ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ବା ଜନ୍ମାଷ୍ଟମୀ ପାଳନ କରାଯାଏ । ଏହିଦିନ ବ୍ରତ ରଖିଲେ ଅନେକ ବ୍ରତର ଫଳ ମିଳିଥାଏ ବୋଲି କୁହାଯାଏ । ୧୮ ଅଗଷ୍ଟ ରାତି ୯:୨୦ ମିନିଟ୍ରୁ ଅଷ୍ଟମୀ ତିଥି ଆରମ୍ଭ ହୋଇ ୧୯ ଅଗଷ୍ଟ ରାତି ୧୦:୫୯ ମିନିଟରେ ଶେଷ ହେବ । ଯେଉଁମାନେ ଗୃହସ୍ଥ ଜୀବନ ବିତାଉଛନ୍ତି ସେମାନେ ୧୮ ଅଗଷ୍ଟରେ ଏହି ପର୍ବ ପାଳନ କରିବେ ଏବଂ ୧୯ ଅଗଷ୍ଟରେ ସାଧୁସନ୍ଥମାନେ ପାଳନ କରିବେ । ୧୮ ଅଗଷ୍ଟ ୧୨:୦୩ ମିନିଟରୁ ୧୨:୪୭ ମିନିଟ ପର୍ଯ୍ୟନ୍ତ ନିଷ୍ପଦ କାଳର ଶୁଭ ମୂହୁର୍ତ୍ତ ଅଟେ ।
ଭାରତର ଅନେକ କ୍ଷେତ୍ରରେ ଜନ୍ମାଷ୍ଟମୀ ପରଦିନ ଦହି ହାଣ୍ଡି ଉତ୍ସବ ମଧ୍ୟ ପାଳନ କରାଯାଏ । ମଥୁରା ଓ ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ବାଲ୍ୟକାଳ ବିତିଥିବାରୁ ସେଠାରେ ବହୁତ ଧୁମଧାମରେ ଏହି ପର୍ବ ପାଳନ କରାଯାଏ । ଶ୍ରୀକୃଷ୍ଣଙ୍କ ଜନ୍ମ ଅଷ୍ଟମୀ ତିଥିରେ ରୋହିଣୀ ନକ୍ଷତ୍ରରେ ହୋଇଥିଲା । ଏହି ନକ୍ଷତ୍ରରେ ଅଷ୍ଟମୀ ତିଥି ଆସିଥିଲେ ବହୁତ ଶୁଭ ବୋଲି ମାନାଯାଏ ।
କିନ୍ତୁ ଏହି ବର୍ଷ ରୋହିଣୀ ନକ୍ଷତ୍ର ୨୦ ଅଗଷ୍ଟରେ ପଡୁଛି । ଯେଉଁମାନେ ଏହି ବ୍ରତ ରଖିବାକୁ ଚାହୁଁଛନ୍ତି ସେମାନେ ଶ୍ରୀକୃଷ୍ଣଙ୍କ ଜନ୍ମ ହେବା ପୂର୍ବରୁ ଜଳରେ ଅଳ୍ପ କଳାରାଶି ମିଶାଇ ସ୍ନାନ କରିନିଅନ୍ତୁ । ରାତି ସମୟରେ ଯଦି ସ୍ନାନ କରି ପାରୁନାହାନ୍ତି ତେବେ ହାତ ମୁହଁଧୋଇ ସଫା ବସ୍ତ୍ର ଧାରଣ କରିପାରିବେ । ଏହାପରେ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ବା ଫଟୋକୁ ଛୁଇଁ ପାରିବେ ।
ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଯାହାବି ଜିନିଷ ବ୍ୟବହାର କରିବେ ସେଥିରେ ଗଙ୍ଗାଜଳ ନିଶ୍ଚିତ ଭାବେ ଛିଞ୍ଚନ୍ତୁ ଏବଂ ସବୁ ଭୋଗରେ ତୁଳସୀ ପତ୍ର ଅର୍ପଣ କରନ୍ତୁ । ଏହିଦିନ କିଛି ଜିନିଷ ରହିଛି ଯାହା ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ଦ୍ଵାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହିଦିନ ଅର୍ଥ ସମସ୍ଯା ଦୂର କରିବାକୁ ଏବଂ ସନ୍ତାନ ପ୍ରାପ୍ତି ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କୁ ଗାଈ ଓ ବାଛୁରି ଅର୍ପଣ କରନ୍ତୁ ।
ସତସତିକା ଗାଈ ଯଦି ରଖିବା ସମ୍ଭବ ନୁହେଁ ତେବେ ରୂପା କିମ୍ବା ମାଟିର ଗାଈ ବାଛୁରି ଯୋଡା ଅର୍ପଣ କରିପାରିବେ । ଶ୍ରୀକୃଷ୍ଣଙ୍କୁ ବୈଜୟନ୍ତୀ ମାଳା ବା କାଞ୍ଚନ ମାଳା ମଧ୍ୟ ଅର୍ପଣ କରିବା ଶୁଭ ହୋଇଥାଏ । ପରେ ଏହାକୁ ଆପଣ ନିଜେ ଧାରଣ କରିପାରିବେ କିମ୍ବା ଏକ ହଳଦିଆ ନଚେତ ସବୁଜ କପଡାରେ ରଖି ଘରେ ଟଙ୍କା ରଖୁଥିବା ସ୍ଥାନରେ ରଖିଲେ ଘରକୁ ଆର୍ଥ ଆକର୍ଷିତ ହୋଇ ଆସେ ।
ଏହାସହ ଦକ୍ଷିଣାବର୍ତ୍ତୀ ଶଙ୍ଖ ମଧ୍ୟ ଏହିଦିନ ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଘରୁ ନକରାତ୍ମକତା ଦୂରେଇ ଯାଇ ସକରାତ୍ମକତା ବାସ କରିଥାଏ ଏବଂ କେବେବି ଅଭାବ ରୁହେନାହିଁ । ଏହାସହ ଜନ୍ମାଷ୍ଟମୀ ଦିନ ଘରକୁ ବଇଁଶି, ଗୋମତୀ ଚକ୍ର, ମୟୂର ପଙ୍ଖ ଓ ବାଲ୍ ଗୋପାଳ ଫଟୋ ଆଦି ଘରକୁ ଆଣିବା ଶୁଭ ଫଳଦାୟକ ହୋଇଥାଏ ।
ଶ୍ରୀକୃଷ୍ଣଙ୍କ ପୂଜାରେ ଶୁଦ୍ଧ ଦେଶୀ ଘିଅ ନିଶ୍ଚିତ ଭାବେ ବ୍ୟବହାର କରନ୍ତୁ ଏବଂ ଘରକୁ ଚନ୍ଦନ କାଠ ମଧ୍ୟ ଆଣନ୍ତୁ । ଏହାସହ ମହୁ ମଧ୍ୟ ଜନ୍ମାଷ୍ଟମୀ ପୂର୍ବ ଦିନ କ୍ରୟ କରି ଘରକୁ ନେଇ ଆସନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।