ପୃଥିବୀରେ ଘଟୁଥିବା ଏହି ପରିବର୍ତ୍ତନ କାରଣରୁ ଆଗାମୀ ସମୟରେ ବନ୍ଦ ହେଇଯିବ ଆପଣଙ୍କ ମୋବାଇଲ ଫୋନ!

ଧରିତ୍ରୀର ଏକ ଭାଗରେ ଥିବା ମ୍ୟାଗ୍ନେଟିକ ଫିଲ୍ଡ ବା ଏହାର ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହୋଇ ଯାଉଛି । ଯଦି ଆପଣଙ୍କୁ ଲାଗୁଛି କି ଏହା ଦ୍ୱାରା ଆପଣଙ୍କ ଜୀବନ ଉପରେ କଣ ପ୍ରଭାବ ପଡିବ ତାହେଲେ ହୋଇ ପାରେ କି ଆଗାମୀ ସମୟରେ ଆପଣଙ୍କ ଫୋନ କାମ କରିବା ବନ୍ଦ କରିଦେବ । ମ୍ୟାଗ୍ନେଟିକ ଫିଲ୍ଡ ଦୁର୍ବଳ ହେବା କାରଣରୁ ସ୍ୟାଟେଲାଇଟ ଠାରୁ ନେଇ ସ୍ପେସ କ୍ରାଫ୍ଟ ପର୍ଯ୍ୟନ୍ତ କାମ କରିବା ବନ୍ଦ ହୋଇଯାଇ ପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ବୁଝିପାରି ନାହାଁନ୍ତି କି ଏପରି କଣ ପାଇଁ ହେଉଛି ।

ଦୁର୍ବଳ ହୋଇଛି ପୃଥିବୀ ମ୍ୟାଗ୍ନେଟିକ ଫିଲ୍ଡ

ଧରିତ୍ରୀର ଏକ ବହୁତ ବଡ ଭାଗରେ ଚୁମ୍ବକୀୟ ଶକ୍ତି ଦୁର୍ବଳ ହୋଇଯାଇଛି । ଏହି ଭାଗ ୧୦ହଜାର କିମିରେ ବିସ୍ତାର ହୋଇଛି । ଏହି ଜାଗାର ୩୦୦୦କିମି ତଳେ ଧରିତ୍ରୀର ଆଉଟ କୋର ପର୍ଯ୍ୟନ୍ତ ଚୁମ୍ବକୀୟ କ୍ଷେତ୍ରର ଶକ୍ତିରେ ଦୁର୍ବଳ ଆସିଛି । ଆଫ୍ରିକା ଠାରୁ  ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ ପ୍ରାୟ ୧୦ହଜାର କିମି ଦୂରରେ ଧରିତ୍ରୀରେ ମ୍ୟାଗ୍ନେଟିକ ଫିଲ୍ଡର ଶକ୍ତି କମ ହୋଇଯାଇଛି । ସାଧାରଣତଃ ଏହା ୩୨ ହଜାର ନାନୋଟେସ୍ଲା ହେବା ଦରକାର ଥିଲା । କିନ୍ତୁ ୧୯୭୦ ରୁ ୨୦୨୦ ପର୍ଯ୍ୟନ୍ତ ଏହା ୨୪ହଜାର ରୁ ୨୨ହଜାର ନାନୋଟେସ୍ଲା ପର୍ଯ୍ୟନ୍ତ ହ୍ରାସ ପାଇଛି । ନାନୋଟେସ୍ଲା ଚୁମ୍ବକୀୟ କ୍ଷମତା ମାପିବାର ଏକକ ଅଟେ ।

ତଥ୍ୟ ଦେଖି ବୈଜ୍ଞାନିକ ମାନଙ୍କର ଚିନ୍ତା ବଢିଛି

ବୈଜ୍ଞାନିକ ମାନଙ୍କୁ ଯେଉଁ ସାଟେଲାଇଟ ଡାଟା ମିଳିଛି ତାହା ବୈଜ୍ଞାନିକ ମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ଦୁର୍ବଳ ହେଉଥିବା ମ୍ୟାଗ୍ନେଟିକ ଫିଲ୍ଡ ସେମାନଙ୍କୁ ଅସୁବିଧାରେ ପକାଉଛି । ବୈଜ୍ଞାନିକ ମାନେ କହିଛନ୍ତି କି ଗତ ୨୦୦ବର୍ଷରେ ଧରିତ୍ରୀର ଚୁମ୍ବକୀୟ ଶକ୍ତିରେ ୯ପ୍ରତିଶତ ହ୍ରାସ ପାଇଛି । ବୈଜ୍ଞାନିକମାନେ ଏହାକୁ ସାଉଥ ଆଣ୍ଟାଲାଟିକ ଏନୋମଲି କହିଥାନ୍ତି । ବୈଜ୍ଞାନିକମାନଙ୍କ ଅନୁସାରେ ଏହି ପରିବର୍ତ୍ତନ ୨୦୦ବର୍ଷରୁ ଧୀରେ ଧୀରେ ହେଉଛି ଏଥିପାଇଁ ପୃଥିବୀର ଚୁମ୍ବକୀୟ ଶକ୍ତି ହ୍ରାସ ପାଇବାରେ ଲାଗିଛି ।

