ପୁଜା ଘରରୁ ଯେତେ ଶିଘ୍ର ସମ୍ଭବ ଏହି ମୁର୍ତ୍ତିକୁ ବାହାର କରିଦିଅନ୍ତୁ… ନଚେତ୍ ଘଟିବ ଘୋର ଅନର୍ଥ ! Vastu Gyan

ବନ୍ଧୁଗଣ ଲୋକମାନେ ସୁଖ, ଶାନ୍ତିରେ ରହିବା ପାଇଁ ଘରେ ଠାକୁରଙ୍କ ମୂର୍ତ୍ତି ରଖି ତାହାର ପୂଜାଅର୍ଚନା କରିଥାନ୍ତି । ହେଲେ ଘରେ ଯଦି ଠାକୁରଙ୍କର ମୂର୍ତ୍ତି ବା ଫୋଟ ରଖି ପୂଜା କରିବା ସମୟରେ ଯଦି ଏଭଳି କିଛି ଭୁଲ କରୁଥିବେ । ତେବେ ଏହାର ଘୋର ଅନର୍ଥର କାରଣ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଠାକୁର ଘରେ ଗୋଟିଏ ଠାକୁରଙ୍କର ଫୋଟ ବା ମୂର୍ତ୍ତି ଗୋଟେ ରୁ ଅଧିକ କିମ୍ବା ଭୁଲ ଦିଗରେ ରଖିବା ଦ୍ଵାରା ତାହାର ପରିଣାମ ଖରାପ ହୋଇଥାଏ । ଘର ଠାକୁର ଘରେ 3, 5 ଏଭଳି ସଂଖ୍ୟାରେ ଠାକୁର ରଖି ପୂଜା କରନ୍ତୁ ନାହିଁ । ତେବେ ଠାକୁର ଘରକୁ ନେଇ କିଛି ମହତ୍ଵପୂର୍ଣ୍ଣ କଥା ଏଠାରେ ଜାଣନ୍ତୁ ।

1- ଯଦି ଆପଣ ଠାକୁର ଘରେ ପ୍ରଭୁ ହନୁମାନଙ୍କର ପୂଜା କରିବାକୁ ଚାହୁଁଥାନ୍ତି । ତେବେ ପ୍ରଭୁ ହନୁମାନ ବସିଥିବା ଫୋଟ ବା ମୂର୍ତ୍ତି ଆଣି ପୂଜା କରନ୍ତୁ । କାରଣ ହନୁମାନଙ୍କର ଠିଆ ହୋଇଥିବା ପ୍ରତିମୂର୍ତ୍ତି ତାଙ୍କର ରୌଦ୍ର ଅବସ୍ଥାକୁ ସୁଚିତ କରିଥାଏ ।

2- ଘରର ଠାକୁର ଘରେ ଦୂର୍ଗା ମା’ ଙ୍କର ଫୋଟ ଗୋଟିଏ ହିଁ ରଖି ପୂଜା କରନ୍ତୁ । କାରଣ ଦେବୀ ମା’ ଙ୍କର ଗୋଟିଏ ରୁ ଅଧିକ ଫୋଟ ରଖି ପୂଜା କରିବା ଅନୁଚିତ ଅଟେ । ନଚେତ ଘରୁ ସୁଖ ଶାନ୍ତି ପଳାଇ ଥାଏ ।

3- ପୂଜା ସ୍ଥାନରେ ମା’ ଲକ୍ଷ୍ମୀଙ୍କର ଠିଆ ହୋଇଥିବା ମୂର୍ତ୍ତି ରଖନ୍ତୁ ନାହିଁ । ବସିଥିବା ମା’ ଲକ୍ଷ୍ମୀ ଫୋଟ ହିଁ ରଖନ୍ତୁ । ଯଦି ଠିଆ ହୋଇଥିବା ମା’ ଲକ୍ଷ୍ମୀଙ୍କର ମୂର୍ତ୍ତି ଘରେ ରଖି ପୂଜା କରୁଥିବେ । ତେବେ ମା’ ଲକ୍ଷ୍ମୀ ଚଞ୍ଚଳା ଅଟନ୍ତି । ତେଣୁ ବହୁତ ଶୀଘ୍ର ମା’ ଲକ୍ଷ୍ମୀ ଘରୁ ଚାଲି ମଧ୍ୟ ଯାଇଥାନ୍ତି ।

4- ଭଗବାନ ଭୈରବ ଦେବଙ୍କୁ ଅନେକ ମାନିଥାନ୍ତି । ତେଣୁ ତାଙ୍କୁ ଘରେ ସ୍ଥାପନା କରି ତାଙ୍କର ପୂଜା ଅର୍ଚନା ବହୁତ ଲୋକ କରିଥାନ୍ତି । ହେଲେ ଭଗବାନ ଭୈରବଙ୍କର ଘରର ଠାକୁର ଘରେ ପୂଜା କରିବା ଉଚିତ ହୋଇନଥାଏ ।

5- ଘରେ ରାଧା ଓ କୃଷ୍ଣଙ୍କର ଅଲଗା ଅଲଗା ଫୋଟ ରଖି ପୂଜା କରନ୍ତୁ ନାହିଁ । ଯଦି ପୂଜା କରିବାକୁ ଚାହୁଁଥାନ୍ତି । ତେବେ ରାଧା ଓ କୃଷ୍ଣଙ୍କର ଯୋଡି ଥିବା ଫୋଟକୁ ହିଁ ପୂଜା କରନ୍ତୁ ।

6- ମା’ ଲକ୍ଷ୍ମୀ ଓ କୁବେର ଦେବତା ଙ୍କୁ ଘର ର ଉତ୍ତର ଦିଗ ବ୍ଯତୀତ ଅନ୍ୟ କୌଣସି ଦିଗରେ ମଧ୍ୟ ରଖନ୍ତୁ ନାହିଁ । ନଚେତ ସେହି ଘରର ଆର୍ଥିକ ସ୍ଥିତି ମଜଭୁତ ହୋଇପାରିନଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ବହୁ ମାତ୍ରାରେ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ ।