ନୂଆବର୍ଷ 2021 ରେ ଏହି 5 ଟି ଜୀବ ଆପଣଙ୍କୁ କରିଦେବେ ଧନୀ, ନିଶ୍ଚୟ କରନ୍ତୁ ଏହି ଉପାୟ -Vastu Tips

ଆଜି ଆମେ ଆପଣଙ୍କୁ କହିବୁ କିଏ ଆମକୁ ଧନୀ ହେବାର ସଂକେତ ଦେଇଥାନ୍ତି । ଆମର ପୂର୍ବ ପୁରୁଷ ମାନେ କିଛି ଗୃହ ପାଳିତ ପଶୁକୁ ପାଳିଥାନ୍ତି ଓ ଖାଇବାକୁ ଦେଇଥାନ୍ତି ଏବଂ ସେବା ମଧ୍ୟ କରିଥାନ୍ତି ।  ପର୍ବ ଓ ପର୍ବାଣିରେ ଖାଇଥାନ୍ତି ତେବେ ଏହାକୁ ଆମେ ପିତୃ ପୁରୁଷ ଖାଇଲେ ବୋଲି ଆମେ ଜାଣି ଖୁସି ହେଉ । କେହି ୟାକୁ ମାନନ୍ତୁ ବା ନ ମାନନ୍ତୁ ।

କାଉ

ମନୁଷ୍ୟର ଏକ ବନ୍ଧୁ ଅଟେ । ଏହା ସମାଜକୁ ସଫା ସୁତୁରା ରଖେ । ଏହା ଶନି ଦେବଙ୍କର ବାହାନ ଅଟେ । ପ୍ରତି ଦିନ କାଉକୁ କିଛି ଖାଇବାକୁ ଦିଅନ୍ତି ଯେପରି ରୁଟି, ବିସ୍କୁଟ, ଚାଉଳ ଓ ଡାଲି ଦେବା ଦ୍ଵାରା ନିଜର ଗ୍ରହ ଋଷ୍ଟ ଖଣ୍ଡନ ହେବ । ସେମାନଙ୍କର ସେବା କରିବା ଫଳରେ ଧନ ବଢିବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ଓ ବହୁତ ପୂଣ୍ୟ ଅର୍ଜନ କରିବେ ।

ଆମେ ଆପଣଙ୍କୁ ଚାଉଳ ଓ ଖିରୀ ଏଥିପାଇଁ କହିଲୁ କି ଏହି ମିଶ୍ରଣ ଶୁକ୍ର ଦେବଙ୍କର ପ୍ରତୀକ ଏହା ଦ୍ଵାରା ଶନିଦେବ ବହୁତ ଖୁସି ରହିଥାନ୍ତି । ଯାହା ଫଳରେ ସୁଖ ସମୃଦ୍ଧି ବଢିବା ସହିତ ଧନ ମଧ୍ୟ ବଢିଥାଏ । ଖାଇବା ଦେଇସାରିଲା ପରେ ପାଣି ଦିଅନ୍ତୁ । ଏହା ଦ୍ଵାରା ଅନେକ ଗୁପ୍ତ ରୋଗ ମଧ୍ୟ ଭଲ ହୋଇଥାଏ ।

କଳା କୁକୁର

ଏହା କାଳ ଭୈରବଙ୍କର ବାହାନ ଅଟେ । ଯଦି ଆପଣ କୁକୁରକୁ ଖାଇବାକୁ ଦିଅନ୍ତି ତେବେ ସେ ମଧ୍ୟ ବହୁତ ପ୍ରକାରର ଶୁଭ ଫଳ ମିଳିଥାଏ ।  ଶନିବାର ଅମାବାସ୍ୟାରେ ଯଦି ଆପଣ କୁକୁରକୁ ରୁଟି, ଗୁଡ ଓ ବିସ୍କୁଟ ଦେବା ଫଳରେ ଶନିଦେବ ବହୁତ ସନ୍ତୁଷ୍ଟ ହୋଇଥାନ୍ତି । ତେଲରେ ସେକା ଯାଇଥିବା ରୁଟି ଦେବା ଦ୍ଵାରା ନିଜର ସମସ୍ୟା ଦୂର ହୁଏ, ଏହା ସହିତ ଦୁଖ ଦୂର ହୁଏ । ଶନିଦେବ ବହୁତ ସନ୍ତୁଷ୍ଟ ହୋଇଥାନ୍ତି ଓ ସମସ୍ତ ଦେବା ଦେବୀ ମଧ୍ୟ ସନ୍ତୁଷ୍ଟ ହୁଅନ୍ତି ।

