ପ୍ଲାଷ୍ଟିକ ସର୍ଜରୀ ଯୋଗୁଁ ଚାଲିଗଲା ଜୀବନ । ଗୋଟିଏ ଭୁଲ ନିଷ୍ପତ୍ତି ପାଇଁ ପ୍ରାଣ ହରାଇଲେ ଏହି ଅଭିନେତ୍ରୀ । ଓଜନ କମାଇବାର ନିଶା ଅଭିନେତ୍ରୀଙ୍କ ପାଇଁ କାଳ ହେଲା । ନିଜ ଓଜନ କମାଇବା ପାଇଁ କରିଥିବା କସମେଟିକ ସର୍ଜରୀ ତାଙ୍କ ଜୀବନ ନେଇଗଲା । ଫିଲ୍ମ ଅଭିନେତ୍ରୀ ମାନେ ସବୁବେଳେ ସୁନ୍ଦର ଓ ଯୁବା ଦେଖାଯିବାକୁ ଚାହାନ୍ତି । ଏଥିପାଇଁ ସେମାନେ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ ସର୍ଜରୀ କରିବାକୁ ବି ପଛାନ୍ତି ନାହିଁ । ତେବେ ଏହି ପ୍ଲାଷ୍ଟିକ ସର୍ଜରୀ ଯୋଗୁଁ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି ।
କନ୍ନଡ ଅଭିନେତ୍ରୀ ଚେତନା ନିଜ ମୋଟାପଣ କମ୍ କରିବା ପାଇଁ ଫ୍ୟାଟ ରିଲିଜ ସର୍ଜରୀ କରାଇଥିଲେ । କିନ୍ତୁ ସର୍ଜରୀ ପରେ ହଠାତ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଲଗାତାର ବିଗିଡିବାକୁ ଲାଗିଲା । ଚେତନାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ସେଠାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ କନ୍ନଡ ଅଭିନେତ୍ରୀ ଚେତନା ରାଜ କିଛିଦିନ ତଳେ ତାଙ୍କ ମୋଟାପଣ କମାଇବା ପାଇଁ ଏକ ଘରୋଇ ହସ୍ପିଟାଲରେ ପ୍ଲାଷ୍ଟିକ ସର୍ଜରୀ କରିଥିଲେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଭିନେତ୍ରୀ ଚେତନା ନିଜ ପିତାମାତାଙ୍କୁ ନ ଜଣାଇ ସାଙ୍ଗମାନଙ୍କ ସହ ହସ୍ପିଟାଲ ଯାଇ ସର୍ଜରୀ କରିଥିଲେ । କିନ୍ତୁ ସର୍ଜରୀ ପରେ ଚେତନାଙ୍କ ସ୍ୱାସ୍ଥ୍ୟ ଲଗାତାର ବିଗିଡିବାରେ ଲାଗିଥିଲା । ତେଣୁ ପରିବାର ଲୋକେ ଚେତନାଙ୍କ ମୃତ୍ୟୁ ପାଇଁ ସେହି ଘରୋଇ ହସ୍ପିଟାଲର ଡାକ୍ତରଙ୍କୁ ଦାୟୀ କରିଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଛି ।
ପ୍ଲାଷ୍ଟିକ ସର୍ଜରୀ ଯୋଗୁଁ ଅକାଳରେ ମୃତ୍ୟୁବରଣ କରିଛନ୍ତି କନ୍ନଡ ଟିଭି ଜଗତର ଏହି ଲୋକପ୍ରିୟ ଅଭିନେତୃୟ ଚେତନା ରାଜ । ଚେତନା କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଖୁବ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ତାଙ୍କର ଏହି ଅକାଳ ବିଯୋଗରେ କନ୍ନଡ ଫିଲ୍ମ ଇଣ୍ଡସତ୍ରିରେ ଶୋକର ଛାୟା ଖେଳିଯାଇଛି । ତେବେ ଡାକ୍ତର କିନ୍ତୁ କହୁଛନ୍ତି ଯେ ଚେତନାଙ୍କ ଫୁସଫୁସରେ ପାଣି ଜମିବା ହେତୁ ତାଙ୍କର ମୃତ୍ୟୁ ହୋଇଛି ।
ହେଲେ ଚେତନାଙ୍କ ପିତାମାତା କହିଛନ୍ତି କି, ସର୍ଜରୀ ଯୋଗୁଁ ଚେତନାଙ୍କ ଫୁସଫୁସରେ ପାଣି ଜମି ତାଙ୍କର ମୃତ୍ୟୁ ହୋଇଛି । ତେଣୁ ଝିଅର ଅକାଳ ମୃତ୍ୟୁ ପାଇଁ ଚେତନାଙ୍କ ପିତାମାତା ହସ୍ପିଟାଲ କତ୍ତୃପକ୍ଷଙ୍କୁ ଦାୟୀ କରି ତାଙ୍କ ନାଁ’ରେ ଏକ ମାମଲା ରୁଜୁ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।