ଭୁବନେଶ୍ବର ଦୂରଦର୍ଶନ ଅଫିସ ପାଖରେ ଥିବା କିଶୋର ମଟନ ର କ୍ରେଜ୍ ସାରା ଓଡିଶାରେ ଥିଲା । ଏପରିକି ରାଜ୍ୟ ବାହାରୁ ମଧ୍ୟ କିଶୋର ଭାଇନାଙ୍କ ହାତ ତିଆରି ମଟନ ଖାଇବାକୁ ଲୋକେ ଆସୁଥିଲେ । ଖୁବ ସୁଲଭ ମୂଲ୍ଯରେ ଗ୍ରାହକଙ୍କୁ ସ୍ଵାଦିଷ୍ଟ ମଟନ ପରସୁଥିଲେ କିଶୋର ଭାଇନା । ସକାଳ ହେଲେ ନିଜେ ବସି ରୋଷେଇ କରୁଥିଲେ 200 କେଜି ମଟନ । ଆଉ ତାଙ୍କ ମଟନ ଖାଇବା ପାଇଁ ହୋଟେଲରେ ଖୁବ୍ ଭିଡ ଜମୁଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ କିଛିଦିନ ତଳେ କିଶୋର ଭାଇନାଙ୍କ ହୋଟେଲ ଉପରେ ସତ ଯେମିତି କାହା କଳା ନଜର ଲାଗିଗଲା ।

ଦୀର୍ଘ 20 ବର୍ଷ ଧରି ସରକାରୀ ଜାଗାରେ ହୋଟେଲ କରିଥିବା କିଶୋର ଭାଇନାଙ୍କ ମଟନ ହୋଟେଲକୁ ଭୁବନେଶ୍ବର ମ୍ଯୁନିସିପାଲିଟି ବିଭାଗ ଭାଙ୍ଗି ଦେଇଥିଲା । ଏହାକୁ ନେଇ ସେତେବେଳେ ଗ୍ରାହକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ତେବେ ଦୀର୍ଘ ଦିନର ବ୍ଯବଧାନ ପରେ କିଶୋର ଭାଇନା ବର୍ତ୍ତମାନ ନିଜ ନାଁରେ ଏକ ଭଲ ହୋଟେଲଟିଏ ଖୋଲି ପାରିଛନ୍ତି । ଜୀବନରେ ଯଦି ହଠାତ କିଛି ଝଡ ଆସେ ତେବେ ତାହା ଭବିଷ୍ୟତ ପାଇଁ ଯେ କିଛି ଭଲ ନେଇ ଆସେ ଏହା କିଶୋର ଭାଇ ପ୍ରମାଣିତ କରି ଦେଖେଇଛନ୍ତି ।
ରାସ୍ତାକଡରେ ତାଙ୍କ ହୋଟେଲ ଥିବାରୁ ଅନେକ ଲୋକଙ୍କୁ ହାଇଜିନ ସମସ୍ଯା ହେଉଥିଲା । କିଶୋର ଭାଇନାଙ୍କ ପୁରୁଣା ହୋଟେଲ ଭାଙ୍ଗିବା ପରେ ହାଇଜିନକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନା ଲାଗି ରହୁଥିଲା । ତେବେ କିଶୋର ଭାଇନା ଏକ ଭଲ ଘରଟିଏ ନେଇ ସେଠାରେ ବେଶ ଚକମକିଆ ହୋଟେଲଟିଏ ଖୋଲିଛନ୍ତି ।

ଆଉ ମେନ୍ୟୁ ର ମୂଲ୍ୟ ଠିକ ପୂର୍ବ ଭଳି ରହିଛି ବୋଲି ନିଜେ କହିଛନ୍ତି । କେବଳ ଜାଗା ଅଲଗା କିନ୍ତୁ ରାନ୍ଧିବା ଲୋକ ଓ ଜିନିଷ ସବୁ ଏକା ତେଣୁ ସ୍ଵାଦ ବି ଏକା ବୋଲି କହିଛନ୍ତି କିଶୋର ଭାଇ । ଜୀବନରେ ଯଦି ଗୋଟିଏ ବାଟ ବନ୍ଦ ହୋଇଯାଏ ତେବେ ଭଗବାନ ତା’ ଠାରୁ ଆହୁରି ଭଲ ବାଟ ଖୋଲି ଦିଅନ୍ତି, ଏହା କିଶୋର ଭାଇଙ୍କ ନୂଆ ମଟନ ହୋଟେଲ ଦେଖିଲେ ଆପଣ ବୁଝିପାରିବେ ।
ଏଥର କିଶୋର ମଟନକୁ ଅପେକ୍ଷା କରି ରହିଥିବା ଗ୍ରାହକମାନଙ୍କ ଅପେକ୍ଷାର ଅନ୍ତ ହେଲା । ଯେତେବେଳେ ଚାହିଁବେ ସେତେବେଳେ କିଶୋର ଭାଇନାଙ୍କ ହାତ ରନ୍ଧା ସ୍ଵାଦିଷ୍ଟ ମଟନ ର ସ୍ଵାଦ ଉଠାଇ ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।