ଉପଗ୍ରହ ସହିତ ଯୋଗାଯୋଗ ହୋଇପାରିବ ନାହିଁ

ୟୁରୋପୀୟ ସ୍ପେସ ଏଜେନ୍ସିର ଉପଗ୍ରହରୁ ଏହି ସୂଚନା ମିଳିଛି । ଧରିତ୍ରୀର ଏହି ଭାଗରେ ଚୁମ୍ବକୀୟ କ୍ଷେତ୍ରରେ ଆସିଥିବା ଦୁର୍ବଳତାର କାରଣ ପାଇଁ ଧରିତ୍ରୀ ଉପରେ ଉପଗ୍ରହ ଏବଂ ଉଡୁଥିବା ବିମାନ ସହିତ ଯୋଗାଯୋଗ କରିବା କଷ୍ଟ ହୋଇପାରେ । ଏହି କାରଣ ପାଇଁ ମୋବାଇଲ ଫୋନ ବନ୍ଦ ହୋଇଯାଇ ପାରେ । ବୈଜ୍ଞାନିକ ମାନେ କହିଛନ୍ତି କି ସାଧାରଣ ଲୋକଙ୍କୁ ଏହା ଜଣାପଡି ନଥାଏ କିନ୍ତୁ ଏହା ଆମର ରକ୍ଷା କରିଥାଏ । ଅନ୍ତରିକ୍ଷରେ ଖାସ ସମୟରେ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ହାନିକାରକ ଶକ୍ତିଶାଳୀ ଚୁମ୍ବକୀୟ ତରଂଗ, ଏହି ଚୁମ୍ବକୀୟ କ୍ଷେତ୍ର କାରଣରୁ ଅତ୍ୟଧିକ ଚାର୍ଜ ହୋଇଥିବା କଣିକା ପୃଥିବୀର ପହଞ୍ଚି ନଥାଏ, ଯାହାଦ୍ୱାରା ପୃଥିବୀରେ ରହୁଥିବା ଲୋକଙ୍କ ପାଇଁ ବହୁତ ହାନିକାରକ ହୋଇପାରେ ।

କେମିତି ସୃଷ୍ଟି ହୋଇଥାଏ ଚୁମ୍ବକୀୟ କ୍ଷେତ୍ର

ଯାହା ବୈଜ୍ଞାନିକମାନଙ୍କୁ ସବୁଠାରୁ ଅଧିକ ଚିନ୍ତିତ କରୁଛି ତାହା ହେଉଛି ଦ୍ଵିତୀୟ ଭାଗ ଯେଉଁଠାରେ ସବୁଠାରୁ କମ ତୀବ୍ରତା ଅଛି ତାହା ଆଫ୍ରିକାର ପଶ୍ଚିମରେ ଦେଖାଯାଉଛି । ଏହାର ସଂକେତ ହେଉଛି କି ସାଉଥ ଆଣ୍ଟଲାଟିକ ଏନାମୋଲି ଦୁଇଟି ଅଲଗା ଅଲଗା କୋଷରେ ବିଭକ୍ତ ହୋଇପାରେ ।ଇଏସଏ ଅନୁସାରେ ଏହି ଚୁମ୍ବକୀୟ କ୍ଷେତ୍ର ପୃଥିବୀ ପୃଷ୍ଠର ବାହ୍ୟସ୍ତରରେ ପ୍ରଭାବିତ ହେଉଥିବା ଗରମ ତରଳ ଲୁହା କାରଣରୁ ହୋଇଥାଏ ।

ଇଏସଏ ବୈଜ୍ଞାନିକମାନେ ଏହି ସ୍ତରରେ ଏକ ସ୍ପଷ୍ଟ ପରିବର୍ତ୍ତନ ଦେଖିଥିଲେ । ସେମାନେ ଜାଣିବାକୁ ପାଇଥିଲେ କି ପୃଥିବୀର ବାହ୍ୟପୃଷ୍ଠ ସ୍ତର ଗୁଡିକ ଭୂପୃଷ୍ଠ ତୁଳନାରେ ଘୂରିବାରେ ଲାଗିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।