ଓଡିଶା ଜଙ୍ଗଲରେ ଦେଖା ଗଚନ୍ଦନ ତସ୍କର Pushpa, ଆରମ୍ଭ ହେବ Pushpa 2ର ଶୁଟିଙ୍ଗ

ପୋଲିସ ହାତରେ ମରିନି ପୁଷ୍ପା । 8ଟି ଗୁ-ଳି ଖାଇ ମଧ୍ୟ ବଞ୍ଚିଛି । ଏଠାରୁ ଚନ୍ଦନ କାଠ ପ୍ରକଳ୍ପ ପୁଷ୍ପା ତାର ରିୟାକେଟ ପୁଣି ଚଳାଇବ । ଯାହାକୁ ପୋଲିସ ତନତନ କରି ଖୋଜୁଛି । ସେ ଯାଇ ଆନ୍ଧ୍ର ଓଡିଶା ବର୍ଡର ରେ । ଓଡିଶା ସୀମାନ୍ତରେ ଏହି ଘଞ୍ଚ ଜଙ୍ଗଲ ଭିତରୁ ରକ୍ତ ଚନ୍ଦନ କାଠ ଗଣ୍ଡି ଧରି ନଦୀ ପାର କରିବ ପୁଷ୍ପାରାଜ । ଗ୍ରାଣ୍ଡ ଏଣ୍ଟ୍ରି କରି ପୁଣି ଚମକାଇ ଦେବ ସମସ୍ତଙ୍କୁ । ପୁଣି କହିବ ପୁଷ୍ପା ନାମ ଶୁଣକେ ଫ୍ଲାୱାର ସମଝା କ୍ଯା ? ଫ୍ଲାୱାର ନହିଁ ଫାୟାର ହେ ହମ ।

ହଁ ଦର୍ଶକ ବନ୍ଧୁ ଓଡିଶାର ଏହି ଘନ ଜଙ୍ଗଲରେ ଭିତରେ ପୁଷ୍ପା-2 ର ଶୁଟିଙ୍ଗ ହେବ । ଆସି ଯାଇଛି କିଛି ରକ୍ତ ଚନ୍ଦନ ର କାଠ ଗଣ୍ଡି । କୃତିମ ପାହାଡ ପାଇଁ କୃତିମ ପଥର ସାଙ୍ଗକୁ ସ୍ଟେଜ । ଶୁଟିଙ୍ଗ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । ପ୍ରଶାସନର ଅନୁମତି ମଧ୍ୟ ମିଳି ସାରିଛି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି ପ୍ରଶାସନିକ ଅଧିକାରୀ । ଏ ହେଉଛି ମାଲକାନାଗିରି ଜିଲ୍ଲା କାଳିମାଳା ବ୍ଲକ ଅଞ୍ଚଳର ଦୃଶ୍ୟ । ଗତ 2 ଦିନ ତଳେ ପୁଷ୍ପା- 2 ର ମେକର୍ଷ ଟିମ ଏହି ପ୍ରାକୃତିକ ପରିବେଶ ଫିଲ ସୁଟିଙ୍ଗ କରିବାକୁ ସ୍ଥିର କରିଥିଲେ ।

ଆଉ ଆଜି ଆସି ପହଞ୍ଚି ଯାଇଛନ୍ତି ଶୁଟିଙ୍ଗ ସେଟ  ରେ । ସାଉଥ ର ସୁପର ଡୁପର ହିଟ ଫିଲ୍ମ ପୁଷ୍ପାରାଜ ପ୍ରଥମ ଭାଗ ବିପୁଳ ସଫଳତା ପାଇବା ପରେ ପୁଷ୍ପା-2 କୁ ଆହୁରି ଲୋକପ୍ରିୟ କରିବାକୁ ଲାଗି ପଡିଛନ୍ତି ମେକର ଟିମ । ଏଥିପାଇଁ ଟିମ କୁ ନେଇ କୌଣସି ବୁଝାମଣା କରୁ ନାହିଁ ।

ଫିଲ୍ମ କୁ ଅଧିକରୁ ଅଧିକ ରିୟଲ କରିବା ପାଇଁ ନିର୍ମାତା ଚୁଜ କରିଛନ୍ତି ଓଡିଶାର ମାଲକାନଗିରି ସୀମା ବର୍ତ୍ତୀ ଅଞ୍ଚଳର କେତେକ ସ୍ଥାନ । ଓଡିଶା ସୀମାର ଏହି ପ୍ରାକୃତିକ ପରିବେଶ ପୁଷ୍ପା ଫିଲ୍ମ ନିର୍ମାତା ଙ୍କୁ ବେଶ ପସନ୍ଦ ଆସିଛି ।

2021 ରେ ରିଲିଜ ହୋଇଥିବା ପୁଷ୍ପା ଫିଲ୍ମ ଏତେ ପସନ୍ଦ ଆସିଥିଲା ଯେ ବାକ୍ସ ଅଫିସରେ ଏକାଧିକ ରେକର୍ଡ କରିଥିଲା । ଆଉ ଏବେ ପୁଷ୍ପା-2 ର ଟ୍ରେଲର ରିଲିଜ ହୋଇଥିବା ବେଳେ ଓଡିଶାରେ ମାଲକାନାଗିରି ର ଶୁଟିଙ୍ଗ କୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉଶ୍ଚାହ ବଢି ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ପୁଷ୍ପା-2 ଫିଲ୍ମ ର ସୁଟିଙ୍ଗ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।