କାଶ୍ମୀର ପୁଲୱାମାରେ ଆଜୁ ଜଣେ ମେଜର ସହିଦ… ଗତ ବର୍ଷ ହିଁ ହୋଇଥିଲା ମେଜର ବିଭୁତିଙ୍କର ବାହାଘର

ଜମ୍ମୁ କାଶ୍ମୀରର ପୁଲୱାମାର ପିଂଗଲିନାରେ ଆତଙ୍କବାଦୀମାନଙ୍କର ଏନକାଉଂଟରରେ ମେଜର କୁମାର ଢୌଂଡିୟାଲ ସମେତ ଚାରିଜଣ ଯବାନ ସହିଦ ହୋଇ ଯାଇଛନ୍ତି । ୫୫ ରାଷ୍ଟ୍ରୀୟ ରାଇଫଲରେ ଛିଡା ହୋଇଥିବା ମେଜର ବିଭୁତି କୁମାର ଢୌଂଡିୟାଲ ଉତ୍ତରାଖଣ୍ଡର ଦେହରାଦୂନର ନିବାସୀ ଅଟନ୍ତି । ଏନକାଉଂଟର ସମୟରେ ସେ ଆତଙ୍କବାଦୀମାନଙ୍କୁ ଘେରି ରହି ଥିଲେ, ସେହି ସମୟରେ ଗୁଳି ଲାଗିବାରୁ ସେ ସହିଦ ହୋଇ ଯାଇଛନ୍ତି ।

କୁହାଯାଉଛି କି ଗତ ବର୍ଷ ଏପ୍ରିଲ ମାସରେ ତାଙ୍କର ବାହାଘର ନିକିତା କୌଲଙ୍କ ସହିତ ହୋଇଥିଲା । ସୋମବାର ଦିନ ସକାଳେ ମେଜରଙ୍କର ପତ୍ନୀଙ୍କ ଦିଲ୍ଲୀରେ ନିଜର ବାପାଘରକୁ ଯାଉଥିଲେ ସେହି ସମୟରେ ଟ୍ରେନରେ ହିଁ ତାଙ୍କୁ ମେଜର ବିଭୁତି କୁମାର ଢୌଂଡିୟାଲଙ୍କର ସହିଦ ହେବାର ଖବର ତାଙ୍କୁ ମିଳିଲା । ଢୌଂଡିୟାଲଙ୍କର ଘର ଦେହରାଦୁନର ନେଶ୍ୱିବଲା ରୋଡରେ ୩୬ ଡଂଗବାଲ ମାର୍ଗରେ ଅବସ୍ଥିତ ।

ତାଙ୍କ ପରିବାରରେ ତାଙ୍କର ସ୍ତ୍ରୀ, ମା, ଜେଜେମା ଛଡା ତିନି ଭଉଣୀ ଅଛନ୍ତି । ତାଙ୍କର ପିତା ଓମପ୍ରକାଶ ଢୌଂଡିୟାଲଙ୍କର ଦେହାନ୍ତ ହୋଇ ସାରିଛି । ତାଙ୍କର ପିତା କଂଟ୍ରୋଲର ଡିଫେଂସ ଏକାଉଂଟ ଅଫିସରେ ଥିଲେ ।

ପୁଲୱାମା ଏନକାଉଂଟରରେ ଦେହରାଦୂନର ମେଜର ବିଭୂତି କୁମାରନାକ ଛଡା ହରିୟାଣାର ରେବାଡୀର ରହୁଥିବା ଯବାନ ହଋ ସିଂହ, ରାଜସ୍ଥାନର ଝୁଂଝୁନୂଂର ସେବ ରାମ ଏବଂ ମେରଠର ଅଜୟ କୁମାର ବି ସହୀଦ ହୋଇଛନ୍ତି । କୁହାଯାଉଛି କି ମେଜରଙ୍କ ସହିତ ତିନି ଜଣ ଯବାନ ଆତଙ୍କବାଦୀ ମାନଙ୍କୁ ଘେରି ରହି ଥିଲେ । ସେହି ସମୟରେ ହୋଇଥିବା ଗୋଳିବାରୀରେ ତାଙ୍କର ମୁର୍ତ୍ୟୁ  ହୋଇଗଲା ।

କହିଦେଉଛୁ ଯେ ଏହା ପୂର୍ବରୁ ଶନିବାର ଦିନ ଜମ୍ମୁ କାଶ୍ମୀରରେ ଥିବା ମେଜର ବିଷ୍ଟ ରାଜୌରୀର ନୌଶେରା ସେକ୍ଟରରେ ଏଲଓସୀ ପାଖରେ ଆଇଈଡୀକୁ ଡିଫ୍ଯୂଜ କରିବା ସମୟରେ ବିସ୍ଫୋଟରେ ସହିଦ ହୋଇ ଥିଲେ । ସେ ବି ଉତ୍ତରାଖଂଡର ନିବାସୀ ଥିଲେ ।

ଅପଡେଟ ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।