ପ୍ରଶ୍ନ ଶୁଣି ନିଆଁବାଣ ହୋଇଗଲେ ଯୋଗଗୁରୁ Baba Ramdev, ରାଗରେ ଏମିତି କିଛି କହି ପକାଇଲେ କି viral ହେଉଛି video

ରାଗିଲେ ବାବା ରାମଦେବ । ସାମ୍ବାଦିକଙ୍କ ଉପରେ କମ୍ପିଲେ ବାବା । ପ୍ରଶ୍ନ ଶୁଣି ସାମ୍ବାଦିକଙ୍କ ଉପରେ ରାଗି ନିଆଁ ହେଲେ ବାବା ରାମଦେବ । ରାଗରେ କିଛି ଏମିତି କହି ପକାଇଲେ କି ଏବେ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । କହିଲେ ଉତ୍ତର ଦେବାକୁ ମୁଁ ଠିକା ନେଇନି । ଏହି ଭିଡିଓରେ ବାବା ରାମଦେବ ଜଣେ ସାମ୍ବାଦିକଙ୍କୁ ବିରକ୍ତ ହେବା ସହ ଧମକ ଦେଉଥିବାର ଦେଖିବାକୁ ମିଳୁଛି ।

ବାବା ରାମଦେବଙ୍କର ତୈଳ ଦର ଉପରେ ଦେଇଥିବା ପୂର୍ବ ମନ୍ତବ୍ୟକୁ ନେଇ ସାମ୍ବାଦିକ ଜଣକ ପ୍ରଶ୍ନ ପଚାରିବାରୁ ଉତ୍ତ୍ୟକ୍ତ ହୋଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ବାବା ରାମଦେବ । ପୂର୍ବରୁ ଯୋଗଗୁରୁ ବାବା ରାମଦେବ ପେଟ୍ରୋଲ ଦର ଉପରେ ଏକ ବୟାନ ଦେଇ କହିଥିଲେ କି, ଜନତାଙ୍କୁ ଏପରି ସରକାର ଦରକାର ଯିଏ ୪୦ ଟଙ୍କାରେ ପେଟ୍ରୋଲ ଓ ୩୦୦ ଟଙ୍କାରେ ରୋଷେଇ ଗ୍ଯାସ ଯୋଗାଇ ଦେବେ ।

ଆଉ ଦିନେ ଏଭଳି ବୟାନ ଦେଇଥିବା କଥା ସାମ୍ବାଦିକ ତାଙ୍କୁ ମନେପକାଇ ଦେବାରୁ ଏକଦମ ବିରକ୍ତ ହୋଇ ଉଠୁଛନ୍ତି ବାବା ରାମଦେବ । ସେ ଚିଡି ଯାଇ କହିଥିଲେ, “ତୁମ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ଠିକା ନେଇନାହିଁ । ଏମିତି ପ୍ରଶ୍ନ ପୁଣି ଥରେ ପଚାରନି, ଆଉ ଥରେ ପଚାରିବ ତ ଦେଖିବ ।”

ଏହି ଭିଡିଓରେ ବାବା ରାମଦେବ ସବୁ ପ୍ରଶ୍ନର ତେଢା ଜବାବ ଦେଉଥିବା ଦେଖିବାକୁ ମିଳିଛି । ତାଙ୍କ କହିଥିବା କଥାକୁ ପଚାରିବାରୁ ସେ କହିଥିଲେ, ହଁ ମୁଁ କହିଥିଲି ଆଉ ଏବେ ତାହାର ଉତ୍ତର ଦେବିନି ମୋର ତୁ କଣ କରିନେବୁ ? ସୋସିଆଲ ମିଡିଆରେ ବାବା ରାମଦେବ ଏଭଳି କହୁଥିବା ସମୟର ଭିଡିଓଟି ଖୁବ ଭାଇରାଲ ହେଉଛି । କଂଗ୍ରେସ ନେତା ଇମ୍ରାନ ପ୍ରତାପଗଡି ବାବା ରାମଦେବଙ୍କା ଏହି ଭିଡିଓ କ୍ଲିପକୁ ଶେୟାର କରିଥିବାର ଦେଖିବାକୁ ମିଳିଛି ।

ଯାହାକୁ ଆଜି ପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏହାସହ ଏହାକୁ ୨୮୦୦ ଲୋକ ରିଟ୍ବିଟ କରିଥିବା ୮ ହଜାର ଲକ ଏହାକୁ ଲାଇକ କରିଛନ୍ତି । ଏଥିସହ ୧୭୫ ଜଣ ଭିଡିଓ ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।