ନୂଆବର୍ଷ ପହିଲାରୁ ବ୍ଯାଙ୍କ ମାନଙ୍କୁ ବଡ ଝଟକା, ବ୍ଯାଙ୍କରେ ଯଦି ଆପଣଙ୍କର ଲକର୍ ରହିଛି ତେବେ ନିହାତି ଜାଣି ରଖନ୍ତୁ ଏହି ଜରୁରୀ ନିୟମ

2022 ଶେଷ ହୋଇ 2023 ଆରମ୍ଭ ହେବାକୁ ଆଉ ମାତ୍ର କିଛିଟା ଦିନ ବାକି ରହିଲା । ନୂଆବର୍ଷ 2023 ଆରମ୍ଭ ହେବାସହ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି ନିୟମ ମଧ୍ୟରେ ଆସିବେ ଦେଶର ଅଗ୍ରଣୀ ବ୍ଯାଙ୍କ ସମୂହ । ଆଜ୍ଞା ହଁ, ଜାନୁୟାରୀ ପହିଲାରୁ ବ୍ଯାଙ୍କ କ୍ଷେତ୍ରରେ କିଛି ନୂଆ ନିୟମମାନ ଲାଗୁ ହେବାକୁ ଯାଉଛି । ଯଦି ବ୍ଯାଙ୍କରେ ଆପଣଙ୍କର ଲକର୍ ରହିଛି ତେବେ ଏହି ସୂଚନା ଆପଣ ନିହାତି ଭାବେ ଜାଣି ରଖିବା ଜରୁରୀ ।

RBI ର ସଂଶୋଧିତ ଅଧିସୂଚନା ମୁତାବକ ଏହି ନିୟମ ଲାଗୁ ହେବା ପରେ ବ୍ଯାଙ୍କ ଗୁଡିକର ମନମାନି ଉପରେ ଲଗାମ ଲାଗିବ । ଏହାସହ ସମ୍ପୃକ୍ତ ବ୍ଯାଙ୍କକୁ ଗ୍ରାହକଙ୍କ ପାଇଁ ଉତ୍ତରଦାୟୀ ହେବାକୁ ପଡିବ । RBI ର ଏହି ନୂଆ ନିୟମ ବାବଦରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଏବଂ ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ନିଜ ଗ୍ରାହକ ମାନଙ୍କୁ ଏନେଇ ସୂଚନା ଦେଉଛନ୍ତି । ଗ୍ରାହକଙ୍କ ରେଜିଷ୍ଟର ମୋବାଇଲ ନମ୍ବର ମାଧ୍ୟମରେ ସେମାନଙ୍କୁ ଏହି ସୂଚନା ଦିଆଯାଉଛି ।

ନୂଆ ନିୟମ ମୁତାବକ 2023 ଜାନୁୟାରୀ ପହିଲା ପର୍ଯ୍ୟନ୍ତ ଗ୍ରାହକଙ୍କର ଲକର୍ ଗୁଡିକର ଆଗ୍ରିମେଣ୍ଟ ରିନ୍ୟୁ କରାଯିବ । ଏହିପରି ଭାବେ ବ୍ଯାଙ୍କରେ ଗ୍ରାହକଙ୍କ ସମ୍ପତ୍ତି ସୁରକ୍ଷା ନେଇ ସୁନିଶ୍ଚିତ କରାଯିବ । ଗ୍ରାହକଙ୍କ ଲକର୍ ଆଗ୍ରିମେଣ୍ଟ ଚୁକ୍ତି ନବୀକରଣ ତଥା ଗ୍ରାହକଙ୍କ ସ୍ଵାକ୍ଷର ପାଇଁ ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ଡିସେମ୍ବର 31 ଯାଏଁ ସମୟ ସୀମା ରଖିଛି । ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ଏନେଇ କୁହାଯାଇଛି ଯେ, ନୂଆ ନିୟମ ଆଧାରରେ ବ୍ଯାଙ୍କ ଗୁଡିକୁ ଖାଲି ଲକର୍ ସହ ୱେଟିଙ୍ଗରେ ଥିବା ଲକର୍ ର ଲିଷ୍ଟ ମଧ୍ୟ ଦେଖାଇବାକୁ ପଡିବ ।

ଲକର୍ ପାଇଁ ଗ୍ରାହକଙ୍କ ଠାରୁ ଅତି ବେଶୀରେ ତିନି ମାସର ଦେୟ ଗ୍ରହଣ କରା ଯାଇପାରିବ । ସବୁଠାରୁ ବଡ କଥା ହେଉଛି କୌଣସି ଗ୍ରାହକଙ୍କ କ୍ଷତି ହେଉଥିବା ଅବସ୍ଥାରେ ବ୍ଯାଙ୍କ କିଛି ଅଯଥା ନିୟମ ଆଳରେ ସେମାନଙ୍କୁ ହଇରାଣ କରିପାରିବେ ନାହିଁ । ଗ୍ରାହକଙ୍କ ସହ ହୋଇଥିବା ଲକର୍ ଆଗ୍ରିମେଣ୍ଟରେ ଯେପରି କୌଣସି ଅନୁଚିତ ସର୍ତ୍ତ ରହିବ ନାହିଁ ତାହା ମଧ୍ୟ ସୁନିଶ୍ଚିତ କରାଯିବ । RBI ନିୟମ ଆନୁସରେ ଲକର୍ ରେ ଥିବା ସମ୍ପତ୍ତିର ଯଥାସାଧ୍ୟ ଯତ୍ନ ନେବା ବ୍ଯାଙ୍କର ଦାୟିତ୍ଵ ।

ବ୍ଯାଙ୍କର ଖାମଖିଆଲି ଯୋଗୁଁ ଗ୍ରାହକ ଯଦି କ୍ଷତିରେ ପଡନ୍ତି ତେବେ ତେବେ ଏଥିପାଇଁ ବ୍ଯାଙ୍କ ଉତ୍ତରଦାୟୀ ହେବ । ଏହାସହ ଗ୍ରାହକଙ୍କୁ ଉଚିତ କ୍ଷତିପୂରଣ ମଧ୍ୟ ଦେବ । RBI ପକ୍ଷରୁ ନିର୍ଦ୍ଦେଶ ରହିଛି କି, ସମୟ ଅନ୍ତରରେ ବ୍ଯାଙ୍କ ପକ୍ଷରୁ ମେସେଜ ଦିଆଯାଇ ଗ୍ରାହକଙ୍କୁ ଲକର୍ ସମ୍ପର୍କରେ ସୂଚନା ଦିଆଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ।