ଭୁବନେଶରରେ ଓଡିଆରେ କଥା ହେଲେ ବଲିଉଡ ଅଭିନେତ୍ରୀ Shilpa Shetty, ଓଡିଶାକୁ ଭୂରି ଭୂରି କଲେ ପ୍ରଶଂସା, ଦେଖନ୍ତୁ video

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଲୋକପ୍ରିୟତା ଭାରତ ସମେତ ଦେଶ ବିଦେଶରେ ରହିଛି । 46 ବର୍ଷୀୟ ଶିଳ୍ପା ସେଟ୍ଟୀଙ୍କ ସୁନ୍ଦରତା ଆଜି ବି କମ୍ ହେଇନି । ସେ ବଲିଉଡର ୟୋଗା କୁଇନ ଭାବେ ମଧ୍ୟ ପରିଚିତ । ନିକଟରେ ସାରା ଦେଶରେ ପାଳିତ ହୋଇଛି ଅକ୍ଷୟ ତୃତୀୟା । ଏହି ଅବସରରେ କଲ୍ୟାଣ ଜୁଏଲର୍ସ ନିଜର ଶୋ’ରୁମ୍ କୁ ପ୍ରମୋଟ କରିବା ପାଇଁ କିଛି କାର୍ଯ୍ୟକ୍ରମର ଆୟୋଜନ କରିଥିଲା ।

ଏହି ଅବସରରେ ରାଉଲକେଲା ସ୍ଥିତ ଏକ କଲ୍ୟାଣ ଜୁଏଲର୍ସକୁ ରଣବୀର କପୁର ଆସିଥିବା ଦେଖିବାକୁ ମିଳିଥିଲା । ଠିକ ସେମିତି ଭୁବନେଶ୍ବର ସ୍ଥିତ ଏକ ଶୋ’ରୁମ୍ କୁ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଆସିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଶିଳ୍ପା ସେଟ୍ଟୀ ଓଡିଆରେ କଥା ହେବାସହ ଫ୍ୟାନ୍ସଙ୍କୁ ଫ୍ଲାଇଂ କିସ୍ ମଧ୍ୟ ଦେଇଥିଲେ । ଶିଳ୍ପା ସେଟ୍ଟୀଙ୍କୁ ଦେଖିବାକୁ ପାଇଁ ଅନେକ ଦର୍ଶକ ଆସିଥିଲେ । ଶିଳ୍ପା ସେଟ୍ଟୀ ଓଡିଆରେ ସମସ୍ତଙ୍କୁ ପଚାରିଥିଲେ, ଆପଣମାନେ ଖୁସି ତ ?

ଏତିକି ଶୁଣି ଓଡିଆ ଦର୍ଶକ ବେଶ ଖୁସି ହୋଇ ଯାଇଥିଲେ । କଲ୍ୟାଣ ଜୁଏଲର୍ସ ତରଫରୁ ଶିଳ୍ପାଙ୍କୁ ଯେତେବେଳେ ଓଡିଶା ଆସିବାକୁ ଅଫର୍ ମିଳିଥିଲା ଶିଳ୍ପା ତୁରନ୍ତ ରାଜି ହୋଇଥିଲେ । ଓଡିଶାର କଳାଶିଳ୍ପକୁ ଶିଳ୍ପା ବେଶ ଭଲ ପାଆନ୍ତି ବୋଲି କହିଥିଲେ ।

ଏନେଇ ସେ କହିଥିଲେ କି, ତାଙ୍କର ବାହାଘର ପରେ ଯେତେବେଳେ ସେ ନୂଆ ଘର ତିଆରି କରୁଥିଲେ ସେତେବେଳେ ଓଡିଶାରୁ ଗୋଟିଏ ବୁଦ୍ଧଙ୍କର ମୂର୍ତ୍ତି ଏବଂ ଗୋଟିଏ ଗଣେଶଙ୍କ ମୂର୍ତ୍ତି ନେଇଥିଲେ । କାରଣ ତାଙ୍କ ମା’ କହିଥିଲେ କି ଯଦି ମୂର୍ତ୍ତି ନେବାର ଅଛି ତେବେ ଓଡିଶାରୁ ନେ’ । ଓଡିଶାର କଳାଶିଳ୍ପ ବେଶ ସୁନ୍ଦର ବୋଲି ଶିଳ୍ପା କହିଥିଲେ । ଏହାସହ ଶିଳ୍ପା କହିଥିଲେ କି, ସ୍ତ୍ରୀ ମାନେ ଲକ୍ଷ୍ମୀ ସ୍ୱରୂପ ଏବଂ ସମସ୍ତଙ୍କୁ ସୁନାଗହଣା ପିନ୍ଧିବାକୁ ଭଲ ଲାଗିଥାଏ ।

ମାନାଯାଏ କି, ଅକ୍ଷୟ ତୃତୀୟା ଦିନ ଘରକୁ ସୁନାଗହଣା କିଛି ଆଣିଲେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ତେଣୁ ଏହିଦିନ ନିହାତି ଭାବେ କିଛି ସୁନାଗହଣା କିଣିବାକୁ ସେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ପ୍ରୋତ୍ସାହିତ କରିଥିଲେ । ଶିଳ୍ପା ନିଜେ ମଧ୍ୟ ବେକରେ ବେଶ ସୁନ୍ଦର ହାର ପିନ୍ଧିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।