ନିଖୋଜ ବୃଦ୍ଧ ଓ ଡମପଡା ଅରଣ୍ୟର ଅଜଗରର ସତ କଣ ? ସତରେ ସାପ ଗିଳିଛି ନା ଅନ୍ୟ କିଛି କାରଣ ରହିଛି ? ଦେଖନ୍ତୁ video

ଗତ ରବିବାର ଠାରୁ ନିଖୋଜ ଅଛନ୍ତି ବାରଙ୍ଗ ଥାନା ଅନ୍ତର୍ଗତ ସାନମୁଣ୍ଡଳି ଗାଁର ୭୫ ବର୍ଷୀୟ ବୃଦ୍ଧ ନନ୍ଦକିଶୋର ବେହେରା । ନନ୍ଦକିଶୋର ଗତ ରବିବାର ଦିନ ଚନ୍ଦକାର ଆଦିବାସୀ ଅଧ୍ୟୁଷିତ କିଛି ଗ୍ରାମ ମାନଙ୍କରେ ଲୁଗା ବ୍ୟବସାୟ କରିବାକୁ ଯାଇଥିଲେ । ହେଲେ ସେବେ ଠାରୁ ସେ ନିଖୋଜ ଅଛନ୍ତି । ବୃଦ୍ଧ ଜଣକ ଘରକୁ ନ ଫେରିବାରୁ ତାଙ୍କୁ ଘରଲୋକେ ଖୋଜାଖୋଜି କରିଥିଲେ । ଚନ୍ଦକା ଡମପଡା ରାସ୍ତାରେ ଥିବା ଯେଉଁ ବେଙ୍ଗପାଣି ଘାଟି ରହିଛି ସେଠାରେ ନନ୍ଦାକିଶୋରଙ୍କ ଲୁନା, ଚପଲ ଓ ବ୍ୟବସାୟରେ ବ୍ୟବୃହତ ଲୁଗାପଟା ଆଦି ପଡିଥିବାର ମିଳିଛି ।

ହେଲେ ନନ୍ଦକିଶୋରଙ୍କ ପତ୍ତା ମିଳିପାରି ନାହିଁ । ଏନେଇ ତାଙ୍କ ଘରଲୋକ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଓ ଚନ୍ଦକା ବନାଞ୍ଚଳ ଅଧିକାରୀ ମିଳିତ ଭାବେ ଯାଇ ଚନ୍ଦକା ଜଙ୍ଗଲରେ ବୃଦ୍ଧଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ ସେମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି ।

ତେବେ ଗତକାଲି ବାଙ୍କି ପୋଲିସ ସେଠାରେ ପହଞ୍ଚି ଏକ ସନ୍ଧାନୀ କୁକୁର ସହାୟତାରେ ବୃଦ୍ଧଙ୍କୁ ଖୋଜାଖୋଜି କରିଥିଲା । ତେବେ ସେହି ଜଙ୍ଗଲରେ ଯେଉଁଠାରେ ବୃଦ୍ଧଙ୍କ ଜିନିଷପତ୍ର ମିଳିଛି ତା’ ଠାରୁ ମାତ୍ର କିଛି ମିଟର ଦୂରରେ ଗୋଟିଏ ଅଜଗର ସାପଟିଏ ପଡିରହିଛି ଓ ତା’ ପେଟରେ କିଛି ବଡ ଜିନିଷ ଥିବା ଦେଖିବାକୁ ମିଳିଛି । ତେବେ ଅଜଗର ସାପଟି ବୃଦ୍ଧଙ୍କୁ ଗିଳିଥିବା ନେଇ ଅନେକ ଲୋକ ଚର୍ଚ୍ଚା କରୁଛନ୍ତି ।

କାରଣ ବୃଦ୍ଧଙ୍କୁ ଅନେକ ଖୋଜାଖୋଜି କରିବା ପରେ ବି ସେ ମିଳି ନାହାନ୍ତି । ଆଉ ସେପଟେ ସାପଟି କିଛି ଗୋଟେ ଗିଳିଥିବା ଯୋଗୁଁ ତା’ ଜାଗାରୁ ହଲି ପାରୁ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କର ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ହେଲେ ଏନେଇ ବନାଞ୍ଚଳ ଅଧିକାରୀ କହିଛନ୍ତି, ଯଦି ସାପଋ ବୃଦ୍ଧଙ୍କୁ ଗିଳିଥାନ୍ତା ତେବେ ସେହି ସ୍ଥାନରୁ ସେ କୁଆଡେ ଯାଇ ପରି ନଥାନ୍ତା । କାରଣ ସାପ ଓ ବୃଦ୍ଧଙ୍କ ଜିନିଷପାତ୍ର ମିଳିଥିବା ସ୍ଥାନ ମଧ୍ୟରେ ପ୍ରାୟ ୧୨ ଶହ ମିଟରର ଦୂରତା ରହିଛି ।

ସାପଟି ଅନ୍ୟ କେଉଁ ଜଙ୍ଗଲି ଜନ୍ତୁକୁ ଗିଳିଛି ବୋଲି କହୁଛନ୍ତି ବନାଞ୍ଚଳ ଅଧିକାରୀ । ତେବେ ଯଦି ଏକଥା ସତ ତେବେ ନନ୍ଦକିଶୋର କୁଆଡେ ଗଲେ ? ଏନେଇ ଏବେ ଆଶଙ୍କା ଭିତରେ ଅଛନ୍ତି ନନ୍ଦକିଶୋରଙ୍କ ପରିବାର ଓ ଗ୍ରାମବାସୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।