ପାକିସ୍ତାନ ପିଲାଟି ଭୁଲରେ ପାର କରିଦେଲା ଏଲଓସି, ପରେ ଇଣ୍ଡିଆନ ଆର୍ମୀ ଏମିତି କିଛି କରିଲେ ଯାହା…

ଭାରତ ଓ ପାକିସ୍ତାନ ଦୁଇଟି ଏମିତି ଦେଶ ଅଟନ୍ତି ଯେଉଁମାନଙ୍କର ତାଳମେଳ କେବେ ବି ଠିକ ବସେ ନାହିଁ । ଏହି ଦୁଇ ଦେଶ ମଧ୍ୟରେ ଥିବା ମନାନ୍ତର ବହୁତ ବର୍ଷ ପୁରୁଣା ଅଟେ । ଏମିତିରେ ଯଦି ଇଣ୍ଡିଆ ଓ ପାକିସ୍ତାନର ବର୍ଡର କଥା କହିବା ତବେ ତାହା ବହୁତ ସଂବେଦନଶୀଳ ଅଟେ । ଏହି ବର୍ଡର ରେ ଆଜି ପର୍ଯ୍ୟନ୍ତ ବହୁତ ସୈନିକ ସହିଦ ହୋଇ ସାରିଛନ୍ତି । ଅନ୍ୟ ପଟେ ଏହି ବର୍ଡର ପାଖରେ ରହୁଥିବା ଲୋକମାନଙ୍କୁ ବି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ଏମିତିରେ ଏହି ବର୍ଡର ପାଖରେ ରହୁଥିବା ଏକ ପାକିସ୍ତାନୀ ପରିବାର ଉପରେ ସେତେବେଳେ ଦୁଃଖର ପାହାଡ ଭାଙ୍ଗି ପଡିଲା ଯେତେବେଳେ ତାଙ୍କର ୧୧ ବର୍ଷର ପୁଅ ଭୁଲରେ ବର୍ଡର ପାର କରି ଭାରତୀୟ ସୀମାରେ ପହଞ୍ଚିଲା ।

ଏମିତିରେ ଯେତେବେଳେ ଏହି ପିଲାଟି ଇଣ୍ଡିଆନ ଆର୍ମୀଙ୍କ ହାତରେ ଧରା ପଡିଲା ତେବେ ସେମାନେ କିଛି ଏମିତି କରିଲେ କି ଯାହାକୁ ଶୁଣିଲେ ଆପଣଙ୍କର ଛାତି ବି ଗର୍ବରେ ଚଉଡା ହୋଇଯିବ । ଆସନ୍ତୁ ଜାଣିବା କଣ ଅଟେ ପୁରା ମାମଲା….

ଭୁଲରେ ଭାରତୀୟ ସୀମାକୁ ଆସିଯାଇଥିଲା ୧୧ ବର୍ଷୀୟ ପାକିସ୍ତାନୀ ପୁଅ

ମିଡିଆ ରିପୋର୍ଟ ଅନୁସାରେ ମୋହମ୍ମଦ ଅବ୍ଦୁଲ୍ଲା ନାମକ ଏକ ୧୧ ବର୍ଷର ପାକିସ୍ତାନୀ ପୁଅ LOC ପାର କରି ଭାରତରେ ପହଞ୍ଚିଲା । ଏହି ପିଲାଟି ଅବ୍ଦୁଲ୍ଲା ସରଫରାଜ ନାମକ ପାକିସ୍ତାନୀ ନାଗରିକର ପୁଅ ଅଟେ ଯିଏକି ପାକିସ୍ତାନର ଦେଗୱାର ତହସୀଲ ର ନିବାସୀ ଅଟେ । ଏହି ପୁଅଟି ଏଠି ବୁଲୁ ବୁଲୁ କାଶ୍ମୀର ର ହୱେଲୀ ଜିଲ୍ଲାରେ ପହଞ୍ଚି ଥିଲା ।

ଇଣ୍ଡିଆନ ଆର୍ମୀ ନୂଆ କପଡା ଓ ମିଠା ସହିତ ପଠାଇଲେ ଘରକୁ

ଏମିତିରେ ଯେତେବେଳେ ଏହି ପୁଅ ଇଣ୍ଡିଆନ ଆର୍ମୀର ହାତରେ ଲାଗିଲା ତେବେ ସେମାନେ ତାକୁ ସେହି ଦିନ ହିଁ କାଶ୍ମୀର ପୋଲିସକୁ ଦେଇଦେଲେ । ଏହା ପରେ କାଶ୍ମୀର ପୋଲିସ  ଓ ଇଣ୍ଡିଆନ ଆର୍ମୀ ତାକୁ ପାକିସ୍ତାନ ପଠାଇବାର ପ୍ରସ୍ତୁତି ଆରମ୍ଭ କରିଲେ । ଏଥିପାଇଁ ଆବଶ୍ୟକ ଫର୍ମାଲିଟୀ ପୁରା କରାଗଲା ଓ ଏହା ପରେ ତାକୁ ପାକିସ୍ତାନ ପଠାଇ ଦିଆଗଲା ।

ଗର୍ବର କଥା ଏହା ଅଟେ କି ସେହି ପିଲାଟିକୁ ପାକିସ୍ତାନ ପଠାଇବା ପୂର୍ବରୁ ଇଣ୍ଡିଆନ ଆର୍ମୀ ତାକୁ ନୂଆ କପଡା ସହିତ ମିଠାର ଏକ ପ୍ୟାକେଟ ବି ଦେଲେ । ଅଧିକାରୀମାନଙ୍କର କହିବା ଅଟେ କି ତାଙ୍କର ଏହି ଭଳି କାମ ଦ୍ଵାରା ଦୁଇ ଦେଶ ମଧ୍ୟରେ ପରିସ୍ଥିତିରେ ସୁଧାର ଆସିପାରେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।