PM Modi ଙ୍କ ସିକ୍ଯୁରିଟି ଦେଖି ଆମେରିକା ବି ଛାନିଆ ! ପୁରା ସିକ୍ଯୁରିଟି ସିଷ୍ଟମ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେ ବି କୌଣସି ରାଲିରେ ଆସନ୍ତି ତାଙ୍କ ଚାରିପାଖେ କଳା ସୁଟ୍ ଓ କଳା ଚଷମା ପିନ୍ଧା ଲୋକଙ୍କୁ ଘୁରି ବୁଲିଥିବାର ଦେଖିଥିବେ । ହେଲେ ଏମାନେ କୌଣସି ସାଧାରଣ ମଣିଷ ନୁହନ୍ତି ବରଂ ଏମାନେ ଚଳପ୍ରଚଳ କରୁଥିବା ଘାତକ ହତିଆର ଅଟନ୍ତି । ସେମାନେ କଳା ଚଷମା ପଛରେ ଶାଗୁଣା ଭଳି ନଜର ରଖନ୍ତି ଓ ଏମାନଙ୍କୁ (Special Protection Group) SPG କମାଣ୍ଡୋ କୁହାଯାଏ । ଦେଶର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବା ଏମାନଙ୍କ ଦାୟିତ୍ଵ ।

ଏମାନେ ବାହାରୁ ସାଧାରଣ ସୁଟ୍ ପିନ୍ଧିଥାନ୍ତି ହେଲେ ଭିତରୁ ବୁଲେଟ ପ୍ରୁଫ ଥାଆନ୍ତି ଓ ପାଖରେ ଅନେକ ଆଧୁନିକ ହତିଆର ରହିଥାଏ । ଏମିତି ବନ୍ଧୁକ ଥାଏ ଯେଉଁଥିରେ ଗୋଟେ ମିନିଟର 500ରୁ ଅଧିକ ଗୁଳି ଫାୟାରିଂ ହୋଇପାରେ । SPG କମାଣ୍ଡୋଙ୍କ ହାତରେ ସବୁବେଳେ ଏକ କଳା ରଙ୍ଗର ସୁଟକେଶ ଥିବା ଆପଣ ଦେଖିଥିବେ । ପ୍ରକୃତରେ ଏହା ଏକ ବୁଲେଟ ପ୍ରୁଫ ସିଲ୍ଡ । ଅଚାନକ କେଉଁଠି ଗୁଳିଚାଳନା ହେଲେ ଏହାକୁ ଖୋଲି ଦିଆଯାଏ ଫଳରେ ଗୁଳି ଏହି ସିଲ୍ଡକୁ ଭେଦ କରିପାରେନି ।

ନରେନ୍ଦ୍ର ମୋଦି ଯାଉଥିବା ଗାଡିରେ ଯଦି ଶତ୍ରୁ ଗୁଳି ମାଡ କରନ୍ତି କିମ୍ବା ଏହା ତଳେ ବୋମା ରଖି ଉଡେଇବାକୁ ଚେଷ୍ଟା କରନ୍ତି ତେବେ ଗାଡିର କୌଣସି ବିଶେଷ କ୍ଷତି ହେବନି । ଏହି ଗାଡିର ଦାମ ସାଢେ 12 କୋଟି ଟଙ୍କା ହୋଇଥିବା ବେଳେ ଏହିଭଳି ଆଉ କିଛି ମହଙ୍ଗା ଗାଡି ତାଙ୍କ ଆଖପାଖରେ ଘୁରି ବୁଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପ୍ରଧାନମନ୍ତ୍ରୀ ମୋଦି ଆମ ଭଳି ସାଧାରଣ ଖାଦ୍ଯ ଖାଆନ୍ତି ।

କିନ୍ତୁ ଖାଦ୍ଯସାମଗ୍ରୀର ପରିବହନ ଓ ସୁରକ୍ଷା ଏବଂ ରୋଷେୟାଙ୍କ ପାଇଁ ମଧ୍ୟ ସିକ୍ଯୁରିଟି ବ୍ୟବସ୍ଥା କରାଯାଏ । ସବୁକିଛି ଟିକିନିଖି ଚେକ୍ କରିବା ପାଇଁ ଏହାର ଖର୍ଚ୍ଚ ଅଧିକ ହୋଇଯାଏ । ଆଉ ଯଦି ନରେନ୍ଦ୍ର ମୋଦି କୌଣସି ଅଲଗା ରାଜ୍ୟ କିମ୍ବା ଦେଶକୁ ଯାଆନ୍ତି ତେବେ ତାଙ୍କ ସୁରକ୍ଷା କବଚ ପାଇଁ ଦୈନିକ 3 ରୁ 4 କୋଟି ଟଙ୍କା ଖର୍ଚ୍ଚ ହୋଇଯାଏ । କେହି କେହି ଭାବନ୍ତି ମୋଦି ଏମିତି ଖୋଲାରେ କେମିତି ବୁଲୁଛନ୍ତି ତାଙ୍କ ଉପରକୁ ଯେକେହି ଆକ୍ରମଣ କରିଦେବ ।

ହେଲେ ଜାଣିରଖନ୍ତୁ ଯେ ମୋଦିଙ୍କ ପାଖରେ ପହଞ୍ଚିବା ପୂର୍ବରୁ କୌଣସି ବି ବ୍ୟକ୍ତିଙ୍କୁ ଚାରୋଟି ସୁରକ୍ଷା କବଚ ଭେଦ କରିବାକୁ ହୋଇଥାଏ । କାରଣ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କବଚର ପ୍ରଥମ ଘେରାରେ ଥାଆନ୍ତି SPG କମାଣ୍ଡୋ ଓ ଦ୍ଵିତୀୟ ଘେରାରେ ଥାନ୍ତି ସେକେଣ୍ଡ SPG କମାଣ୍ଡୋ ।

ସେହିପରି ତୃତୀୟ ଘେରାରେ NSG କମାଣ୍ଡୋ ଏବଂ ଚତୁର୍ଥ ଘେରାରେ ଥାନ୍ତି ଲୋକାଲ ପୋଲିସ । ଯଦି କେହି ବିନା ଅନୁମତିରେ ଚତୁର୍ଥ ଓ ତୃତୀୟ ଘେରା ପାର କରି ଭିତରକୁ ଆସିଯାଏ ତେବେ ଏସପିଜି କମାଣ୍ଡୋଙ୍କ ପାଖରେ ଅନୁମତି ରହିଛି କି ସେ ସିଧା ସେହି ଅଜଣା ବ୍ୟକ୍ତିଙ୍କୁ ଗୁଳି ମାରି ଦେଇପାରିବେ । ଏହାଛଡା ତାଙ୍କ ଆଖପାଖରେ ରହୁଥିବା ଏସପିଜି କମାଣ୍ଡୋଙ୍କ ଉପରେ ମଧ୍ୟ ନଜର ରଖାଯାଏ ।

ସେମାନେ କୁଆଡେ ଯାଉଛନ୍ତି ଓ କାହା ସହ ମିଶୁଛନ୍ତି ସବୁ ଯାଞ୍ଚ କରାଯାଏ । ତେବେ ଜାଣିରଖନ୍ତୁ ଯେ ଏସବୁ ସୁବିଧା କେବଳ ନରେନ୍ଦ୍ର ମୋଦିଙ୍କ ପାଇଁ ନୁହେଁ ବରଂ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ କରାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।