ଓକିଲ ଦେଲେ ପ୍ରମାଣ, ବିନା ଦୋଷରେ ୪ ଦିନ ଜେଲରେ ରହିଲେ ଓଡିଆ ଇଣ୍ଡଷ୍ଟ୍ରି ର ବରିଷ୍ଠ ପ୍ରଯୋଜକ Tutu Nayak!

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ହେବ ଓଡିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ଅରିନ୍ଦମ ରାୟ ଓଡିଆ ପ୍ରଜଯୋକ ଟୁଟୁ ନାୟକ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଥିଲା । ଅରିନ୍ଦମ ଅଭିଯୋଗ କରିଥିଲେ କି ତାଙ୍କ ଫିଲ୍ମ ସମ୍ବଲପୁର ରେ ରିଲିଜ ନ ହେବା ପଛରେ ମନୋଜ ମିଶ୍ର ଙ୍କ ହାତ ରହିଛି । ଆଉ ଏହି ମାମଲା ପରେ ଟୁଟୁ ନାୟକ ନିଜର ପ୍ରତିକ୍ରିୟା ରଖିଥିଲେ ।

ଏମିତିକି ଟୁଟୁ ନାୟକ ଓ ମନୋଜ ମିଶ୍ର ଙ୍କ ମହଦ୍ଯରେ ଯାହା ବି ବାର୍ତ୍ତାଳାପ ହୋଇଥିଲା ତାହାର ଅଡିଓ କଲ ମନୋଜ ମିଶ୍ର ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ । ଯାହା ପରେ ସତ ସାମ୍ନା କୁ ଆସିଥିଲା କି ଟୁଟୁ ନାୟକ ଅରିନ୍ଦମ ଓ ଅନୁଭବ ଙ୍କ ବିରୁଦ୍ଧରେ ଅନେକ କିଛି କଥା କହିଛନ୍ତି ମନୋଜ ମିଶ୍ର । ଆଉ ଏହା ପରେ ଟୁଟୁ ନାୟକ ମହିଳା ସାମ୍ବାଦିକା ଦେବସ୍ମିତା ଙ୍କ ଅସଦାଚରଣ କରି ଥିବାର ସାଂଘାତିକ ଅଭିଯୋଗ ହୋଇଥିଲା ।

ସାମ୍ବାଦିକ ଜଣକ ଏ ନେଇ ଥାନାରେ ଏତାଲା ମଧ୍ୟ ରୁଜୁ କରିଥିଲେ । ଆଉ ଏହା ପରେ ଟୁଟୁ ନାୟକ ଙ୍କୁ ପୋଲିସ ଆରେଷ୍ଟ କରିଥିଲା । ଆଉ ଏହାରି ମଧ୍ୟରେ ଟୁଟୁ ନାୟକ ଗତ 4-5 ଦିନ ହେବ ଜେଲ ରେ ରହିଲେ । ଏହା ପରେ ବି ଟୁଟୁ ନାୟକ ସାକ୍ଷୀ ମାନଙ୍କୁ ଧମକ ଦେଉଥିଲେ ସିଧା ସଳଖ ଗଣମାଧ୍ୟମ ଜରିଆରେ । ତେବେ ବର୍ତ୍ତମାନର ସବୁଠାରୁ ବଡ ଖବର ହେଉଛି ଟୁଟୁ ନାୟକ ଙ୍କୁ ଏବେ ଜାମିନ ମିଳି ସାରିଛି ।

ଏ ନେଇ ତାଙ୍କ ଓକିଲ କହିଛନ୍ତି”ଶେଷରେ ସତ୍ୟ ର ବିଜୟ ହେଲା । ତୁଟୁ ନାୟକ ଙ୍କୁ ବେଲ ମିଳିଲା । 4-5 ଦିନ ହେବ ସେ କୌଣସି ଦୋଷ ନ କରି ମଧ୍ୟ ଜେଲ ରେ ଥିଲେ । ଗତ କାଲି ମାନ୍ୟବର SDJM କୋର୍ଟ ତାହା ହୃଦୟଙ୍ଗମ କରି ଟୁଟୁ ନାୟକ ଙ୍କ ଜାମିନ କୁ ଅଗ୍ରହ୍ୟ କରିଛନ୍ତି । ଦୁଇଟି ସର୍ତ୍ତ ରେ ଟୁଟୁ ନାୟକ ଙ୍କୁ ଜାମିନ ମିଳିଛି ।

ଗୋଟେ ହେଲା 50 ହଜାର ଟଙ୍କାର ଜାମିନଦାର ଓ ଅନ୍ୟ ଟି ହେଲା ସେ ସାକ୍ଷୀ କି ଧମକ ଦେବେ ନାହିଁ । ଟୁଟୁ ନୟାକ ଙ୍କ ବିରୁଦ୍ଧରେ ଯେଉଁ ସବୁ ଦଫା ଲାଗିଥିଲା ସେଥିରୁ କିଛି ଟା ମିଥ୍ୟା ପ୍ରମାଣିତ ହୋଇଛି । କାରଣ ଟୁଟୁ ଙ୍କ ବିରୁଦ୍ଧରେ ଯେଉଁ ବି ସଙ୍ଗିନ ଅଭିଯୋଗ ହୋଇଥିଲା ତାହାର କୌଣସି ପ୍ରମାଣ ମିଳିପାରି ନାହିଁ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।