Bollywood ଷ୍ଟାର Govinda ଓଡିଆ ମ୍ୟୁଜିକ ଡାଇରେକ୍ଟରଙ୍କ ସହ କଲେ ନୂଆ ଗୀତ ରେକର୍ଡିଙ୍ଗ, ଦେଖନ୍ତୁ Video

ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଫିଲ୍ମ ଦେଖିବାକୁ କିଏ ନ ଭଲ ପାଏ ! ତାଙ୍କ ଅଭିନୟ ସହ ଡାନ୍ସକୁ ମଧ୍ୟ ଲୋକେ ଖୁବ ପସନ୍ଦ କରନ୍ତି । କମେଡି ଥୁ ନେଇ ଆକ୍ସନ ଯାଏ ସବୁ ଥାଏ ତାଙ୍କ ଫିଲ୍ମରେ, ଯାହା ଦେଖିବାକୁ ପ୍ରଶଂସକ ମାନେ ଭିଡ ଜମାନ୍ତି ।

ସବୁବେଳେ ବହୁତ ଖୁସ୍ ମିଜାଜରେ ରହୁଥିବା ଗୋବିନ୍ଦା ଙ୍କର କୋଟି କୋଟି ଫ୍ୟାନ ଅଛନ୍ତି । ବଲିଉଡରେ ନିଜ ଦମରେ ସେ ଆଜି ଏତେ ବାଟ ଆସିଛନ୍ତି । ସବୁବେଳେ କିଛି ନୂଆ କରି ଦେଖାଇବା ସ୍ଵଭାବ ଓ ଶିଖିବାର ଜିଜ୍ଞାସା ତାଙ୍କ ବ୍ୟକ୍ତିତ୍ବକୁ ଆହୁରି ଆକର୍ଷଣୀୟ କରିଥାଏ । ତେବେ ଆଜି ୫୭ ବର୍ଷ ବୟସ ହୋଇ ଯାଇଥିଲେ ମଧ୍ୟ ଆଜି ବି ତାଙ୍କର  କିଛି ନୂଆ କରି ଦେଖାଇବାର ଅନ୍ଦାଜ ଖୁବ ସକ୍ରିୟ ।

ତେବେ ଅନେକ ବର୍ଷ ଧରି ବଲିଉଡରେ ନିଜ ଅଭିନୟ ଦକ୍ଷତା ପ୍ରତିପାଦନ କରିଥିବା ବେଳେ, ଗୋନିନ୍ଦା ଏବେ ନିଜକୁ ସଙ୍ଗୀତ କ୍ଷେତ୍ରରେ ସାମିଲ କରିଛନ୍ତି । ଓଡିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥଙ୍କ ସ୍ଵର ସଂଯୋଜନାରେ ଭୁବନେଶ୍ଵରରେ ଗୀତ ଗାଇଛନ୍ତି ଗୋବିନ୍ଦା । ତେବେ ଗୀତ ଗାଇବା ସହ ଗୋବିନ୍ଦା ନିଜେ ଗୀତ ମଧ୍ୟ ଲେଖିଛନ୍ତି ।

ଗୀତଟି ହିନ୍ଦୀ ଭାଷାରେ ହିଁ ଲିଖିତ ଅଟେ ତଥା ଏହା ଏକ ହିନ୍ଦୀ ଗୀତ ଅଟେ । ତେବେ ଏହି ଗୀତରେ ଅଭିନୟ କରିବେ ବଲିଉଡ କଳାକାର ଶକ୍ତି କପୁର । ଏହି ଗୀତ ପାଇଁ ଏବେ ଯାଏ ଅଭିନେତ୍ରୀଙ୍କୁ ଚୟନ କରା ଯାଇ ନ ଥିଲେ ମଧ୍ୟ ଓଡିଆ ଅଭିନେତ୍ରୀଙ୍କୁ ଏଥିରେ ସାମିଲ କରାଯାଇ ପାରେ ବୋଲି ଶୁଣିବାକୁ ମିଳୁଛି । ସଂପୂର୍ଣ୍ଣ ଗୀତ ଟି ଓଡିଶାରେ ହିଁ ଶୁଟିଙ୍ଗ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି ।

ତେବେ ନିଜ ଅଭିନୟରେ କୋଟି କୋଟି ଲୋକଙ୍କ ମନରେ ସ୍ଥାନ ପାଇଥିବା ଗୋବିନ୍ଦା ସଙ୍ଗୀତ କ୍ଷେତ୍ରରେ କେତେ ସୁନାମ ଅର୍ଜନ କରିବେ ତାହା ଦେଖିବା ବାକି ରହିଲା ଓ ଆମେ ସମସ୍ତେ ଏଥିପାଇଁ ଅପେକ୍ଷାରତ । ଆମେ ଆଶା କରୁଛୁ ଗୋବିନ୍ଦା ଗାଇଥିବା ଏହି ଗୀତ ଟି ନିଶ୍ଚୟ ଆପଣଙ୍କ ହୃଦୟକୁ ଛୁଇଁବ । ଗୋବିନ୍ଦାଙ୍କ ଏହି ଗୀତ ପାଇଁ ଆପଣ କେତେ excited ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ । ପୋଷ୍ଟକୁ ଲାଇକ ଓ ସେୟାର ମଧ୍ୟ କରନ୍ତୁ ।