Bolbom 2022: ସର୍ବ ପ୍ରଥମେ କିଏ ବୋଲବମ୍ ବା କାଉଡି ଯାତ୍ରା ଆରମ୍ଭ କରିଥିଲେ ? ଜାଣନ୍ତୁ ଏହି ପୌରାଣିକ କାହାଣୀ…

ପବିତ୍ର ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ଶିବଭକ୍ତ ମାନେ ଗେରୁଆ ବସ୍ତ୍ର ପରିଧାନ କରି ଶିବଲିଙ୍ଗରେ ଜଳ ଅର୍ପଣ କରିବା ପାଇଁ ବାହାରି ଯାଆନ୍ତି । ଗେରୁଆ ବସ୍ତ୍ର ପିନ୍ଧି ଭାରରେ ଜଳ ବୋହି ଯାଉଥିବା ଲୋକଙ୍କୁ ଆମେ କାଉଡିଆ ବା ବୋଲବମ ଯାତ୍ରା ବୋଲି କହିଥାଉ । ଆଜିକାଲି ଉଚ୍ଚ ଓ ଶିକ୍ଷିତ ଲୋକମାନେ ଏହି ଯାତ୍ରାରେ ଯୋଗ ଦେଉଛନ୍ତି । ତେବେ ଆପଣ କଣ ଜାଣନ୍ତି ସର୍ବପ୍ରଥମ କାଉଡିବାଲା କିଏ ଥିଲେ ଏବଂ କିଏ ଏହି କାଉଡି ଯାତ୍ରାର ଆରମ୍ଭ କରିଥିଲେ ? ଭଗବାନ ଶିବଙ୍କୁ ଶ୍ରବଣ ମାସରେ କଣ ପାଇଁ ଜଳାଭିଷେକ କରାଯାଏ ?

ପୌରାଣିକ ତଥ୍ୟ ଅନୁଯାୟୀ ସର୍ବପ୍ରଥମେ ଭଗବାନ ପର୍ଶୁରାମ କାଉଡିରେ ଗଙ୍ଗାଜଳ ନେଇ ମହାଶିବଙ୍କୁ ଅଭିଷେକ କରିଥିଲେ । ଏହି ପ୍ରାଚୀନ ଶିବଲିଙ୍ଗରେ ଜଳାଭିଷେକ କରିବା ପାଇଁ ଭଗବାନ ପର୍ଶୁରାମ ଗଡମୁକ୍ତେଶ୍ଵରରୁ ଗଙ୍ଗାଜଳ ଆଣିଥିଲେ । ସେଥିପାଇଁ ଆଜି ମଧ୍ୟ ତାଙ୍କ ସେହି ପରମ୍ପରାକୁ ବଜାୟ ରଖିବା ପାଇଁ ଗଡମୁକ୍ତେଶ୍ଵରରୁ ଗଙ୍ଗାଜଳ ନେଇ ମହାଦେବଙ୍କୁ ଜଳ ଅଭିଷେକ କରାଯାଏ ।

ସେହିପରି ଆଉ ଏକ ପୌରଣିକ କଥା ଅନୁଯାୟୀ ତ୍ରେତୟା ଯୁଗରେ ସର୍ବପ୍ରଥମେ ଶ୍ରବଣ କୁମାର କାଉଡି ଯାତ୍ରାର ଆରମ୍ଭ କରିଥିଲେ । ମାତାପିତାଙ୍କର ତୀର୍ଥଯାତ୍ରାର ଇଚ୍ଛା ପୂରଣ କରିବା ପାଇଁ ଶ୍ରବଣ କୁମାର କାଉଡିରେ ସେମାନଙ୍କୁ ବସାଇ ହରିଦ୍ଵାର ଆଣିଥିଲେ ଏବଂ ଗଙ୍ଗାରେ ସ୍ନାନ କରାଇଥିଲେ । ଏହାକୁ ପ୍ରଥମ କାଉଡି ଯାତ୍ରାର ଆରମ୍ଭ ବୋଲି ମଧ୍ୟ କୁହାଯାଏ ।

ସେହିପରି ଅନ୍ୟ ଏକ ପୌରାଣିକ ତଥ୍ୟ ଅନୁଯାୟୀ ଭଗବାନ ଶ୍ରୀରାମ ପ୍ରଥମ କାଉଡିଆ ଥିଲେ । ଭଗବାନ ଶ୍ରୀରାମ ଗଙ୍ଗାଜଳ ନେଇ ବିହାର ରାଜ୍ୟରେ ଅବସ୍ଥିତ ବୈଦ୍ୟନାଥ ଧାମରେ ମହାଦେବଙ୍କୁ ଜଳାଭିଷେକ କରିଥିଲେ । ପୁରାଣ ଅନୁସାରେ କାଉଡିଆ ଯାତ୍ରାର ପରମ୍ପରା ସମୁଦ୍ର ମନ୍ଥନ ସହ ମଧ୍ୟ ଜଡିତ ଅଟେ । ସମୁଦ୍ର ମନ୍ଥନରୁ ବାହାରିଥିବା ବିଷକୁ ପାନ କରିବା ଦ୍ଵାରା ଭଗବାନ ଶିବଙ୍କ କଣ୍ଠ ନୀଳ ପଡି ଯାଇଥିଲା ।

ତେଣୁ ତାଙ୍କୁ ସେହି ବିଷର ନକରାତ୍ମକ ପ୍ରଭାବରୁ ମୁକ୍ତି କରିବା ପାଇଁ ତାଙ୍କର ଅନନ୍ୟ ଭକ୍ତ ରାବଣ ଧ୍ୟାନ କଲା ଏବଂ କାଉଡିରେ ଜଳ ଆଣି ମହାଦେବଙ୍କର ଜଳ ଅଭିଷେକ କଲା । ତେଣୁ ସେବେ ଠାରୁ ଏହି କାଉଡି ଯାତ୍ରାର ଆରମ୍ଭ ହୋଇଛି ବୋଲି ମାନ୍ୟତା ରହିଛି ।

ସେହିପରି ଅନ୍ୟ କିଛି ମାନ୍ୟତା ଅନୁସାରେ ଭଗବାନ ଶିବଙ୍କୁ ହଳାହଳ ବିଷର ପ୍ରଭାବରୁ ମୁକ୍ତି କରିବା ପାଇଁ ସମସ୍ତ ଦେବାଦେବୀ ଗଙ୍ଗଜଳ ଆଣି ଭଗବାନ ଶିବଙ୍କ ଅଭିଷେକ କରିଥିଲେ । ତେଣୁ ସେବେଠାରୁ ମଧ୍ୟ କାଉଡି ଯାତ୍ରାର ଆରମ୍ଭ ହୋଇଥିଲା ବୋଲି ପୌରାଣିକ ତଥ୍ୟ ରହିଛି । ଏଥିପାଇଁ ଭଗବାନ ଶିବଙ୍କୁ ଜଳାଭିଷେକ କରା ଯାଇଥାଏ ।

ତେବେ ଏହି ସମସ୍ତ ତଥ୍ୟକୁ ଆଧାର କରି କାଉଡି ଯାତ୍ରା କେବେ ଆରମ୍ଭ ହୋଇଥିଲା ଓ କଣ ପାଇଁ ଭଗବାନ ଶିବଙ୍କର ଜଳାଭିଷେକ କରାଯାଏ ତାହା ଜଣାପଡେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।