ପତ୍ନୀ ସହ ଅଇଁଠା ବାସନ ଧୋଇଥାଏ, ଦୁନିଆର ଏହି ସବୁଠୁ ଧନୀ ବ୍ୟକ୍ତି, କାରଣ ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

ବିଲ ଗେଟ୍ସ ହେଉଛି ଏକ ଏପରି ନାମ ଯାହାଙ୍କୁ ଦୁନିଆର ସବୁ ଲୋକ ଜାଣିଛନ୍ତି । ବିଲ ଗେଟ୍ସ ହେଉଛନ୍ତି ଦୁନିଆର ସବୁଠୁ ଧନୀ ଲୋକ । ହେଲେ ତାଙ୍କ ବିଷୟରେ ଏମିତି ଏକ କଥା ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବିଲ ଗେଟ୍ସ ଦୁନିଆର ସବୁଠୁ ଧନୀ ଲୋକ ହେଲେ ମଧ୍ୟ ନିଜ ପତ୍ନୀଙ୍କ ସହ ଅଇଁଠା ବାସନ ଧୋଇଥାନ୍ତି । ଏହି କଥା ଉପରେ ଆପଣ ବିଶ୍ଵାସ ନକରି ପାରନ୍ତି, ହେଲେ ଏହି କଥାକୁ ସେ ନିଜେ କହିଛନ୍ତି ।


ବିଲ ଗେଟ୍ସ ନିଜେ କହିଛନ୍ତି କି, ସେ ଗତ ୨୫ ବର୍ଷ ହେବ ନିଜ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ ସହ ଅଇଁଠା ବାସନ ଧୋଇଥାନ୍ତି । ସେ କେବେ ବି ତାଙ୍କ ଚାକର ମାନଙ୍କ ଦ୍ଵାରା ଅଇଁଠା ବାସନ ଧୁଅନ୍ତି ନାହିଁ । ମେଲିଣ୍ଡା ଗେଟ୍ସଙ୍କ ଅନୁସାରେ ରାତିରେ ବାସନ ଧୋଇବାର କାରଣ ହେଉଛି, ଦମ୍ପତ୍ତିଙ୍କୁ ବାର୍ତ୍ତାଳାପ କରିବାର ସମୟ ମିଳେ ।

ବିଲ ଗେଟ୍ସ କହିଲେ କି ପରିବାରର ଅଇଁଠା ବାସନ ଧୋଇବା ପାଇଁ ୧୫-୨୦ ମିନିଟର ସମୟ ଲାଗିଥାଏ । ଏହା ଦ୍ଵାରା ବିଲ ଗେଟ୍ସ ନିଜ ପତ୍ନୀଙ୍କ ସହ ହସ ଖୁସିରେ କିଛି ସମୟ ବିତାଇ ଥାନ୍ତି ।


ବିଲ ଗେଟ୍ସ କିଛି ଦିନ ପୂର୍ବରୁ ଭାରତକୁ ଆସିଥିଲେ ଓ କହିଥିଲେ କି ସମୟ ବାହାର କରି ବ୍ୟାୟାମ  କରିବାକୁ ଭୁଲନ୍ତି ନାହିଁ । ତାଙ୍କୁ ଯେବେ ବି ସମୟ ମିଳିଥାଏ ସେ ଟେନିସ ଖେଳିଥାନ୍ତି । ମାଇକ୍ରୋସଫ୍ଟ କମ୍ପାନୀରେ ସଂସ୍ଥାପକ ରହିଥିବା ବିଲ ଗେଟ୍ସଙ୍କର ମୋଟ ସମ୍ପତ୍ତି ହେଉଛି ୮୯.୯ ବିଲିୟନ ଡ଼ଲାର ।