ପୁଣି ବଢିବ ପେଟ୍ରୋଲ ଓ ଡିଜେଲ ଦର, ଦେଖନ୍ତୁ କେବେ ଠାରୁ ଓ କେତେ ବଢିବ Petrol ଓ Diesel ପ୍ରାଇସ ?

ସତରେ ବଢିବ କି ପେଟ୍ରୋଲ ଓ ଡିଜେଲ ଦାମ୍ ? ତେଲ ଦର କେତେ ବଢିବ ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଆପଣ ଯଦି ଗାଡି ଚଳାଉଛନ୍ତି ବା ଆପଣଙ୍କର ଯଦି କାର୍ କିମ୍ବା ବାଇକ ଅଛି ତେବେ ଗାଡିର ତେଲଟାଙ୍କି ଏବେଠୁ ଭର୍ତ୍ତି କରି ଦିଅନ୍ତୁ । କାହିଁକି ନା ଦେଶରେ ଖୁବ ଶୀଘ୍ର ବଢିପାରେ ପେଟ୍ରୋଲ ଓ ଡିଜେଲ ଦାମ । ଏବେ ଭାରତୀୟଙ୍କ ପକେଟ ଓ ବଜେଟ ଉପରେ ଋଷ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବ ପଡିବାକୁ ଯାଉଛି । ଯେଉଁମାନେ ଗାଡି ଚଳାଉଛନ୍ତି ସେମାନେ ଏବେ ତେଲ ପକାଇବାକୁ ଗଣିପାରନ୍ତି ଅଧିକ ଟଙ୍କା ।

ଆନ୍ତର୍ଜାତୀୟ ବଜାରରେ କୃଡ ଅଏଲ ଦାମ୍ ବଢିବା ପରେ ଏବେ ଏମିତି କିଛି ଚର୍ଚ୍ଚା ସବୁଠି ଜୋର ଧରିଛି । ହେଲେ ଏହା କେତେ ସତ ଏବଂ କେତେ ମିଛ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଗତ ମାର୍ଚ୍ଚ ୫ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଫଟୋ ଟ୍ବିଟ କରିଛନ୍ତି । ସେ ଟ୍ବିଟ କରିଥିବା ଫଟୋ ଏବଂ ତାଙ୍କ କ୍ୟାପସନ ସମସ୍ତଙ୍କ କ୍ୟାପସନ ଏବେ ସମସ୍ତଙ୍କ ଚିନ୍ତା ବଢାଇବାରେ ଲାଗିଛି ।

ରାହୁଲ ଗାନ୍ଧୀ ନିଜ କ୍ୟାପସନରେ ଲେଖିଛନ୍ତି କି, “ଫଟାଫଟ ନିଜ ପେଟ୍ରୋଲ ଟାଙ୍କି ଫୁଲ୍ କରେଇ ନିଅନ୍ତୁ, କାରଣ ମୋଦୀ ସରକାରଙ୍କ ନିର୍ବାଚନୀ ଅଫର୍ ଏବେ ଶେଷ ହେବାକୁ ଯାଉଛି ।” ଆଉ ଫଟୋରେ ପେଟ୍ରୋଲ ଟାଙ୍କିର ଏକ ଚିତ୍ର ସହ ଲେଖାଯାଇଛି “ହାଇକ” । ରାହୁଲ ଗାନ୍ଧୀଙ୍କ ଏହି ଟ୍ବିଟ ପରେ ଏବେ ପେଟ୍ରୋଲ ଟାଙ୍କିରେ ସାଧାରଣ ଲୋକ ଭିଡ ଜମାଉଥିବାର ଦେଖିବାକୁ ମିଳିଛି । ଯେବେଠୁ ୟୁକ୍ରେନ ଉପରେ ଋଷ ଆକ୍ରମଣ କରୁଛି ସେବେଠୁ ଆନ୍ତର୍ଜାତୀୟ ବଜାରରେ କୃଡ ଅଏଲ ଦାମ୍ ବଢିବାରେ ଲାଗିଛି ।

ବର୍ତ୍ତମାନ ତେଲ ଦର ରେକର୍ଡ ସ୍ତରରେ ଥିବା ବେଳେ ଭାରତରେ କିନ୍ତୁ ଗତ ଚାରିମାସ ହେବ ପେଟ୍ରୋଲ ଦର ବଢିନାହିଁ । ତେବେ ଏହା ପଛରେ ପାଞ୍ଚୋଟି ରାଜ୍ୟରେ ଚାଲିଥିବା ନିର୍ବାଚନ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । ନିର୍ବାଚନ ସରିଲେ ସରକାର ପେଟ୍ରୋଲ ଦାମ୍ ବଢାଇବା ନିଶ୍ଚିତ ବୋଲି କୁହାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୭ କିମ୍ବା ମାର୍ଚ୍ଚ ୧୬ ତାରିଖରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ୍ ମହଙ୍ଗା ହୋଇପାରେ । ତେବେ ଏହି ବର୍ଦ୍ଧିତ ପେଟ୍ରୋଲ ଦର କେତେ ହେବ ତାକୁ ନେଇ ମଧ୍ୟ ଆକଳନ ପ୍ରକାଶ ପାଉଛି ।

କୁହାଯାଉଛି କି ସରକାର ପେଟ୍ରୋଲ ଓ ଡିଜେଲ ଦାମ୍ ଆହୁରି ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ସେପଟେ ଆଉ କିଛି ରିପୋର୍ଟ ମଧ୍ୟ ଏହି ଦରବୃଦ୍ଧି ୨୫ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ବୋଲି କହୁଛନ୍ତି । ଦେଶରେ ଏହି ପେଟ୍ରୋଲ ଦର ବୃଦ୍ଧି କେବେ ଓ କେତେ ହେବ ତାହା ଏବେ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।