ପାଞ୍ଚ ଦିନ ଧରି ଶୋକ ସାଗରରେ ଡୁବି ରହିଥିବା ଶହୀଦ ଦେବାଶିଷଙ୍କ ପରିବାରକୁ ଭେଟିବା ପାଇଁ ଗତକାଲି ଆସିଥିଲେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ଵନା ଦେବା ପାଇଁ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଖଣ୍ଡାୟତପଡାରେ ଯାଇ ପହଞ୍ଚିଥିଲେ ମିଥୁନ ଚକ୍ରବର୍ତ୍ତୀ । ଓଡିଶାରେ ପହଞ୍ଚିବା ପରେ ଶହୀଦ ଦେବାଶିଷଙ୍କ ପରିବାରକୁ ସାନ୍ତ୍ଵନା ଦେବା ପାଇଁ ବାହାରି ପଡିଥିଲେ ସମସ୍ତଙ୍କ ପ୍ରିୟ ମିଥୁନ ଦା’ । ଆଉ ମିଥୁନ ଦା’ଙ୍କ ଏହି ସମୟର ଭିଜୁଆଲ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଥୁନ ଦା’ଙ୍କ ସାଙ୍ଗରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ରହିଥିଲେ । ଦେବାଶିଷଙ୍କ ପାର୍ଥିବ ଶରୀର ଓଡିଶାରେ ଆସି ପହଞ୍ଚିବା ପରେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ନେତା ଏବଂ ଭୁବନେଶ୍ବର ମେୟର ମଧ୍ୟ ଯାଇ ଦେବାଶିଷଙ୍କ ଗାଁରେ ପହଞ୍ଚିଥିଲେ । ଆଉ ମିଥୁନ ଦା’ ମଧ୍ୟ ଶୋକରେ ବୁଡି ରହିଥିବା ପରିବାରକୁ ସମବେଦନା ଜଣାଇବାକୁ ଆସି ପହଞ୍ଚି ଯାଇଥିଲେ ।
ଭାଙ୍ଗି ପଡିଥିବା ପରିବାରକୁ ଭେଟିବା ଲାଗି ମିଥୁନ ଦା’ ଶହୀଦ ଦେବାଶିଷଙ୍କ ଘରେ ପହଞ୍ଚିବା ପରେ ସେଠାରେ ମିଥୁନଙ୍କୁ ଦେଖିବା ପାଇଁ ମଧ୍ୟ ଲୋକଙ୍କ ଭିଡ ଲାଗି ରହିଥିଲା । ମିଥୁନ ଦା’ ଅକ୍ଷୟ ତୃତୀୟା ଅବସରରେ ଓଡିଶା ଆସିଥିଲେ ଓ ପିପିଲିରେ ଅଖିମୁଠି କାର୍ଯ୍ୟକ୍ରମ ମଧ୍ୟ କରିଥିଲେ । ଆଉ ଯେତେବେଳେ ଶୁଣିବାକୁ ପାଇଥିଲେ କି, ପୁଞ୍ଝରେ ହୋଇଥିବା ଆ-ତ-ଙ୍କ-ବା-ଦୀ ଆ-କ୍ର-ମ-ଣ-ରେ ଓଡିଶା ଦେବାଶିଷ ବିଶ୍ଵାଳ ଶହୀଦ ହୋଇଛନ୍ତି ସେ ସେଟାକୁ ମଧ୍ୟ ଧାଇଁ ଯାଇଥିଲେ ।

ଆଜ୍ଞା ହଁ, ପାଞ୍ଚଦିନ ପୂର୍ବରୁ ପୁଞ୍ଚରେ ଆର୍ମି ଭ୍ୟାନ ଉପରେ ଯେଉଁ ଆ-ତ-ଙ୍କ-ବା-ଦୀ ଆ-କ୍ର-ମ-ଣ ହୋଇଥିଲା ସେଥିରେ ଦେଶର କିଛି ଯବାନ ଶହୀଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଓଡିଶାର ଦେବାଶିଷ ବିଶ୍ଵାଳ । ଦେବାଶିଷଙ୍କ ପାର୍ଥିବ ଶରୀରକୁ ଓଡିଶା ଅଣାଯିବା ସହ ସସମ୍ମାନେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଦେବାଶିଷଙ୍କ ପାଇଁ ସାରା ଗାଁ ଓ ରାଜ୍ୟ ଶୋକ କରୁଥିବା ବେଳେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଏଭଳି ବଦାନ୍ୟତା ସମସ୍ତଙ୍କୁ ଖୁବ ଆକୃଷ୍ଟ କରୁଛି ।
ଶହୀଦ ଦେବାଶିଷ ଆମର ଭାଇ ଓ ଦେଶ ପାଇଁ ପ୍ରାଣ ଦେଇଛନ୍ତି ସେଥିପାଇଁ ଶୁଣିବା ମାତ୍ରେ ସେଠାକୁ ଯିବାକୁ ମନସ୍ଥ କରିଥିବା କହିଥିଲେ ମିଥୁନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।