ଗାଈ

ଗାଈ ଆମ ହିନ୍ଦୁ ଶାସ୍ତ୍ରରେ ଦେବତା ମନେ କରି ପୂଜା କରୁ । ଯେହେତୁ ଗାଈ କ୍ଷୀର ଦେଉଛି ଆମେ ସେଥିପାଇଁ ତାଙ୍କୁ ପୂଜା କରୁ ତାହା ନୁହେଁ । ଆମେ ତାଙ୍କୁ ଏଥିପାଇଁ ତାଙ୍କୁ ପୂଜା କରୁଥାଉ କି ସେ ବହୁତ ପବିତ୍ର ହୋଇଥାନ୍ତି । ତାଙ୍କର ମଳ, ମୁତ୍ର ପବିତ୍ର ଅଟେ । ଆମେ ଘର ଯଦି କୌଣସି ଖରାପ ଜିନିଷ ବା ନକରାତ୍ମକ ଶକ୍ତି ଥାଏ ତେବେ ଏହା ମଧ୍ୟ ଦୂରେଇ ଯାଏ ।

ପାରା

ପାରା ଦୁଇ ପ୍ରକାରର ଅଛନ୍ତି ଦେଉଳି ପାରା ଓ ଧଳା ପାରା । ଯେଉଁ ରଙ୍ଗର ପାରା ହୁଅନ୍ତୁ ନା କାହିଁକି । ମାତା ଲକ୍ଷ୍ମୀଙ୍କର ବାହାନ ପାରା ଅଟେ । ଯଦି ଆପଣ ତାଙ୍କୁ ପ୍ରତ୍ୟକ ଦିନ ଖାଇବାକୁ ଦେଉଛନ୍ତି ତେବେ ସେମାନେ ମଧ୍ୟ ଆମକୁ ବହୁତ ସାହାର୍ଯ୍ୟ କରିଥାନ୍ତି । ଯଥା ଧନ ବଢିବା ସହିତ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ଓ ବୁଧ ଦୋଷ ଦୂର ହୋଇଥାଏ । ଯାହା ଫଳରେ ମନୁଷ୍ୟ ମଣିଷ କରୁଥିବା କୁ କର୍ମର ମଧ୍ୟ ବଞ୍ଚାଇଥାଏ ।

ଜନ୍ଦା ଓ ପିମ୍ପୁଡି

ଏମାନେ ବହୁତ ପରିଶ୍ରମୀ ଜୀବ ଅଟନ୍ତି ଓ ସବୁବେଳେ ଖାଦ୍ୟ ଖୋଜି ନିଜ ପାଖରେ ରଖିଥାନ୍ତି । ଏହି ଜନ୍ଦା ମାନେ ଆମ ପାଖକୁ ଆସିଥିଲେ ଆମେ ତାଙ୍କୁ ମାରି ଦେଉ । କିନ୍ତୁ ଶାସ୍ତ୍ରରେ ଏହା ଲେଖା ଯାଇଛି ଯଦି ଆମେ ଜନ୍ଦା ବା ପିମ୍ପୁଡିକୁ ଚିନୀ ବା ଗୁଡ ଖାଇବାକୁ ଦେଇଥାଉ ତେବେ ଏଥିରେ ମଧ୍ୟ ଆମର ବହୁତ ଉପକାର ହୋଇଥାଏ ଓ ଶନି, ରାହୁ ଭଳି ଦେବତା ସନ୍ତୁଷ୍ଟ ହୋଇଥାନ୍ତି । ଜୀବନରେ ସମସ୍ତ ଦୁଖ ଦୂରେଇଯାଏ ଏବଂ ଯଦି ଆପଣ ରୁଣ କରିଥିବେ ତେବେ ତାଙ୍କ ମାନକୁ ଖାଇବାକୁ ଦେଲେ ଏଥିରୁ ମୁକ୍ତି ପାଇବେ ଓ ରୋଜଗାରରେ ମଧ୍ୟ ଊର୍ଣ୍ଣତି ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।