ ଷ୍ଟେସନ । ଯାହା ସମସ୍ତଙ୍କ ମନରେ ପୁଣି ଥରେ ଭୟ ଖେଳ ଦେଇଛି । ଜୁନ 2 ରାତିର ଘଟଣା ମନରୁ ଲିଭି ନ ଥିବା ବେଳେ ଆଜିକୁ 6 ମାସ ବିତି ଗଲାଣି ଏହି ଘଟଣା କୁ । ବାହାନଗା ଷ୍ଟେସନ କୁ ଦେଖିଲେ ସେ କାଳ ରାତିର ଦ୍ରୁଶ୍ଯ ଆଖି ଆଗରେ ନାଚି ଯାଉଛି । ଏହାରି ଭିତରେ ସେହି ସ୍ଥାନରୁ ଆସିଛି ଆଶ୍ଚର୍ଯ୍ୟ କରିଲା ଭଳି ଘଟଣା । ସ୍ଥାନୀୟ ଲୋକେ କହୁଛନ୍ତି ବାହନଗାର ଭୁତ ମାନେ ଏମିତି କରୁଛନ୍ତି ।

ସେ ଯେମିତି ନିଜ ପରିବାର ଠାରୁ ଅକାଳ ରେ ଦୂରେଇ ଯାଇଥିଲେ ସେହିପରି ଆଉ ଏକ ଦୁର୍ଘଟଣା ବାହାନଗା ଷ୍ଟେସନରେ ଘଟି ଯାଇଛି । ଯାହାକୁ ନେଇ ଏବେ ସବୁଠୁ ଚାଞ୍ଚଲ୍ୟ ଖେଳି ଯାଇଛି । ଅନେକ ଦିନ ହେବ ବାହାନଗା ଷ୍ଟେସନରେ ବଗି ପଡିଥିବା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ । ଏମିତିକି ବଗି ଗୁଡିକୁ ଉଠାଇ ନେବା ପାଇଁ ଅଞ୍ଚଳ ବାସୀ ଦାବି କରିଥିଲେ । ଏହାପରେ ସରକାରଙ୍କ ପକ୍ଷରୁ ବଗି କଟାଯିବା ପାଇଁ ଟେଣ୍ଡର ହୋଇଥିଲା ।

ପଶ୍ଚିମବଙ୍ଗର ମୋରିସେଟଲ କମ୍ପାନୀ ଏହି ଟେଣ୍ଡରକୁ ନେଇ ଅକ୍ଟୋବର 22ରୁ ଆରମ୍ଭ କରିଥିଲା ଓ କାମ ସରିବା ଉପରେ ମଧ୍ୟ ହେଲାଣି । ହେଲେ ଏହାରି ଭିତରେ ଆସିଛି ଏଭଳି ଏକ ଖବର । ଯାହା ବାହନଗା ଷ୍ଟେସନରେ ଏକ ଅଦୃଶ୍ୟ ଶକ୍ତି ବୁଲୁଥିବା ନେଇ ମାନିବାକୁ ବାଧ୍ୟ କରୁଛି । ବଗି ଗୁଡିକୁ ଉଠାଇବା ପାଇଁ ଏଠାରେ ଅନେକ ଶ୍ରମିକ କାମ କରୁଥିଲେ । କିନ୍ତୁ 8 ଦିନ ହେବ ଜଣେ ଶ୍ରମିକ କୁଆଡେ ନିଖୋଜ ହୋଇ ଯାଇଛନ୍ତି ତାଙ୍କର କୌଣସି ପତା ମିଳୁନି ।

ବଗି ଗୁଡିକୁ କାଟିବା ସମୟରେ ଶ୍ରମିକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହୋଇଥିଲେ । ଯେମିତିକି ବଗି ଭିତରୁ ଭୟଙ୍କର ନିଆଁ ଲାଗିଥିବା ବେଳେ ଅନେକ ଘଟଣାମାନ ଘଟିଥିଲା । ଯାହା ଭୟ ସୃଷ୍ଟି କରିଥିଲା । କିନ୍ତୁ କାମ ସଋ ଆସୁଥିବା ବେଳେ ଏମିତି ଅଘଟଣ ଘଟିଛି । ବଗି କାଟିବାକୁ ଆସିଥିବା ଜଣେ ଶ୍ରମିକ 8-9 ଦିନ ହେବ ନିଖୋଜ ହୋଇ ଯାଇଛନ୍ତି । ଅନେକ ଖୋଜା ଖୋଜି ପରେ ବି ତାଙ୍କର ସନ୍ଧାନ ମିଳୁନି ।

ଦୁଇ ଭାଇ ସାଙ୍ଗ ହୋଇ ଆସିଥିଲେ ବଗି ଗୁଡିକୁ କାଟିବା ପାଇଁ । କିନ୍ତୁ ଦୁଇ ଭାଇ କାମ କରୁ କରୁ ସାନ ଭାଇ ଆଜିକୁ 8-9 ଦିନ ହେବ କୁଆଡେ ଚାଲିଯାଇଛି ତାର ସନ୍ଧାନ ମିଳୁନି । ବଡ ଭାଇ କାମ ଧନ୍ଦା ଛାଡି ଫୋଟୋ ଧରି ସାନ ଭାଇକୁ ଖୋଜିବାରେ ଲାଗିଛି । ସହରର ଗଳି କନ୍ଦି ସବୁଆଡେ ଖୋଜା ସରିଲାଣି କିନ୍ତୁ କିଛି ଲାଭ ହେଉ ନାହିଁ । ଘରର ଅଭାବ ଅନଟନ ଦୂର କରିବା ପାଇଁ ଦୁଇ ଭାଇ ଆସିଥିଲେ କାମ କରିବାକୁ । କିନ୍ତୁ ସେମାନଙ୍କର ସବୁ ଆଶା ଆଜି ମଉଳି ଯାଇଛି । ସାନ ଭାଇ ଗତ 8  ତାରିଖରୁ କୁଆଡେ ନିଖୋଜ ଅଛନ୍ତି ବୋଲି ବଡ ଭାଇ କହିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।