ପ୍ରକୃତିଙ୍କୁ ବାଜିବ ସଲିଡ୍ ମଆଡ । ଏହି ମଆଡ ବାଜିଲେ ଶବ୍ଦ ତ ହେବନି ହେଲେ ମଆଡର କଷ୍ଟ ବେଶ ଅନୁଭବ କରିବେ ପ୍ରକୃତି । ଏହି କଥା କହିଛନ୍ତି ସିନେ ନିର୍ମାତା ଓ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ । ସେ ବାବଶାନ, ତୃପ୍ତି ଓ ପ୍ରକୃତି ସମୟରେ ମୁରବି ହୋଇ ବାବୁଶାନ ଓ ପତ୍ନୀ ତୃପ୍ତିଙ୍କୁ ନିକଟତର କରାଇବାକୁ ଚେଷ୍ଟା କରିଥିଲେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁକିଛି ଠିକ ଥିଲା, ହେଲେ କାହିଁକି ତାଙ୍କ ଭିତରେ ଏଣ୍ଟ୍ରି ମାରିଲେ ପ୍ରକୃତି ମିଶ୍ର ।
ତାଙ୍କ ଉଦ୍ଦେଶ୍ୟକୁ ନେଇ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ଆଉ ପ୍ରଶ୍ନର ଉତ୍ତର ଅପେକ୍ଷାରେ ରହିଛନ୍ତି ସମସ୍ତେ । ବାବୁଶାନଙ୍କ ପରିବାରରେ ସବୁକିଛି ଠିକ ହେବାକୁ ଯାଉଥିବା ବେଳେ ପୁଣି ଥରେ ଝଡ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ପ୍ରକୃତି ମିଶ୍ର । ତେବେ ଏନେଇ ତୃପ୍ତିଙ୍କ ଜବାବ କଣ ରହିବ ତାହା ଜାଣିବାକୁ ସମସ୍ତେ ଅନେକ ବସିଛନ୍ତି । ହେଲେ ଏତିକି ବେଳେ ସିନେ ନିର୍ମାତା ଓ ପ୍ରଯୋଜକ ସଞ୍ଜୟ ନାୟକ ଏହା ସ୍ପଷ୍ଟ କରି ଦେଇଛନ୍ତି ।
ତୃପ୍ତି ମଧ୍ୟ ତାଙ୍କ ଓକିଲଙ୍କ ସହ ସାକ୍ଷାତକାର କରୁଛନ୍ତି । ଜଣେ ଭଲ ଓକିଲଙ୍କୁ ଧରି ତାଙ୍କ ଶାଶୁ ଅପରାଜିତାଙ୍କ ସହ ଠିକ ସମୟରେ ଠିକ ଜବାବ ଦେବେ ତୃପ୍ତି । ଆଉ ଏହାସହିତ ପ୍ରକୃତିଙ୍କ ଅବସ୍ଥା କଣ ହେବ ତାହା ନିଶ୍ଚିତ ଭାବେ ସମସ୍ତେ ଅନୁମାନ କରି ପାରୁଥିବେ ।
ପ୍ରକୃତି ନିଜ ଜିଦ୍ ଛାଡୁ ନାହାନ୍ତି ଏବଂ ଏବେ ପୁଣି ଥରେ ବାବୁଶାନ ଏବଂ ତୃପ୍ତିଙ୍କ ସମ୍ପର୍କ ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି । ନିଜ ଭୁଲ ପାଇଁ ସେ କିଭଳି ଭାବେ ଟିକେ ବି ଅନୁତପ୍ତ ନୁହନ୍ତି ତାହା ସମସ୍ତଙ୍କୁ ତାଜୁବ କରୁଛି । ଯାହା ହେଲା ସେତିକିରେ କଣ ପ୍ରକୃତିଙ୍କର ମନ ଶାନ୍ତି ହେଲାନି ? ଏବେ ପୁଣି କାହିଁକି ସେମାନଙ୍କ ସମ୍ପର୍କରେ ପଶିବାକୁ ଚେଷ୍ଟା କରୁଛନ୍ତି ?
ପ୍ରକୃତି ଯଦି ଏତେ ଭଲ ଥିଲେ ଆଗରୁ ହିଁ ଏସବୁର କାହିଁକି ସମାଧାନ କଲେ ନାହିଁ ? ତେବେ ବର୍ତ୍ତମାନ କେବଳ ତୃପ୍ତିଙ୍କ ଉତ୍ତରକୁ ଅପେକ୍ଷା । ଯାହା ଲାଗୁଛି ସଞ୍ଜୟଙ୍କ ଭବିଷ୍ୟତବାଣୀ ଠିକ ହିଁ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।